ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଳେଇଡିହି ଗ୍ରାମ୍ୟ ଜଙ୍ଗଲରେ ଥିବା ଏକ ଅଚଳ କୂଅରୁ ଗର୍ଭବତୀ ହାତୀର ମୃତଦେହ ଉଦ୍ଧାର 

ମୟୂରଭଞ୍ଜ,୦୨।୧୧ /୨୨(ମସିହା) ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ରାଇରଙ୍ଗପୁର ବନାଞ୍ଚଳ ଓ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ସୀମାବର୍ତ୍ତି ଶରଣ୍ଡା ଜଙ୍ଗଲ ଅନ୍ତର୍ଗତ ଦଳେଇଡ଼ିହି ଗ୍ରାମ୍ୟ ଜଙ୍ଗଲ ନିକଟରେ ଥିବା ଏକ ଅଚଳ କୂଅ ମଧ୍ୟରୁ ଏକ ଗର୍ଭବତୀ ହାତୀର ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଆଜି ବୁଧବାର ସକାଳୁ ଶାଗ ଚାଷ ଜମିକୁ ଜଣେ ସ୍ଥାନୀୟ ଗ୍ରାମ ବାସିନ୍ଦା କୂଅରୁ ପାଣି ମଡ଼ାଇବା ପାଇଁ ଯାଇଥିବା ବେଳେ ଏକ ହାତୀ କୂଅ ମଧ୍ୟରେ ପଡି ଥିବାର ଦେଖିବାକୁ ପାଇଥିଲେ ।ପରେ ଉକ୍ତ ବିଷୟରେ ସ୍ଥାନୀୟ ସରଗଡା ବନାଞ୍ଚଳ କାର୍ଯ୍ୟାଳୟକୁ ଖବର ଦେବା ପରେ ସରଗଡା ବନପାଳ ଜୀବନ ବଲ୍ଲଭ ପାତ୍ର ଘଟଣା ସ୍ଥଳକୁ ଯାଇ ହାତୀଟିକୁ ଉଦ୍ଧାର କରିବା ପାଇଁ ଯଥାଶୀଘ୍ର ପ୍ରୟାସ ଆରମ୍ଭ କରିଥିଲେ।ପରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନିକାନ୍ତ ବେହେରାଙ୍କ ସମେତ ବିଶୋଇ ବନ୍ୟପ୍ରାଣି ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ, ଏସିଏଫ ନବୀନ ଚନ୍ଦ୍ର ନାଏକ, ଏସିଏଫବୈଦ୍ୟନାଥ ମାଝୀ,ସରଗଡା ବନପାଳ ଜୀବନ ବଲ୍ଲଭ ପାତ୍ର ,ରାଇରଙ୍ଗପୁର ଭାରାକ୍ରାନ୍ତ ଵନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପଟନାୟକ ଏବଂ ବନ କର୍ମଚାରୀ ପ୍ରମୁଖ ଘଟଣା ସ୍ଥଳକୁ ପହଞ୍ଚିବା ସହିତ କୂଅ ମଧ୍ୟରୁ ହାତୀକୁ ଉଦ୍ଧାର କରିଥିଲେ।ପରେ ବିଜାତଳା ବ୍ଲକ ପ୍ରାଣୀ ଚିକିତ୍ସାଳୟ ଅଧିକାରିଣୀ ମୃତ ହାତୀକୁ ମୃତ ଘୋଷଣା କରିବା ସହିତ ହାତୀଟିର ଶବ ବ୍ୟବଚ୍ଛେଦ କରିଥିଲେ ।ହାତୀଟିର ବୟସ ୮ ରୁ ୯ ବର୍ଷ ମଧ୍ୟରେ ଥିବାର ଅନୁମାନ କରାଯାଉଛି।ତେବେ,ଗତକାଲି ରାତ୍ରିରେ ୬ ଗୋଟି ହାତୀ ପୋଲ ଧାନ ଖାଇବା ନିମନ୍ତେ ପାହାଡ଼ରୁ ଓହ୍ଲାଇବା  ସମୟରେ ସେଥିମଧ୍ୟରୁ ଉକ୍ତ ମାଈ ଗର୍ଭବତୀ ହାତୀଟି କୂଅରେ ପଡି ମୃତ୍ୟୁ ବରଣ କରିଥିବାର ସୂଚନା ମିଳିଛି।

ଗର୍ଭବତୀ ହାତୀର ଅତି ଦୁଖଦପୂର୍ଣ ମୃତ୍ୟୁ ଘଟଣାରେ ପରିବେଶବିତ୍ ମାନଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି । କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ଘଟିଲା; ହାତୀ ପଡ଼ିଥିବା ସମୟରେ ଅନ୍ୟ ହାତୀମାନେ ନିଶ୍ଚିତ ଭାବରେ ଗର୍ଜନ କରିଥିଲେ ; ହାତୀଟିକୁ ଏକୁଟିଆ ଛାଡି କି ଯିବେ ନାହିଁ ;ଯଦି ଗର୍ଜନ କରିଥିଲେ ନିକଟସ୍ଥ ଗାଁ ଲୋକେ ଶୁଣିଛନ୍ତି କି ନାହିଁ; ଯଦି ଶୁଣିଥିବେ ଚୁପ୍ ରହିଗଲେ କି ? ଠିକ୍ ସମୟରେ ବନ ବିଭାଗ ଜାଣି ପାରିଥିଲେ ହୁଏତ ବିଚରା ଅସହାୟ ହାତୀକୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଇପାରିଥାନ୍ତା ?ଏସବୁ ଘଟଣା ଆଲୋଚ୍ୟ ବିଷୟ ପାଲଟିଛି !

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଭାରତ ବନ୍ଦ କୁ ସମର୍ଥନ ଜଣାଇ ଖଡ଼ିଆଳଠାରେ ୧ ଘଂଟା ପାଇଁ ୩୫୩ ନଂମ୍ବର ଜାତୀୟ ରାଜପଥ ଅବରୋଧ

ସମବାୟ ନିର୍ବାଚନ, କଲମପୁର ରେ ଶଙ୍କର୍ଷଣ ବେହେରା, ମଣ୍ଡଳ ରେ ମହେନ୍ଦ୍ର ଯୋଶୀ, ବଡକୁଟୃ ରେ ପ୍ରତିଦ୍ବନ୍ଦିତା

Sunil Chandra Nayak

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ କକ୍ଷରେ ସିଫା,ଜିଲ୍ଲା ମତ୍ସ୍ଯ ବିଭାଗ ଏବଂ’ ‘ ପ୍ରଦାନ ‘ ସ୍ବେଛାସେବୀ ସଂଗଠନ ମିଳିତ ଆନୁକୂଲ୍ୟରେ ମତ୍ସ୍ୟଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!