ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିରିକୋଟ ଗ୍ରାମରେ ମାଁ ଡୋକରୀ ଦେବୀ ଙ୍କ ଦଶହରା ପର୍ବ

ଥୁଆମୂଳ ରାମପୁର:୧୧/୧୦- (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମରେ ଥିବା ମାଁ ଡୋକରୀ ଦେବୀ ମନ୍ଦିର ପ୍ରାଙ୍ଗଣରେ ଦଶହରା ପର୍ବ ମହାସମୋରୋହରେ ପାଳିତ ହୋଇଯାଇଛି। ବିରିକୋଟ ଗ୍ରାମର ଇଷ୍ଟ ଦେବୀ ଭାବରେ ଗ୍ରାମବାସୀ ବିଶ୍ୱାସ କରୁଥିବା ବେଳେ ପରମ୍ପରା ଅନୁସାରେ ବହୁ ବର୍ଷରୁ ଦଶହରା ପର୍ବ ପାଳନ କରି ଆସୁଛନ୍ତି ମାଁ ଡୋକରୀ ଦେବୀଙ୍କ ଦର୍ଶନ ପାଇଁ ଦୂର ଦୂରାନ୍ତରୁ ମାନସିକ ଧାରୀ ଓ ଭକ୍ତଙ୍କ ସମାଗମ ହୋଇଥାଏ। ବିଶ୍ୱାସ ଅଛି ଯେ ମାଁ ମାନସିକ ଧାରୀଙ୍କ ମନସ୍କାମନା ଶିଘ୍ର ପୂରଣ କରିଥାନ୍ତି। ସେନେଇ ଭକ୍ତ ମାନେ ବିଶ୍ବାସର ସହ ନଡ଼ିଆ, ପାରା,ଛେଳି, ମେଣ୍ଢା, ଚିଙ୍ଗୁଡ଼ି ଏବଂ ଘୁଷୁରୀ ବଳୀ ଅର୍ପଣ କରିଥାନ୍ତି। ମାଁ ଡୋକରୀ ଦେବୀଙ୍କ ପୂଜା ଆଶ୍ଵିନ ମାସ ପୂର୍ଣ୍ଣିମା ତିଥିରେ ହିଁ ଦଶହରା ଓ ପରେ ପରେ ଚୈତ୍ର ମାସରେ ପୁଣି ମାଁଙ୍କ ପର୍ବ ଗ୍ରାମବାସୀ ମାନେ ପାଳନ କରି ଆସୁଛନ୍ତି। ମାଁଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ କରାଯାଇ ଥିବାବେଳେ ରାତ୍ରିରେ ଭକ୍ତ ଓ ଜନତାଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ଯକ୍ରମ ଆୟୋଜନ ହୋଇଥିଲା। ଏଥିରେ ପ୍ରାୟ ୪୦୦୦ ରୁ ଉର୍ଦ୍ଧ ଦର୍ଶକଙ୍କ ସମାଗମ ହୋଇଥିବା ଜଣାପଡିଛି। ପୂଜା କମିଟି ଓ ଗ୍ରାମବାସୀ ଙ୍କ ସହଯୋଗରେ ଯାତ୍ରା ଆୟୋଜନ କରାଯାଇଥିଲା। ଦେବୀଙ୍କ ଦର୍ଶନ ପାଇଁ ଅନେକ ଦୂରଦୁରାନ୍ତ ଭକ୍ତ ଉପସ୍ଥିତ ରହି ମାଁ ଡୋକରୀ ଦେବୀ ଙ୍କ କଣ୍ଟା ଦୋଳିରେ ଝୁଲିବା ଦୃଶ୍ୟ ଦେଖି ଭକ୍ତି ଭାବରେ ସମସ୍ତେ ମୁଣ୍ଡ ନୂଆଇଁ ଜୀବନ ସୁଖମୟ ପାଇଁ ମାଁଙ୍କ ପାଖରୁ ଆର୍ଶୀବାଦ ଭିକ୍ଷା କରିଥାନ୍ତି। ମନ୍ଦିର ପୂଜକଙ୍କୁ କାଳିସୀ ଲାଗିବା ପରେ ମାଁ ଡୋକରୀ ଦେବୀ ଭାବରେ ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ। ମୁଖ୍ୟ ପୂଜକ ଶ୍ରୀ ବନ ପୂଜାରୀ ମାଁଙ୍କ ପୂଜାର୍ଚ୍ଚନା କରିବା ସମୟରେ ଶ୍ରୀ ଖଗେଶ୍ୱର ସାହୁ ଓ ଦୈତାରୀ ଗୌଡ଼ ସହଯୋଗ କରିଥିଲେ। ମାଁ ଡୋକରୀ ପୂଜା କମିଟି ଓ ବିରିକୋଟ ଗ୍ରାମ ବାସୀଙ୍କ ସହଯୋଗ ରେ ଆୟୋଜିତ ଦଶହରା ପର୍ବ ଟି ଶାନ୍ତିଶୃଙ୍ଖଳା ଭାବରେ ଶେଷ ହୋଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଆତ୍ମୀୟତା,,,,,,,,

Sunil Chandra Nayak

ନନ୍ଦାହାଣ୍ଡି ବ୍ଲକ ରେ ନୂତନ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ

Sunil Chandra Nayak

କିଆପଦର ଗ୍ରାମ ଠାରେ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Leave a Comment

error: Content is protected !!