ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ବ୍ଲକ ସ୍ତରୀୟ ଶିଶୁ ମୋହତ୍ସବ ସୁରଭି

 ମ.ରାମପୁର,୦୪/୧୧(ମସୀହା): ମ.ରାମପୁର ବ୍ଲକ୍ ଶିକ୍ଷା ବିଭାଗ ତରଫରୁ ସ୍ଥାନୀୟ ଦୁର୍ଗାମାଧବ ଉଚ୍ଚ ବିଦ୍ୟାପୀଠ ପରିସରରେ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଠାକୁର ଚରଣ ସାହୁ ଶୁଭାରମ୍ଭ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବେଣୁଧର କୁମାର, ବିଆରସିସି ଜୟସେନ ନିଆଲ ଏବଂ ୧୭ ଗୋଟି କ୍ଲଷ୍ଟର ର ସିଆରସିସି ଓ ଦୁର୍ଗାମାଧବ ଉଚ୍ଚ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ବୀଣାପାଣି ସାହୁ ଯୋଗଦାନ କରିଥିଲେ l ଏଥିରେ ବିଦ୍ୟାଳୟ ଗୁଡିକରେ ଆୟୋଜିତ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ଗୀତ, ନାଚ ବକୃତା, ପ୍ରବନ୍ଧ, କୁଇଜ ତଥା ଅନ୍ୟାନ୍ୟ ପ୍ରତିଯୋଗିତା ରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ସରପଞ୍ଚ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀ ଓ ଏବିଓ ବେଣୁଧର କୁମାରଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା l ବିଇଓ ର କର୍ମଚାରୀ ତ୍ରିଲୋଚନ ସୁନା, ମିନେଶ କୁମାର ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ମୋହନ ଶଙ୍କର ପଧାନ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମେନେଜର ସାହୁ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

 

Related posts

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ ଙ୍କ କବିତା ନାଲି ମନ୍ଦାର 

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ମଧୁମୟ ପ୍ରୀତି

Sunil Chandra Nayak

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କେସିଙ୍ଗା ବଲାଙ୍ଗୀର ବିଦ୍ୟୁତ କେଭି ଲାଇନ ଉଦଘାଟିତ.

Leave a Comment

error: Content is protected !!