ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଖରୀଭଟ୍ଟାଗୁଡା ଗ୍ରାମରେ ଜିଓ ଟାୱାର ଉଦଘାଟନ

ଥୁଆମୂଳ ରାମପୁର :୩/୧୧ – (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତ ପୋଖରୀ ଭଟ୍ଟାଗୁଡା ଗ୍ରାମରେ ଜିଓ ଟାୱାର ଉଦଘାଟନ l ଏହି ଉଦଘାଟନ ଉତ୍ସବରେ କଳାହାଣ୍ଡି ଜିଲ୍ଲା ସାଂସଦ ମାନ୍ୟବର ବସନ୍ତ ପଣ୍ଡାଙ୍କୁ ପୁଷ୍ପମାଲ୍ଯ ଅର୍ପଣ କରି ସ୍ଥାନୀୟ ଆଦିବାସୀ ଲୋକେ ସଲପନିଶାନ ବାଜାବାଦ୍ୟ ସହ ଏକତ୍ରିତ ଭାବରେ ଯାଇ ବହୁ ଆନନ୍ଦର ସହ ସ୍ୱାଗତ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ତଥା ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ଶ୍ରୀ ରମେଶ ମାଝୀ, କଳାହାଣ୍ଡି ଜିଲ୍ଲାର ଟେଲିକମ ସଦସ୍ୟ ଥୁଆମୂଳ ରାମପୁର ସାଂସଦ ପ୍ରତିନିଧି ଶ୍ରୀ ବିଷ୍ଣୁ ନାଏକ, ଧର୍ମଗଡ଼ ସାଂସଦ ପ୍ରତିନିଧି ତଥା ନବରଙ୍ଗପୁର ଜିଲ୍ଲା ଯୁବ ମୁର୍ଚ୍ଛା ପ୍ରଭାରୀ ଶ୍ରୀ ହିମାଂଶୁ ପଣ୍ଡା ଥୁଆମୂଳ ରାମପୁର ଦୁଇଟି ମଣ୍ଡଳ ସଭାପତି ଶ୍ରୀ ସୁଶାନ୍ତ କୁମାର ନାଏକ, ଶ୍ରୀ ଧନୁର୍ଜୟ ନାଏକ, ସାଧାରଣ ସମ୍ପାଦକ ଶ୍ରୀ ରାଧାକୃଷ୍ଣ ନାଏକ, ଶ୍ରୀ ଆଲୋକ ନାଏକ, ଶ୍ରୀ ଗଜେନ୍ଦ୍ର ନାଏକ, ଶ୍ରୀ ବାଜ୍ରl ଭୋଇ, ସରପଞ୍ଚ ଶ୍ରୀ ବେଣୀ ମାଝୀ, ବିଜେପିର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ସହ ଥୁଆମୂଳ ରାମପୁର ବ୍ଲକ ରୁ କୋଣ ଅନୁକୋଣରୁ ଆସିଥିବା ଲୋକ ଉପସ୍ଥିତ ରହିଥିଲେ l ସାଂସଦ ଙ୍କ ପ୍ରୟାସ କ୍ରମରେ ଦୁର୍ଗମ ଅଞ୍ଚଳରେ ଦିନକୁ ଦିନ ଟେଲି ଯୋଗାଯୋଗ କ୍ଷେତ୍ରରେ ବ୍ଯପକ ଭାବରେ ଉନ୍ନତି ଘଟୁଥିବା ବେଳେ ତାଙ୍କ ଚେଷ୍ଟା ଫଳରେ ପୁଣି ଏହି ଜିଓ ଟାୱାର ସ୍ଥାପନ କରାଯାଇଛି, ସେନେଇ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିବା ଜଣାପଡିଛି l ସାଂସଦ ଶ୍ରୀ ପଣ୍ଡା ଏହି ଅଞ୍ଚଳ ପାଇଁ ନେତୃତ୍ୱ ନେବା ସହିତ ଓ ବିକାଶ ପାଇଁ ଅହରହ ଚେଷ୍ଟା କରୁଥିବା ଯୋଗୁଁ ଶ୍ରୀ ପଣ୍ଡା ଙ୍କ ଚେଷ୍ଟା ଫଳରେ ଆମ ଆଦିବାସୀ ପାହାଡ଼ ପର୍ବତ ଅଞ୍ଚଳରେ ଟାୱାର ପ୍ରାୟ ୧୬୦ ଟି ଅନୁମୋଦନ ହୋଇଛି ବୋଲି ପ୍ରକାଶ କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଢେଙ୍କାନାଳ ଟ୍ରାଫିକ ସମସ୍ୟା ବାବଦରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ସହ ଆଲୋଚନା

Sunil Chandra Nayak

ପକ୍ଷାଘାତ ଧର୍ମ ଦାଶ କୁ ଅଲ ଓଡ଼ିଶା ସିଡୁଲ କାଷ୍ଟ ପକ୍ଷରୁ ସହାୟତା

ପ୍ରକୃତିର ସୁରକ୍ଷା ଦିଗରେ ଆଦିବାସୀଙ୍କ ଜ୍ଞାନ ପରମ୍ପରା ସମଗ୍ର ବିଶ୍ୱରେ ଅନୁକରଣୀୟ.

Sunil Chandra Nayak

Leave a Comment

error: Content is protected !!