ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ମିଶନ ଶକ୍ତି ଗୃହରେ ଜନ ସଚତନେତା କାର୍ଯ୍ୟକ୍ରମ ତା ୦୩/୧୧/୨୨ ରିଖ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଆର ବି ଓ ର ମୁଖ୍ୟ ପରିଚାଳକ ଅରୁଣ କୁମାର ହୋତା ସଭାପତିତ୍ୱ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଫତେପୁର ଏସ ବି ଆଇ ଶାଖା ମ୍ୟାନେଜର ସତ୍ୟ ରଞ୍ଜନ ସାହୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏଲଡ଼ିଏମ ବାଲେଶ୍ୱର ବିଶ୍ୱଜିତ ଶତପଥୀ, ଡ଼ିଡ଼ିଏମ ନାବାର୍ଡ ତାପସ ରଞ୍ଜନ ପ୍ରଧାନ, ସିଡିପିଓ ସୌଭାଗ୍ୟ ରାଉତ, ଔପଦା ୟୁକୋ ବ୍ୟାଙ୍କ ମ୍ୟାନେଜର ଶରତ କୁମାର ନାୟକ, ୟୁନିଅନ ବ୍ୟାଙ୍କ ପରିଚାଳକ ମେଘମନି ମନଲ, ଔପଦା ଓଡିଶା ଗ୍ରାମ୍ୟ ବ୍ୟଙ୍କ ପରିଚାଳକ ଦିଲ୍ଲୀପ କୁମାର ଯେନା ପ୍ରମୁଖ ଉପସ୍ଥିତ ରହି ଜନସାଧାରଙ୍କୁ ବ୍ୟାଙ୍କର ପ୍ରତ୍ୟେକ କାର୍ଯ୍ୟ ପାଇଁ ସମସ୍ତ ସୁବିଧା ରହିଥିବା ବେଳେ କୌଣସି ଗ୍ରାହକ ଠକାମିରେ ଶିକାର ନହେବା ନେଇ ଆଲୋଚନ କରିଥିଲେ । ଫତେପୁର ଏସ ବି ଆଇ ଶାଖାର ସହକର୍ମୀ ଜୟନ୍ତ କୁମାର ବିଶ୍ୱାଳ ଓ ପବିତ୍ର ମୋହନ ଶତପଥୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏଥିରେ ଫତେପୁର ବ୍ୟାଙ୍କ ଶାଖାର ସମସ୍ତ ସି.ଏସ.ପି. ଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଇସିକ୍ୟୁସିସି – ୨୨ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ

Sunil Chandra Nayak

ଗୋଳାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ୭୬ତମ ସ୍ୱାଧୀନତା ଦିବସ ପାଳନ

Sunil Chandra Nayak

ଏକଲ୍ ର ରାଜ୍ୟ ସ୍ତରୀୟ ଖେଳକୁଦ , ହାଇଜମ୍ପରେ ସୁରୁଜୁଲିର ହରିପ୍ରୀୟା ରଣା ପ୍ରଥମ

Sunil Chandra Nayak

Leave a Comment

error: Content is protected !!