ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୋକଙ୍କ ସମସ୍ୟା ବୁଝିବାକୁ ଜିଲା ପ୍ରଶାସନ ପକ୍ଷରୁ ଗାଁକୁ ଚାଲ ଅଭିଯାନ ଆରମ୍ଭ

ବୌଦ୍ଧ – ୦୩ା୧୧ – ଆଜି ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁଙ୍କ ନେତୃତ୍ୱରେ ଜ଼ିଲ୍ଲା ପ୍ରଶାସନର ଅଧିକାରୀମାନେ ତେଲିବନ୍ଧ ଗ୍ରାମପଞ୍ଚାୟତର ଚନ୍ଦ୍ରପୁର ଗ୍ରାମକୁ ଯାଇ ପ୍ରତ୍ୟେକ ପରିବାରର ସମସ୍ୟା ବୁଝିଥିଲେ । ଗ୍ରାମରେ ୨୫୦ ପରିବାର ରହୁଥିବାବେଳେ ୪୦ ଜଣ ଯୁବଛାତ୍ରଙ୍କ ବୈଷୟିକ ଶିକ୍ଷାର ଆବଶ୍ୟକତା ରହିଥିବାବେଳେ ମଡେଲ ଅଙ୍ଗନବାଡି କେନ୍ଦ୍ରରେ ପରିଶ୍ରାଗାର ଏବଂ ପାନୀୟଜଳ ଯୋଗାଣ ସମସ୍ୟା ରହିଥିବା ଜାଣିବାକୁ ପାଇଥିଲେ । ଜଣେ ଶାରିରୀକ ଭିନ୍ନକ୍ଷମଙ୍କ ଆର୍ଥିକ ସହାୟତା ସହ ଟ୍ରାଇସାଇକେଲର ଆବଶ୍ୟକତା ରହିଥିବା, ଗ୍ରାମରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥ. ଅନେକ ଲୋକ ଭତା ପାଉଥିଲେ ମଧ୍ୟ ବ୍ୟାଙ୍କକୁ ଯାଇ ହଇରାଣ ହେଉଥିବା,କିଛି ଯୋଗ୍ୟ ହିତାଧିକାରୀ ଭତା ପାଇବାରୁ ବଞ୍ଚିତ ହେବା ନଜରକୁ ଆସିଥିଲା । ଗ୍ରାମରେ ୨୨୩ ଏକର ପରିମିତ ଅଞ୍ଚଳରେ ଥିବା ରଜାବନ୍ଧ ଲୋକଙ୍କ କୌଣସି କାମରେ ଆସୁନଥିବା ଜାଣିବାକୁ ପାଇଥିଲେ । ୬୫ବର୍ଷର ପାରାଲିଶିସଗ୍ରସ୍ତ ବୃଦ୍ଧା ମାଙ୍କୁ ଚିକିତ୍ସା ସେବା ଆବଶ୍ୟକ ଥିବା ଜାଣିବାକୁ ପାଇଥିଲେ । ଗ୍ରାମରେ ଥିବା ଚେକ୍ ଡ୍ୟାମ ର ପୁନର୍ବିନ୍ୟାସ ପାଇଁ ଲୋକମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ୩୬ ଲକ୍ଷ ଟଙ୍କା ବ୍ୟୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ଉଠାଜଳସେଚନ ବିଭାଗ ପକ୍ଷରୁ ନିର୍ମାଣାଧିନ ପ୍ରକଳ୍ପ ଏପର୍ଯ୍ୟନ୍ତ ସଂପୁର୍ଣ୍ଣ ହୋଇନଥିବା ଜାଣିବାକୁ ପାଇଥିଲେ । ଯଥାଶିଘ୍ର ଗ୍ରାମର ସମସ୍ୟା ଗୁଡିକର ସମାଧାନ ପାଇଁ ଜ଼ିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ଜ଼ିଲ୍ଲାପାଳଙ୍କ ସହିତ ଏହି ଅଭିଯାନରେ କାର୍ଯ୍ୟନିର୍ବାହୀ ଅଧିକାରୀ ଜ଼ିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର,ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ ପ୍ରମୁଖ ସାମିଲ ହୋଇଥିଲେ । ପ୍ରତ୍ୟେକ ସପ୍ତାହରେ ଜ଼ିଲ୍ଲା ଓ ବ୍ଲକର ସମସ୍ତ ଅଧିକାରୀ ଉପାନ୍ତ ଅଞ୍ଚଳରେ ଥିବା ଗୋଟିଏ ଗ୍ରାମରେ ପହଞ୍ଚି ପ୍ରତ୍ୟେକ ପରିବାର ସହ ଆଲୋଚନା କରି ସମସ୍ତ ସମସ୍ୟା ବୁଝିବା ସହ ସେଗୁଡିକର ତୁରନ୍ତ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଗାଁ ଗାଁ ରେ ଗୁଜବ ରୁ ଦୁରେଇ ରହିବା ପାଇଁ ସଚେତନ କରୁଛନ୍ତି ସରପଞ୍ଚ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ଆସରେ ପିଲାଏ

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଶୃଙ୍ଖଳିତ ଟ୍ରଫିକ୍ ଓ ପାକିଂ ବ୍ୟବସ୍ଥା ନିମନ୍ତେ ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!