ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଇରା ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

ବାଲେଶ୍ଵର,୦୪/୧୧/୨୨- ରିଜର୍ଭ ବ୍ଯାଙ୍କ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ତା ୦୪/୧୧/୨୨ ରିଖ ଶୁକ୍ରବାର ଦିନ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶିକ୍ଷକ ଭବନ ପରିସରରେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏସ ବି ଆଇ ଖଇରା ଶାଖା ପରିଚାଳକ ସୁଚିସ୍ମିତା ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜନ ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଯାଙ୍କ କର୍ମଚାରୀ ମାନେ ଯୋଗଦେଇ ବ୍ଯାଙ୍କ ପ୍ରଦତ୍ତ ସେବା ଓ ଋଣନେଇ ତା’ର ସୁବିନିଯୋଗ କରି ବ୍ଯବସାୟକୁ କିପରି ସୁଦୃଢ କରି ପ୍ରତିଷ୍ଠିତ ହୋଇ ପାରିବା ସେଥିନେଇ ଆଲୋଚନା କରିଥିଲେ । ଏଥିରେ ସ୍ଥାନୀୟ ମହିଳା ଗୃପ୍, ସ୍ଥାନୀୟ ବ୍ଯବସାୟୀ ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ମାନେ ଯୋଗଦେଇଥିଲେ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅରୁଣ କୁମାର ଦାସ ଓ ଅଭିରାମ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜଳ ଛତ୍ର ର ଶୁଭାରମ୍ଭ

Sunil Chandra Nayak

ଶ୍ରୀମତୀ ସ୍ନେହ ମିଶ୍ର ଙ୍କ କବିତା ଶଂଖା ସିନ୍ଦୁର

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ଗାନ୍ଧୀ

Sunil Chandra Nayak

Leave a Comment

error: Content is protected !!