ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଇରା ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

ବାଲେଶ୍ଵର,୦୪/୧୧/୨୨- ରିଜର୍ଭ ବ୍ଯାଙ୍କ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ତା ୦୪/୧୧/୨୨ ରିଖ ଶୁକ୍ରବାର ଦିନ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶିକ୍ଷକ ଭବନ ପରିସରରେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏସ ବି ଆଇ ଖଇରା ଶାଖା ପରିଚାଳକ ସୁଚିସ୍ମିତା ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜନ ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଯାଙ୍କ କର୍ମଚାରୀ ମାନେ ଯୋଗଦେଇ ବ୍ଯାଙ୍କ ପ୍ରଦତ୍ତ ସେବା ଓ ଋଣନେଇ ତା’ର ସୁବିନିଯୋଗ କରି ବ୍ଯବସାୟକୁ କିପରି ସୁଦୃଢ କରି ପ୍ରତିଷ୍ଠିତ ହୋଇ ପାରିବା ସେଥିନେଇ ଆଲୋଚନା କରିଥିଲେ । ଏଥିରେ ସ୍ଥାନୀୟ ମହିଳା ଗୃପ୍, ସ୍ଥାନୀୟ ବ୍ଯବସାୟୀ ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ମାନେ ଯୋଗଦେଇଥିଲେ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅରୁଣ କୁମାର ଦାସ ଓ ଅଭିରାମ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆତ୍ମସୁରକ୍ଷ୍ୟା ତାଲିମ ଶିବିର

Sunil Chandra Nayak

କର୍ଲାମୁଣ୍ଡା ପ୍ରେସ୍ କ୍ଲବର ରୌପ୍ୟ ଜୟନ୍ତୀ ପାଳିତ 

Sunil Chandra Nayak

ଜୁନାଗଡ଼ରେ ଅସହ୍ୟ ତାତି,ପାରଦ ୪୦ ଡିଗ୍ରୀ ଉପରକୁ

Sunil Chandra Nayak

Leave a Comment

error: Content is protected !!