ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ନୂଆପଡା ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହ ରେ ଆଜି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ନୂଆପଡା ଜିଲ୍ଲାପାଳ ସ୍ବଧା ଦେବ ସିଂ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଜନ ଶୁଣାଣୀ ଶିବିର ରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଆଜି ଜନ ଶୁଣାଣିବରେ ୩୨ ଗୋଟି ଆଭିଯୋଗ ପତ୍ର ଗ୍ରହଣ କରିଥିବା ବେଳେ ୨୮ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୪ ଗୋଟି ଗୋଷ୍ଠୀ ଗତ ଅଭିଯୋଗ ଆସିଥିଲା। ନୂଆପଡା ବ୍ଲକ ସମେତ ସିନାପାଲି ବ୍ଲକ ରୁ ବହୁ ସଂଖ୍ୟା ରେ ମହିଲା ପୁରୁଷ ଉପସ୍ଥିତ ରହି ନିଜ ନିଜ ସମସ୍ୟା କୁ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ , ସେହିଭଳି ଜିଲ୍ଲାପାଳ ମଧ୍ୟ ସାଧାରଣ ବର୍ଗ ର ଅଭିଯୋଗ ପତ୍ର କୁ ପାଇବା ପରେ ସେହି ବିଭାଗ ର ଅଧିକାରୀ ମାନଙ୍କୁ ତୁରନ୍ତ ଆବଶ୍ୟକ ତଦନ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଧେଶ ଦେଇଛନ୍ତି। ଗତ ଦୁଇ ବର୍ଷ ମହାମାରୀ କୋଭିଡ ପାଇଁ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ବନ୍ଦ ରହିଥିଲା। ଆଜି ଠାରୁ ଆରମ୍ଭ ହୋଇଯାଇଛି ଜିଲ୍ଲାପାଳ ଅଭିଯୋଗ ଶିବିର। ଆସନ୍ତା ସପ୍ତାହ ର ସୋମବାର ଦିନ ଜିଲ୍ଲା ର ଅନ୍ୟ ଏକ ବ୍ଲକ ମଧ୍ୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସ୍ବଧା ଦେବ ସିଂ ସୁଚନା ଦେଇଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗୌତମ କଚିମ ଙ୍କ କବିତା ଜୀବନଖରାଛାଇଖେଳ

Sunil Chandra Nayak

ଶ୍ରୀନିବାସ ପଣ୍ଡା ଙ୍କ କବିତା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ

Sunil Chandra Nayak

ଭାବନୀ ପାଟଣା ବ୍ଲକ ଅଧିନସ୍ଥ ରିଷିଗାଁ ଉଚ୍ଚ ବିଦ୍ୟାଳୟରେ “ବେଟି ବଚାଓ ବେଟି ପଢ଼ାଓ” କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!