ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବକାରୀ ଚଢ଼ାଉ, ୨ଜଣ ଗିରଫ

ଡାବୁଗାଁ, ୪/୧୧ (ମ.ନି.ସ.)- ଶୁକ୍ରବାର ନବରଙ୍ଗପୁର ଜିଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଥାନା ଅଧିନ ଜଟାବାଲ, ମୁଣ୍ଡିଗୁଡା, ପୋଖନାଗୁଡା, ମାନିଗାଁ, ନୂଆଗୁଡା, କୋଇଲାରୀ ଓ ସରାଗୁଡା ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ୨୫୦ଲିଟର ମଦ ଜବତ କରିବା ସହ ୫ହଜାର ଲିଟର ମହୁଲ ପୋଚ ନଷ୍ଟ କରିଛି । ଏଥିରେ ସମ୍ପୃକ୍ତ କୋଇଲାରୀ ଗ୍ରାମର ଡମ୍ବରୁ ଗୌଡ଼ ଓ ସରାଗୁଡା ଗ୍ରାମର ଧନମତି ମାଝୀ ଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉ ସମୟରେ ଅବକାରୀ ବିଭାଗ ର ଅବକାରୀ ଭ୍ରାମ୍ୟମାଣ ନବରଙ୍ଗପୁର ନିରୀକ୍ଷକ ସୁଧୀର କୁମାର ସାହୁ , ଉମରକୋଟ ଅବକାରୀ ନିରୀକ୍ଷକ ହରିହର ସିଂ , ଡାବୁଗାଁ ଅବକାରୀ ଉପ ନିରିକ୍ଷକ ବିଜୟ ଭୂଷଣ ନାୟକ , ରାଇଘର ଅବକାରୀ ଉପନିରୀକ୍ଷକ ସୁଜିତ କୁମାର ନାଗ , ଅବକାରୀ ଏଏସଆଇ ସୁନାଧର କିର୍ଷାନୀ, କୁଶ ଜାଲ, ମାଖନ ହଲଦାର, ଅବକାରୀ କର୍ମଚାରୀ ସୁରେନ୍ଦ୍ର କୁମାର ପଣ୍ଡା, ସୁବାସ ଗୌଡ, ଦେବାଶିଷ ଦାସ, ନାରାୟଣ ମୁଦୁଲି, ରିନା ଗଡନାୟକ, ଯୋସ୍ନା ହରିଜନ, ଗୁଟୁଳ ନାୟକ,କାଲମଣୀ ମୁଦୁଲି ପ୍ରମୁଖ ଚଢାଉରେ ସାମିଲ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଦ୍ୱିତୀୟ ସନ୍ଧ୍ୟା

Sunil Chandra Nayak

ଆଖୁଚାଷ ପାଇଁ କୃଷି ସମ୍ମିଳନୀ

ପ୍ରତାପ କେଶରୀ ବେହେରା ଙ୍କ କବିତା ମୋ କାଳିଆ ପ୍ରେମରେ 

Sunil Chandra Nayak

Leave a Comment

error: Content is protected !!