ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା (ମ ନି ସ), ୫।୧୧: ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ୍ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ତଥା କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଡିଇଓ ସୁଶାନ୍ତ ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡିଇଓ ଟେମଲାଲ ଦୁବେ, ବିଏମ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, ମ.ରାମପୁର ବିଇଓ ଠାକୁର ସାହୁ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ୱର ରଣା। ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ କୁନି କଳାକାର ଶ୍ରେୟାଶ୍ରୀ ପଟ୍ଟନାୟକ। ଏଥିରେ ଜିଲ୍ଲାର ୧୩ଗୋଟି ବ୍ଲକରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚିତ୍ରକଳା ଓ ଶିଳ୍ପକଳା, ଶାସ୍ତ୍ରୀୟ ସଙ୍ଗୀତ, ପାରମ୍ପରିକ ଲୋକ ସଙ୍ଗୀତ, ଯନ୍ତ୍ର ସଙ୍ଗୀତ, ଶାସ୍ତ୍ରୀୟ ଓ ଲୋକ ନୃତ୍ୟ, ଟୁଡି ଓ ଥ୍ରୀଡି ଭିଜୁଆଲ୍ ଆର୍ଟ, ସ୍ବଦେଶୀ ଖେଳନା ଓ ଖେଳ, ଏକକ ଅଭିନୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସ୍ତରରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସ୍ତରୀୟ ‘ସୁରଭି’ ଓ କଳା ଉତ୍ସବରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଉଦଯାପନୀ ଉତ୍ସବରେ ଅତିଥି ଭାବେ ଧର୍ମଗଡ଼ ଉପଜିଲ୍ଲାପାଳ ବେଦଭୂଷଣ, ଡିଇଓ ସୁଶାନ୍ତ ଚୋପଦାର, ଏଡିଇଓ ଟେମଲାଲ ଦୁବେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ନର୍ଲା ବିଇଓ ତପିମଣି ଜାନୀ, ଗୋଲାମୁଣ୍ଡା ବିଇଓ ନବକିଶୋର ସାହୁ, ପିଇଆଇ ମହେନ୍ଦ୍ର ପଣ୍ଡା, ଡିଏସ୍ଏସ୍ ଦୁଷ୍ମନ୍ତ ଶେଖର ପାଢ଼ୀ, ସମଗ୍ର ଶିକ୍ଷା ଜିଲ୍ଲା ପେଡାଗୋଜି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ, ବାପୁଜୀ ସିଆରସିସି ମିନତୀ କୁମାରୀ ପ୍ରଧାନ ଓ ଶିକ୍ଷକ ସଂଜୀବ କୁମାର ପାଢ଼ୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସୌମେନ୍ଦ୍ର ପଟ୍ଟନାୟକ, ପ୍ରଭାତ ସାହୁ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଟଙ୍କଧର ସାହୁ, ଜିତେନ୍ଦ୍ର ମୁଣ୍ଡ, ସିଆରସିସି ଅଜିତ କୁମାର ପଧାନ, ଅମିତ ଜାଲ, ଶିକ୍ଷକ ଆଲେକଜାଣ୍ଡାର୍ ଫିଲିପ୍, ହିମାଂଶୁ ଶେଖର ମେହେର, ବିରଞ୍ଚି ନାରାୟଣ ମୁଣ୍ଡ, ଜିତେନ୍ଦ୍ର କୁମାର ବିଶ୍ବାଳ, ମନୋଜ କୁମାର ସାହୁ, ଯୁଗେଶ୍ୱର ମାଝୀ, ସମସ୍ତ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Related posts

ଆମ୍ବୁଲାନ୍ସ ଅପହଞ୍ଚ , ଏପଟେ ଅଞ୍ଚଳରେ ଝାଡାବାନ୍ତି ପ୍ରକୋପ ବୃଦ୍ଧି

Sunil Chandra Nayak

ଢେଙ୍କାନାଳ କଙ୍କଡାହାଡ ଛକରେ ଗୋରୁ ବୋଝେଇ ଗାଡି ଜବତ , ୨୦ ଗୋରୁ ଉଦ୍ଧାର , ଗୋଟିଏ ମୃତ , ଗାଡି ଛାଡି ଡ୍ରାଇଭର ଫେରାର

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!