ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖୁଲମ ଖୁଲା ଦାଦନ ଶ୍ରମିକ ଚାଲାଣ ,ପ୍ରଶାସନ ନିରବ

ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କିରିକିଟା ଠାରୁ ବସ ଯୋଗେ ଖୁଲମ ଖୁଲ୍ଲା ଶହ ଶହ ଦାଦନ ଶ୍ରମିକ ଚାଲାଣ ଚାଲିଛି ହେଲେ ପ୍ରଶାସନ ଜାଣି ମଧ୍ୟ ନିରବ ଥିବା ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଚାଲାଣ ବଢି ଚାଲିଛି । ସେଥି ମଧ୍ୟରେ ଖଡ଼ିଆଳ ବ୍ଲକ ଦାଦନ ଶ୍ରମିକ ଚାଲାଣରେ ଶୀର୍ଷରେ ରହିଛି । ଏହାର କାରଣ ହେଉଛି ପ୍ରଶାସନର ଦାଦନ ଚାଲାଣ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିବା । ବିଗତ ଦିନ ମାନଙ୍କରେ ଗ୍ରାମାଞ୍ଚଳରେ ଦାଦନ ସର୍ଦାର ମାନେ ମୁଣ୍ଡ ପ୍ରତି ଅଗ୍ରୀମଟଙ୍କା ଦେଇଥିଲେ ବର୍ତମାନ ସେହି ଶ୍ରମିକ ମାନଙ୍କୁ ସଂଗ୍ରହ କରି ତାରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଦେଖା ଦେଇଛି । ଶୁକ୍ରବାର କିରିକିଟା ପଞ୍ଚାୟତର ବିଭିନ୍ନ ଗ୍ରାମରେ ସର୍ଦାର ମାନେ ଶ୍ରମିକ ଯୋଗାଡ଼ କରି ବିଭିନ୍ନ ସ୍ଥାନରେ ରଖିଥିବା ବେଳେ ଶୁକ୍ରବାର ସେମାନଙ୍କୁ କିରିକିଟା ବଜାର ଠାରେ ବିଳାଶ ପୁର୍ଣ୍ଣ ତ୍ରିପାଠୀ ବସ ଓଡ଼ି ୧୦ ଜେ ୯୬୮୬ ଯୋଗେ ଚାଲାଣ କରୁଛନ୍ତି । ଖଡ଼ିଆଳ ବ୍ଲକର ଗ୍ରାମାଞ୍ଚଳରେ ଶ୍ରମିକ ଯୋଗାଡ ଚାଲିଥିବା ବେଳେ ବର୍ତ୍ତମାନ ଖଡ଼ିଆଳ ସହରର ଏକରୁ ଦୁଇ କିଲୋମିଟର ଦୂରରେ ବଡ ବଡ ଶ୍ରମିକ କ୍ୟାମ୍ପ କରି ଶହ ଶହ ଶ୍ରମିକ ରଖି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ହେଲେ ସବୁ ଜାଣି ସ୍ଥାନୀୟ ପୁଲିସ ପ୍ରଶାସନ ଚୁପ ରହିଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଠାରେ ପ୍ରଶ୍ନ ଉଠେଯେ ଗରିବ ଲୋକ ଦାଦନ ଶ୍ରମିକ ହୋଇ ରାଜ୍ୟ ବାହାରକୁ ଯାଇ ନିଜ୍ୟାତିତ ହୋଇ ସ୍ଥାନୀୟ ପ୍ରଶାସନକୁ ଅଡୁଆରେ ପକାଉ ଥିବା ବେଳେ ପ୍ରଶାସନ ବର୍ତ୍ତମାନ ଦାଦନ ଶ୍ରମିକ ଚାଲାଣ ରୋକି ପାରିଲେ ଆଗାମୀ ଦିନରେ ଶ୍ରମିକଙ୍କ ସମସ୍ୟା ହୁଅନ୍ତା ନାହିଁ ବୋଲି ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କିପରି ଦାଦନ ଶ୍ରମିକ ଚାଲାଣ ରୋକାଯାଇ ପାରିବ ସେନେଇ କଠୋର ପଦକ୍ଷେପ ନେଇ ବିଭିନ୍ନ ସ୍ଥାନରେ ଥିବା ଦାଦନ ଶ୍ରମିକ କ୍ୟାମ୍ପ ଉପରେ ଚଢ଼ାଉ କରି ଦାଦନ ସର୍ଦାର ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଶ୍ରମିକ ଚାଲାଣ କିଛି ପରିମାଣରେ ବନ୍ଦ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଓଡ଼ିଶାରେ ସର୍ବାଧିକ ଜରାଶ୍ରମ – ଭାରତରେ ୫୩୪, ଓଡ଼ିଶାରେ ୮୫

ବବି ଜୈନ୍ ଙ୍କ କବିତା ମୁଁ କବି

Sunil Chandra Nayak

ଇନ୍ଦ୍ରାବତୀ କେନାଲ ତୁରନ୍ତ ମରାମତି ଓ ଚାଷୀଙ୍କୁ ପାଣି ଯୋଗାଣ ନେଇ ସିପିଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର।

Sunil Chandra Nayak

Leave a Comment

error: Content is protected !!