ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୋକ ମହୋତ୍ସବ ମଣ୍ଡେଇ -2022 କାର୍ଯ୍ୟକ୍ରମ ର ଭୂମିପୂଜା ଅନୁଷ୍ଠିତ 

ନବରଙ୍ଗପୁର(ମସିହା)—ନବରଙ୍ଗପୁରର ଲୋକ ମହୋତ୍ସବ ମଣ୍ଡେଇ-2022 କାର୍ଯ୍ୟକ୍ରମ ର ଭୂମିପୂଜା ଅନୁଷ୍ଠିତ ହେଇ ଯାଇଛି l ଏହି ଭୂମିପୂଜା ହିର୍ଲି ନିକଟରେ ଥିବା ନୂତନ ମଣ୍ଡେଇ ପଡିଆ ଠାରେ ଅନୁଷ୍ଠିତ ହେଇଥିଲା l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଭୂମିପୂଜା ଅର୍ଚନା କରିଥିଲେ l ଜିଲ୍ଲାରେ ଲୋକ ମହୋତ୍ସବ ମଣ୍ଡେଇ ଡିସେମ୍ବର 10,ଠାରୁ 12 ପର୍ଯ୍ୟନ୍ତ ତିନିଦିନ ଧରି ମଣ୍ଡେଇ କାର୍ଯ୍ୟକ୍ରମ ଥିବା ବେଳେ 13 ଓ 14 ତାରିଖ ଦୁଇ ଦିନ ପ୍ରଲ୍ଲିଶ୍ରୀ ମେଳା ହେବାକୁ ଥିବାରୁ ଭୂମିପୂଜା ଅନୁଷ୍ଠିତ ହେଇଥିଲା l ଚଳିତ ମାସ 29 ତାରିଖରେ ବେତାଳ ଥିବା ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀ ମନ୍ଦିର ପୀଠ ରୁ ମଣ୍ଡେଇ ଶୁଭ ଉଦଘାଟନ ହେବ l ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ବିଭାଗର ପ୍ରଶାସନ ଅଧିକାରୀ, ଜିଲ୍ଲାର ବୃଦ୍ଧିଜୀବି, ସମସ୍ତ ଦଳର ରାଜନେତା, ସମେତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ଏହି ଆୟୋଜିତ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜନ କରାଯାଇଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

କଲ୍ୟାଣୀ ନନ୍ଦ ଙ୍କ କବିତା ଗ୍ରୀଷ୍ମ ଗୋଧୂଳି

ଜଙ୍ଗଲରେ ଭାଲୁ ମଣିଷ ମୁହାଁମୁହିଁ, ଭାଲୁ ସହ ତିନି ମୃତ, ଦୁଇ ଗୁରୁତର

Sunil Chandra Nayak

ମୋହରା ରେ ମୁସଲିମ ଧର୍ମସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!