ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୟନୀୟ ସ୍ଥିତିରେ ଚିଲିଗୁଡା ହାଇସ୍କୁଲ ଖେଳପଡ଼ିଆ ପଡିଆ ଭିତରେ ଅନା ବନା ଗଛ କ୍ରୀଡା କାର୍ଯ୍ୟକ୍ରମ ଠପ ଚିନ୍ତାରେ ଛାତ୍ର ଛାତ୍ରୀ

ଚିଲିଗୁଡା ( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳପଡ଼ିଆ ଏବେ ଦୟନୀୟ ସ୍ଥିତିରେ ପଡି ରହିଛି ।ପଡିଆ ଭିତରେ ବିଭିନ୍ନ ପ୍ରକାରର ଅନା ବନା ଗଛ ଭରପୁର ।ପଡିଆ ଭିତରେ ବଡ଼ ବଡ଼ ପଥର ।ପଡିଆ ଠିକ ନ ଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ଖେଳ କସରତ ହୋଇ ପାରୁ ନାହିଁ ।ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।କହିବାକୁ ଗଲେ ୧୯୮୦ ମସିହାରେ ଜନ ସାଧାରଣ ଙ୍କ ସହଯୋଗରେ ଏହି ବିଦ୍ୟାଳୟ ଟି ଗଢି ଉଠିଥିଲା ।ସେହି ଦିନ ଠାରୁ ଆଜି ଯାଏ ବିଦ୍ୟଳୟର ଖେଳ ପଡ଼ିଆର ଉର୍ଣ୍ଣତି କରଣ ହୋଇ ପାରିଲା ନାହିଁ ।ବିଦ୍ୟଳୟ ମାନଙ୍କରେ କ୍ରୀଡା ମୁଖ୍ୟ ବିଷୟ ଵସ୍ତୁ ହୋଇ ଥିବାରୁ ଖେଳ ନିତାନ୍ତ ଆବଶ୍ୟକ ହୋଇ ଥାଏ ।ସରକାରୀ ସ୍କୁଲ ସ୍ତରରେ କ୍ରୀଡା ପ୍ରତି ଗୁରୁତ୍ୱ ଦେଇ ବିଭିନ୍ନ କ୍ରୀଡା ସରଞ୍ଜାମ ଯୋଗାଇ ଦେଉଥିଲେ ମଧ୍ୟ ଖେଳ ପଡିଆ ନ ଥିବାରୁ କ୍ରୀଡା ସରଞ୍ଜାମ ନଷ୍ଟ ହେବାକୁ ଯାଉଛି ।ଏବେବି ଜୁନାଗଡ଼ ବ୍ଲକର ଅନେକ ବିଦ୍ୟଳୟର ଖେଳପଡ଼ିଆ ନାହିଁ । କିଛି ସ୍କୁଲରେ ଖେଳପଡ଼ିଆ ଥିଲେ ମଧ୍ୟ ପଡିଆ ଖେଳ ଉପଯୋଗୀ ହୋଇପାରୁନାହିଁ ।ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖା ଦେଉଛି । ମୁଣ୍ଡରା ଗୁଡା ପଞ୍ଚାୟତର ଏକ ମାତ୍ର ଏହି ସ୍କୁଲ ଖେଳପଡ଼ିଆ ।ପ୍ରକାଶ ଥାଉକି ଏହି ବିଦ୍ୟାଳୟକୁ ଦୁଇ ଥର କ୍ରୀଡା ମନ୍ତ୍ରୀ ମାନେ ଆସି ପଡିଆକୁ ଦେଖିକି ଯାଇଥିଲେ ।ହେଲେ କିଛି କାମ ଦେଲାନାହିଁ ।ପ୍ରତିଶୃତି ପ୍ରତିଶ୍ରୁତିରେ ହିଁ ରହି ଯାଇଛି । ବର୍ତ୍ତମାନ ସ୍କୁଲଟି ୫ଟି ମାଧ୍ୟମରେ ଚକା ଚକ ରହିଥିବା ବେଳେ ବିଦ୍ୟାଳୟ ରେ ଖେଳ ଶିକ୍ଷକ ନାହିଁ ।ଖେଳ ଶିକ୍ଷକଙ୍କ ଅବସର ପରେ ଏହି ବିଦ୍ୟଳୟରେ ଅନେକ ମାସ ହେଲା ଖେଳ ଶିକ୍ଷକ ନାହିଁ ।ସରକାର ଏ ବିଷୟରେ ଧ୍ୟାନ ଦେଉ ନ ଥିବା ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ପ୍ରକାଶ କରିଛନ୍ତି ।ପଡିଆ ଠିକ ନ ଥିବା ଯୋଗୁ କ୍ରୀଡା ପ୍ରତି ଛାତ୍ର ଛାତ୍ରୀ ମାନଙ୍କ ଆଗ୍ରହ ବଢୁ ନାହିଁ । ଫଳରେ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କର ବିକାଶ ହୋଇପାରୁନାହିଁ । ଖେଳ ଶିକ୍ଷକ ନିଯୁକ୍ତି ଏବଂ ସ୍କୁଲ ଖେଳପଡ଼ିଆ ର ତୁରନ୍ତ ପଦକ୍ଷେପ ଗ୍ରହଣ କରି ବାକୁ ଶିକ୍ଷା କମିଟି ଏବଂ ଗ୍ରାମବାସୀମାନେ ଦାବି କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଲମତାଗୁଡା ଗ୍ରାମ ପଞ୍ଚାୟତ :ମାସିକ ବୈଠକ ନହେବା ନେଇ ଅଭିଯୋଗ

Sunil Chandra Nayak

ରାଜପୁର ଅମୃତ ଧାରା ଅଚଳ, ମିଳୁନି ପିଇବା ପାଣି

Sunil Chandra Nayak

ଓଲଟିଲା ବରଯାତ୍ରୀ ବୋଲେରୋ, ୬ ରୁ ଉର୍ଦ୍ଧ୍ବ ଆହତ

Leave a Comment

error: Content is protected !!