ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଖନାପଡ଼ା ଗାଁକୁ ପ୍ରଶାସନ ଅଧକାରୀଙ୍କ ପରିଦର୍ଶନ

 ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଡି ଦର ଗ୍ରାମ ପଞ୍ଚାୟତର ଲଖନା ପଡ଼ା ଗାଁ ଏକ ବଣ ପାହାଡ଼ ଘେରା ଅଞ୍ଚଳରେ ଅବସ୍ଥିତ ।ଏହି ଗାଁରେ ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସ ବାସ କରନ୍ତି ।ଏହି ଗାଁରେ ଅନେକ ସମସ୍ୟା ଦେଖା ଦେଇଥିବାରୁ ଏହାର ସମାଧାନ ପାଇଁ ଜୁନାଗଡ଼ ବିଡ଼ିଓ ତୁଳ।ରାମ ମାରାଣ୍ଡି ଙ୍କ ନେତୃତ୍ୱରେ ଜୁନାଗଡ଼ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ,ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ,ବି ଏ ସ ଏ ସ ତୁଷାର ରଞ୍ଜନ ସାହୁ ,ଦାସିଗ। ଯୋନ ସଂଗଠକ ରାଜେନ୍ଦ୍ର ମେହେର ପ୍ରମୁଖ ଲଖନା ପଡ଼ା ଗାଁ କୁ ଯାଇ ଗ୍ରାମର ଜନସାଧାରଣ ଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।ବିଶେଷ କରି ଗାଁ ରେ ଦେଖା ଦେଇଥିବା ରାସ୍ତା ଘାଟ ,ପାନୀୟଜଳ ଏବଂ ବିଦ୍ୟୁତ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଏହାର ଶୀଘ୍ର ସମାଧାନ କରାଯିବ ବୋଲି ବିଡ଼ିଓ ଏବଂ ବ୍ଲକ ଉପ।ଧକ୍ଷ ପ୍ରତିଶୃତି ଦେଇଥିଲେ ।ଏଥିରେ ବୁଡିଦର ଜିପିର ପିଇଓ ଆଦିତ୍ୟ କୁମାର ସାହୁ ,ଜିଆର ଏ ସ ନିମାଇଁ ଚରଣ ଦଳପତି ଏବଂ ଯୋଗାଣ ସହାୟକ ଅମିତ କୁମାର ପଣ୍ଡା ଉପସ୍ଥିତ ଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

କୋକସରା ତହସିଲରେ ଯୋଗଦେଲେ ନୂତନ ତହସିଲଦାର

Sunil Chandra Nayak

ଗାଁ କୁ ଫେରିଲା ମୃତ ଦାଦନ ଶ୍ରମିକଙ୍କ ଶବ

Sunil Chandra Nayak

ରିତୟନି ଆଇଟିଆଇରେ ଛାତ୍ରଙ୍କୁ ମାଡ଼ ଓ ଶିକ୍ଷାଦାନ ଅନିୟମିତତା ନେଇ ମୟୁରଭଞ୍ଜ ବନ୍ଦ

Sunil Chandra Nayak

Leave a Comment

error: Content is protected !!