ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ୩ ଦଫା ଦାବୀପତ୍ର ପ୍ରଦାନ

 ରାଇଘର ୧୯/୧୧ ନବରଙ୍ଗପୁର ଜିଲା ରାଇଘର ବ୍ଲକ ର କାର୍ଯ୍ୟରତ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ୩ ଦଫା ଦାବୀପତ୍ର ଶନିବାର ପ୍ରଦାନ କରିଥିବା ଜଣାପଡିଛି l ନବରଙ୍ଗପୁର ଜିଲା ରାଇଘର ବ୍ଲକ ର କାର୍ଯ୍ୟରତ ସମସ୍ତ ଶିକ୍ଷୟତ୍ରି ଶିକ୍ଷକ ଶନିବାର 1 ଘଟିକା ସମୟରେ ରାଇଘର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ କରି ସେଠାରୁ ମୁଖ୍ୟ ରାସ୍ତା ରେ ରାଲି କରି ରାଇଘର ବ୍ଲକ ଶିକ୍ଷ୍ୟା ଅଧିକାରୀଙ୍କ ନିକଟରେ ଭୀକ୍ଷବ କରିଥିଲେ l ରାଇଘର ବ୍ଲକ ଶିକ୍ଷ୍ୟା ଅଧିକାରୀ ଇଶ୍ବର ଚନ୍ଦ୍ର ମାଝୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ତିନି ଦଫା ଦାବୀପତ୍ର ପ୍ରଦାନ କରିଥିଲେ l ଉକ୍ତ ଦାବୀ ରେ ୧.ଚୁକ୍ତି ଭିତ୍ତିକ ପଦବୀ ଉଛେଦ କରି ୬ ବର୍ଷ ର ଅବଧି ମୁଳ ଚାକିରୀ ଗଣନା କରାଯାଉ,୨. ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରାଯାଉ ଏହି ୩ ଦଫା ଦାବୀପତ୍ର ସଂଘ ସଭାପତି ଘନଶ୍ୟାମ ଗଣ୍ଡ ଉପ ସଭାନେତ୍ରୀ ମିନତୀ ନାୟକ ଙ୍କ ସମେତ ପରମେଶ୍ବର ସିଂ ରାଜପୁତ,ସଞ୍ଜୟ ଫୁଲଭାଟି, ଦୀପକ ଗଣ୍ଡ, ମଣିରାମ ଗଣ୍ଡ, ସୁଜିତ ପଟ୍ଟନାୟକ, ସୁଜିତ ବରୋଇ, ସୁପ୍ରିୟ ମହାପାତ୍ର, ରାଜଲକ୍ଷ୍ମୀ ନାୟକ, ହିମାଂଶୁ ମହାପାତ୍ର ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ୩୫୦ ରୁ ଉର୍ଦ୍ଧ ଶିକ୍ଷୟତ୍ରି ଶିକ୍ଷକ ଏହି ରାଲି ରେ ଯୋଗଦେଇ ଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଜି ଉତ୍କଳ ଗୌରବ ମଧୁ ବାବୁ ଙ୍କୁ ସ୍ମରଣ କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ

Sunil Chandra Nayak

ମସୀହା ପ୍ରଭାବ : କୁମ୍ଭାରୀରେ ରାସ୍ତା ସଫେଇ କାର୍ଯ୍ୟକ୍ରମ

କଳାହାଣ୍ଡିରେ ୧୦୦ଟି ରୂପାନ୍ତରିତ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!