ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦାବିପତ୍ର ପ୍ରଦାନ

  ଡାବୁଗାଁ, ୧୯/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ନବରଙ୍ଗପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଶନିବାର ପ୍ରଦାନ କରାଯାଇଛି | ଏଥିରେ ଶିକ୍ଷକ ମାନେ ଠାକୁରାଣୀ ମନ୍ଦିର ନିକଟରେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ|ଳୟ ଠାରେ ପହଞ୍ଚିଥିଲେ | ସେଠାରେ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ | ଏଥିରେ ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ନିୟମିତ ଶିକ୍ଷକ ମାନଙ୍କୁ ସରକାର ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା, ସରକାର କିଛି ସରକାରୀ କର୍ମଚାରୀଙ୍କୁ ୫ ବର୍ଷ ଅବଧି ପାଇଁ ଇନକ୍ରିମେଣ୍ଟ ଦେଇଥିଲେ ମଧ୍ୟ ଶିକ୍ଷା ସହାୟକ ରୁ ନିୟମିତ ହୋଇଥିବା ଶିକ୍ଷକ ମାନଙ୍କୁ କିଛି ବି ଘୋଷଣା କଲେ ନାହିଁ, ଠିକା ନିଯୁକ୍ତି ବନ୍ଦ ସହ ୬ ବର୍ଷ ଠିକା ସମୟକୁ ଚାକିରିରେ ଗଣନା କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ପ୍ରଚଳନ ଦାବୀରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି | ଏହି ବୈଠକରେ ଡାବୁଗାଁ ବ୍ଲକ ସଭାପତି ବିକାଶ ରଞ୍ଜନ ନିଶଙ୍କ, ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା, ରାଇସିଂ ପୂଜାରୀ, ପଙ୍କଜ କୁମାର ମହାନ୍ତି, ସୌଭାଗ୍ୟ ବିଶ୍ଵାଳ, ଗାଗାରିନ ହରିଜନ, ପ୍ରସନ୍ନ କୁମାର ଦଣ୍ଡସେନା, ଶ୍ରୀକାନ୍ତ ପଣ୍ଡା, ହେମନ୍ତ କୁମାର ପଣ୍ଡା, କମଳାକାନ୍ତ ସାହୁ, ମୋହନସିଂ ଗଣ୍ଡ, ଅନିତା ବେହେରା, ବିଷ୍ଣୁପ୍ରିୟା ବେହେରା, ମାନସୀ ମହାନ୍ତି, ଗିରିଶବାଳା ଜେନା, ଗୀତାଞ୍ଜଳି ବସ୍ତିଆ, ପିଙ୍କି ଗୁପ୍ତା, ରାଜୁ ହରିଜନ, ବଳି ଭତ୍ରା, ଯୁଧିଷ୍ଠିର ମାଝି, ଗଦାଧର ମାଝି, ହିରେଣ୍ୟ ମାଝି, ହରିସିଂ ଭତ୍ରା, ଧନଞ୍ଜୟ ବଡଜେନା ଙ୍କ ସମେତ ୧୫୦ ରୁ ଊର୍ଦ୍ଧ୍ଵ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଲାଜି ସେଠୀ ଙ୍କ  ଏକ ହାସ୍ୟରସ ବ୍ୟଙ୍ଗ କ୍ଷୁଦ୍ର ଗୀତିନାଟ୍ୟ # ମୋଟା ବିଚାର #

Sunil Chandra Nayak

ଟେମରି ଓ ଚିଚିଆ ରେ ବିଶ୍ୱକର୍ମା ପୂଜା ଆୟୋଜିତ 

Sunil Chandra Nayak

ଆଦର୍ଶ ପୋଖରୀ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ

Leave a Comment

error: Content is protected !!