ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦାବିପତ୍ର ପ୍ରଦାନ

  ଡାବୁଗାଁ, ୧୯/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ନବରଙ୍ଗପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଶନିବାର ପ୍ରଦାନ କରାଯାଇଛି | ଏଥିରେ ଶିକ୍ଷକ ମାନେ ଠାକୁରାଣୀ ମନ୍ଦିର ନିକଟରେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ|ଳୟ ଠାରେ ପହଞ୍ଚିଥିଲେ | ସେଠାରେ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ | ଏଥିରେ ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ନିୟମିତ ଶିକ୍ଷକ ମାନଙ୍କୁ ସରକାର ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା, ସରକାର କିଛି ସରକାରୀ କର୍ମଚାରୀଙ୍କୁ ୫ ବର୍ଷ ଅବଧି ପାଇଁ ଇନକ୍ରିମେଣ୍ଟ ଦେଇଥିଲେ ମଧ୍ୟ ଶିକ୍ଷା ସହାୟକ ରୁ ନିୟମିତ ହୋଇଥିବା ଶିକ୍ଷକ ମାନଙ୍କୁ କିଛି ବି ଘୋଷଣା କଲେ ନାହିଁ, ଠିକା ନିଯୁକ୍ତି ବନ୍ଦ ସହ ୬ ବର୍ଷ ଠିକା ସମୟକୁ ଚାକିରିରେ ଗଣନା କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ପ୍ରଚଳନ ଦାବୀରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି | ଏହି ବୈଠକରେ ଡାବୁଗାଁ ବ୍ଲକ ସଭାପତି ବିକାଶ ରଞ୍ଜନ ନିଶଙ୍କ, ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା, ରାଇସିଂ ପୂଜାରୀ, ପଙ୍କଜ କୁମାର ମହାନ୍ତି, ସୌଭାଗ୍ୟ ବିଶ୍ଵାଳ, ଗାଗାରିନ ହରିଜନ, ପ୍ରସନ୍ନ କୁମାର ଦଣ୍ଡସେନା, ଶ୍ରୀକାନ୍ତ ପଣ୍ଡା, ହେମନ୍ତ କୁମାର ପଣ୍ଡା, କମଳାକାନ୍ତ ସାହୁ, ମୋହନସିଂ ଗଣ୍ଡ, ଅନିତା ବେହେରା, ବିଷ୍ଣୁପ୍ରିୟା ବେହେରା, ମାନସୀ ମହାନ୍ତି, ଗିରିଶବାଳା ଜେନା, ଗୀତାଞ୍ଜଳି ବସ୍ତିଆ, ପିଙ୍କି ଗୁପ୍ତା, ରାଜୁ ହରିଜନ, ବଳି ଭତ୍ରା, ଯୁଧିଷ୍ଠିର ମାଝି, ଗଦାଧର ମାଝି, ହିରେଣ୍ୟ ମାଝି, ହରିସିଂ ଭତ୍ରା, ଧନଞ୍ଜୟ ବଡଜେନା ଙ୍କ ସମେତ ୧୫୦ ରୁ ଊର୍ଦ୍ଧ୍ଵ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ଧୁମ୍ କ୍ଲବ ଆନୁକୁଲ୍ୟରେ ୧୦ ମ ବାର୍ଷିକ ଗଜାନନ ପୂଜା

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମହାପାତ୍ର ଙ୍କ କବିତା – ସ୍ବାସ୍ଥ୍ୟ ହିଁ ସମ୍ପଦ

Sunil Chandra Nayak

ମେଗାଲିଫ୍ଟ କେନାଲ ରୁ ଖରିଫ ଚାଷ ପାଇଁ ଆଜିଠୁ ଜଳସେଚନ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!