ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ବିକାଶ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ରାଉରକେଲା/ ଓଡିଶାର ସମସ୍ତ ରେଳ ଲାଇନ ଓ ଷ୍ଟେସନ ଇଷ୍ଟକୋଷ୍ଟ ରେଳବାଇ ଜୋନ ଅଧୀନରେ ରହୁ ବୋଲି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିବାରୁ ରାଉରକେଲା ବିକାଶ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ପ୍ରକାଶ କରିଛନ୍ତି l ୨୦୦୩ ମସିହାରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦ୍ୱାରା ପୂର୍ବତଟ ରେଳବାଇ ଜୋନର ଉଦଘାଟନ ହୋଇଥିଲା l ରାଉରକେଲା ଓ ଯାଜପୁର ଠାରେ ନୂଆ ରେଳବାଇ ଜୋନ ପ୍ରତିଷ୍ଠା କରିବା ପାଇଁ ରେଳମନ୍ତ୍ରୀ ସେତେବେଳେ ପ୍ରତିଶୃତି ଦେଇଥିଲେ l ସେତେବେଳେ ରାୟଗଡା ଅଂଚଳ ବିଶାଖାପାଟଣା ଜୋନ ଅଧୀନରେ, ବାଲେଶ୍ୱର ଅଂଚଳ ଖଡ଼ଗପୁର ଜୋନ ଅଧୀନରେ ଏବଂ ଝାରସୁଗୁଡା ପର୍ଯ୍ୟନ୍ତ ଚକ୍ରଧରପୁର ଜୋନ ଅଧୀନରେ ଥିଲା l ତାହାକୁ ପରିବର୍ତନ ନ କରି ଖାଲି ସମ୍ବଲପୁରରେ ଗୋଟିଏ ନୂଆ ଡିଭିଜନ କରି ପୂର୍ବତଟ ଜୋନରେ ରଖିଲେ l ଚକ୍ରଧରପୁର ରେଳବାଇ ଡିଭିଜନ ଅଧୀନରେ ଥିବା ସୁନ୍ଦରଗଡ଼, କେଉଁଝର, ଝାରସୁଗୁଡା ଆଦି ଅଂଚଳ ଖଣି,ଖାଦାନ, ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ, କଳକାରଖାନାରେ ପରିପୂର୍ଣ୍ଣ l ଏହି ଅଂଚଳରୁ ଆଦାୟ ହେଉଥିବା ରାଜସ୍ବ, ସମଗ୍ର ଡିଭିଜନ ରାଜସ୍ବ ର ସତୁରି ଭାଗ, କିନ୍ତୁ ଏହିସବୁ ଅଂଚଳରେ ରେଳବାଇ ତରଫରୁ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରାଯାଇ ନାହିଁ l ଓଡିଶାର ଏହି ସବୁ ଅଂଚଳ ରାଜ୍ୟ ବାହାରର ରେଳବାଇ ଜୋନ ଅଧୀନରେ ଥିବାରୁ ଉନ୍ନତି ପାଇଁ ଆଗ୍ରହ ନ ଥାଏ l ରାଉରକେଲାର ବନ୍ଧମୁଣ୍ଡା ଠାରେ ପର୍ଯ୍ୟlପ୍ତ ପରିମାଣରେ ଜାଗା, ତିନିହଜାର ବାସଗୃହ , ବିଭିନ୍ନ ୱାର୍କସପ, ବିଭିନ୍ନ ଅନୁସାଙ୍ଗିକ ସୁବିଧା ଥିବାରୁ ଏଠାରେ ନୂଆ ରେଳବାଇ ଡିଭିଜନ ଖୋଲିବା ଯଥାର୍ଥ ହେବ l ରାଉରକେଲା ବିକାଶ ମଞ୍ଚ ତରଫରୁ ଏ ବିଷୟରେ ବିଭିନ୍ନ ରାଜନୈତିକ ନେତା ମାନଙ୍କୁ ଅବଗତ କରାଇବା, ରାଜ୍ୟସଭା ଓ ଲୋକସଭାରେ ଦାବି ଉପସ୍ଥାପନ କରାଇବା, ବିଭିନ୍ନ ଅଂଚଳରେ ଜନ ସଚେତନତା ସୃଷ୍ଟି କରାଇବା, ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳବାଇ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ଉପସ୍ଥାପନ କରାଇବା,ରେଳବାଇ ବୈଷୟିକ ଟିମର ଗସ୍ତ ସମୟରେ ତଥ୍ୟ ଉପସ୍ଥାପନ ଆଦି କାର୍ଯ୍ୟକ୍ରମ ମାନ କରାଯାଇ ଥିଲା l ଓଡିଶା ପାଇଁ ଯଥାର୍ଥ ଦାବି ଭାରତର ପ୍ରଧାନମନ୍ତ୍ରୀଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରି ଥିବାରୁ ଜନସାଧାରଣଙ୍କ ତରଫରୁ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତ, ବରିଷ୍ଠ ଉପଦେଷ୍ଟା ଅଭୟ ଦାସ, ଆର୍ତ୍ତ ମହାରଣା, ଅମୂଲ୍ୟ ଚରଣ ବରାଳ, ସଂଗ୍ରାମ ମହାନ୍ତି, କୁଞ୍ଜ ବିହାରୀ ରାଉତ, ସଞ୍ଜୀବ ମହାନ୍ତି, ପଶୁପତି ନାଥ ଚାଟାର୍ଜି, ସୁପ୍ରତିକ ମିଶ୍ର ଓ ସମସ୍ତ କର୍ମକର୍ତ୍ତା କୃତଜ୍ଞତା ପ୍ରକାଶ କରିଛନ୍ତି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବାଇଦାପୋଷୀ ଗ୍ରାମରେ ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପୁଜା ରାଣୀ ନାୟକ ଙ୍କ କବିତା ମଣିଷ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହେ ଇଶ୍ଵର

Sunil Chandra Nayak

Leave a Comment

error: Content is protected !!