ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ବାର୍ଷିକ ସାଧାରଣ ପରିଷଦ ବୈଠକ ସଂସ୍ଥା ର ଉପ ସଭାପତି ରାମ କୁମାର ଜୈନ ଙ୍କ ଅଧ୍ୟକ୍ଷତାରେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି।ସଭା ପ୍ରାରମ୍ଭ ରେ ସହ ସମ୍ପାଦକ ସୁନୀଲ କୁମାର ବେହେରା ପୂର୍ବ ବିବରଣୀ ପାଠ କରିଥିବା ବେଳେ ସାଧାରଣ ସମ୍ପାଦକ ଶ୍ରୀ ଜଗମୋହନ ପଟ୍ଟନାୟକ ୨୦୨୧ – ୨୨ ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏ ଅବସରରେ ଏକ ସାର ଗର୍ଭକ ଅଭିଭାଷଣ ମାଧ୍ୟମରେ କ୍ରୀଡାବିତ୍ ମାନଙ୍କ ପାଇଁ କୌଣସି ବୟସ ସୀମା ନାହିଁ, ଆଶୀର୍ବାଦ ବେହେରା ଙ୍କ ଉଦାହରଣ ଦେଇ ଉପସ୍ଥିତ ସଭ୍ଯ ମାନଙ୍କୁ କହିବା ସହ ଭାତୃ ଭାବ ନେଇ ଚାଲିବାକୁ ଆହ୍ଵାନ ଦେଇଥିଲେ।ଆଗାମୀ ଦିନରେ ଜିଲ୍ଲା କ୍ରୀଡା ସଂସ୍ଥା ଜିଲ୍ଲାର କ୍ରୀଡାର ବିକାଶ ପାଇଁ ସବୁ ପ୍ରକାର ଉଦ୍ୟମ କରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ସଭାପତି ଶ୍ରୀ ଜୈନ କ୍ରୀଡାବିତ୍ ମାନେ ହେଉଛନ୍ତି ଏକ ପରିବାର ର ସଦସ୍ୟ, ଭାତୃଭାବ ମନୋଭାବ ପୋଷଣ କରି ଜିଲ୍ଲା ର ଗୌରବ କୁ ବହୁଗୁଣିତ କରିବାକୁ ଆହ୍ଵାନ ଦେଇଥିଲେ। ଯୁଗ୍ମ ସମ୍ପାଦକ କାଳୀ ପ୍ରସାଦ ପଟ୍ଟନାୟକ ଅତି ସୁନ୍ଦର ଓ ପ୍ରାଞ୍ଜଳ ଭାବେ ଆୟ ବ୍ୟୟ ଓ ଆଗାମୀ ବର୍ଷର ବଜେଟ ଉପସ୍ଥାପନ କରିଥିଲେ ଉପସ୍ଥିତ ସଦସ୍ୟ ମାନେ କରତାଳି ମାଧ୍ୟମରେ ଏହାକୁ ସମର୍ଥନ କରିଥିଲେ। ବରିଷ୍ଠ ସଦସ୍ୟ ଭିକାରୀ ଚରଣ ମିଶ୍ର ଔପଚାରୀକ ଧନ୍ଯବାଦ ଅର୍ପଣ ମାଧ୍ୟମରେ କୌତୁକପୂର୍ଣ୍ଣ ଧନ୍ୟବାଦ କରିଥିଲେ। ଏହି ସାଧାରଣ ବୈଠକ ରେ କାର୍ଯ୍ୟ ନିର୍ବାହୀ ସଭ୍ଯ ଅର୍ଜୁନ ପଟ୍ଟନାୟକ ମଞ୍ଚାସୀନ ଥିବାବେଳେ ଜିଲ୍ଲାର ସମସ୍ତ ବ୍ଲକ୍ ଯୁବକ ସଂଘ ର କର୍ମକର୍ତ୍ତା ଓ କ୍ରୀଡ଼ା ସଂସ୍ଥା ର କର୍ମକର୍ତ୍ତା ଯୋଗ ଦେଇଥିଲେ।

Related posts

ଆସନ୍ନ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ 

Sunil Chandra Nayak

ଭ୍ରମର ବାଗ ଙ୍କ କବିତା କଳା ମଣିମା 

Sunil Chandra Nayak

କୋକସରା ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକଙ୍କ ପକ୍ଷରୁ ବିଇଓଙ୍କୁ ଦାବିପତ୍ର 

Sunil Chandra Nayak

Leave a Comment

error: Content is protected !!