ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ବାର୍ଷିକ ଉତ୍ସବ

ବାଲେଶ୍ଵର,୨୦/୧୧/୨୨- ବାଲେଶ୍ଵର ଜିଲ୍ଲା ଖଇରା କଲେଜ ନିକଟସ୍ଥ ବଣପାରିଆ ଛକଠାରେ ଥିବା ଗାୟତ୍ରୀ ଶକ୍ତିପୀଠ ପରିସରରେ ପ୍ରଜ୍ଞାପୁରୁଷ ଶଙ୍କର୍ଷଣ ମହାନ୍ତିଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ଓ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଭିନ୍ନ ସ୍ଥାନରୁ ଆସିଥିବା ପଣ୍ଡିତ ମାନଙ୍କ ଦ୍ବାରା ୩ ଦିନ ବ୍ଯାପୀ ଆରମ୍ଭ ହୋଇଥିବା ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଥିଲା । ଏଥିସହିତ ପୀଠର ବାର୍ଷିକ ଉତ୍ସବ ମଧ୍ୟ ଧୁମଧାମରେ ପାଳନ କରାଯାଇଥିଲା । ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତ ମାନଙ୍କ ଦ୍ବାରା ପୀଠ ଚଳଚଞ୍ଚଳ ହୋଇ ଉଠିଥିଲା । ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପ୍ରଜ୍ଞାପୁରୁଷ ସ୍ବର୍ଗତ ଶଙ୍କର୍ଷଣ ମହାନ୍ତିଙ୍କ ଫୋଟଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ବକ୍ତବ୍ୟ ମଧ୍ୟ ରଖିଥିଲେ । ଏହି ଉପଲକ୍ଷେ ୧୦୦ ଜଣ ଦୁଃଖୀ ଓ ଗରିବ ଲୋକଙ୍କୁ କମ୍ବଳ ଏବଂ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କୈଳାସ ଚନ୍ଦ୍ର ପୃଷ୍ଟି, ଗଙ୍ଗାଧର, ଜିତେନ୍ଦ୍ର,ଶକୁନ୍ତଳା, ଅକ୍ଷୟ, ମଳୟ, ଦେବାଶିଷ, ନେତାଜୀ, ଆର୍ଯ୍ୟ କୁମାର, ପୂଜା, ବିଶ୍ବରଞ୍ଜନ, ବାଦଲ, ଦୀପ୍ତିରଞ୍ଜନ, ଅମୂଲ୍ୟ, ପ୍ରଶାନ୍ତ ଏବଂ ସମସ୍ତ ଗାୟତ୍ରୀ ପରିଜନ ବୃନ୍ଦ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । କଳିଙ୍ଗ ଡିଫେନ୍ସ ଏକାଡେମୀର ଶିକ୍ଷକ, ଛାତ୍ରଛାତ୍ରୀ, ନହଙ୍ଗ ମହିଳା ମହାବିଦ୍ୟାଳୟର ଅଧ୍ଯାପିକା ଓ ଛାତ୍ରଛାତ୍ରୀ ମାନେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟକରି କାର୍ଯ୍ୟକ୍ରମଟିକୁ ସଫଳ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଶେଷରେ ସମସ୍ତେ ପ୍ରସାଦ ସେବନକରି ଶାନ୍ତି ମନରେ ଫେରିଥିଲେ । ଶାନ୍ତିକୁଞ୍ଜ ହରିଦ୍ବାରର ଋଷିପୁତ୍ର ବଳରାମ ସାହୁ, ଗୌତମ, ରବିନାରାୟଣ ପତି, ରବୀନ୍ଦ୍ର କୁମାର ଗୌଡ, ରୋହିତ କୁମାର ଯଜ୍ଞ ସଂଚାଳନ କରିଥିଲେ । ସେହିପରି ତା୧୮/୧୧/୨୨ ରିଖରେ ଯଜ୍ଞ ଅଧିବାସ ଓ ଗାୟତ୍ରୀ ପରିଜନଙ୍କ ଦ୍ବାରା ଅଖଣ୍ଡ ଜପ ଏବଂ ତା୧୯/୧୧/୨୨ ରିଖରେ ବ୍ଯକ୍ତି ନିର୍ମାଣ, ପରିବାର ନିର୍ମାଣ ଓ ରାଷ୍ଟ୍ର ନିର୍ମାଣ ପାଇଁ ଯୁଗ ପରିବର୍ତ୍ତନର ଆହ୍ୱାନକୁ ଗ୍ରହଣ କରିବାର ଲକ୍ଷ୍ୟ ନେଇ ଧ୍ବଜା ଉତ୍ତୋଳନ ଓ ୧୦୮ ମହିଳାଙ୍କ ଦ୍ବାରା ମଙ୍ଗଳ କଳସ ଶୋଭାଯାତ୍ରା ହୋଇଥିଲା । ସନ୍ଧ୍ୟାରେ ନାରୀ ସଶକ୍ତିକରଣ ଓ ନବଚେତନା ଜାଗରଣ କର୍ମଶାଳା ସହିତ ୧୦୮ ଦୀପଯଜ୍ଞ ଏବଂ ଯୁଗ ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଅତିଥି ଭାବେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ରଞ୍ଜିତା ମହାନ୍ତି, ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରା, ଖଇରା କଲେଜର ପ୍ରାକ୍ତନ ଅଧ୍ଯକ୍ଷ ଉମେଶ ଚନ୍ଦ୍ର ନାୟକ, ଓଡିଶା ପ୍ରଦେଶ ସଂଯୋଜକ ବଳରାମ ସାହୁ ଗୌତମ ଏବଂ ଶାନ୍ତିକୁଞ୍ଜ ହରିଦ୍ବାରର ଅଖିଳ ବିଶ୍ବ ଗାୟତ୍ରୀ ପରିବାର ଯୋଗ ଦେଇଥିଲେ । ଅନୁଷ୍ଠିତ ସଭାରେ ପୌରହିତ୍ଯ କରିଥିଲେ ଗାୟତ୍ରୀ ଶକ୍ତିପୀଠ ଖଇରାର ବ୍ଯବସ୍ଥାପକ ଯଜ୍ଞବରାହ ମହାନ୍ତି । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଯୋଗଗୁରୁ ମୁକ୍ତିକାନ୍ତ ଶତପଥୀ । ମଞ୍ଚାସୀନ ଅତିଥିମାନେ ନହଙ୍ଗ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଅନିତା ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଫା ଫାଉଣ୍ଡେସନର ଉଦଘାଟନ ଓ ସେବା ପାଇଁ ମାରୁତି ଭ୍ୟାନ ଲୋକାର୍ପିତ

Sunil Chandra Nayak

ପାଣିରେ ବୁଡି ଛାତ୍ର ଙ୍କ ମୃତ୍ୟୁ

Sunil Chandra Nayak

ବିବାହ ବେଳେ ନବ ଦମ୍ପତିଙ୍କୁ ସରକାର ଦେବେ ‘ୱେଡିଂ କିଟ୍

Sunil Chandra Nayak

Leave a Comment

error: Content is protected !!