ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

ବୌଦ୍ଧ,୨୧ା୧୧ – ଆଜି ପୂର୍ବହ୍ନାରେ ଜିଲ୍ଲା ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷଠାରେ ବୌଦ୍ଧ ଜିଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ମହାସମାରୋହରେ ପାଳିତ ହୋଇଛି । ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଯୋଗଦେଇ ମତ୍ସ୍ୟଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରାଇବା ସହିତ ସେମାନଙ୍କୁ ମତ୍ସ୍ୟଚାଷ ସଂପର୍କରେ ଉପଯୁକ୍ତ ତାଲିମ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏହି ଦିବସ ପାଳନର ତାତ୍ପର୍ଯ୍ୟ ଓ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ମତ୍ସ୍ୟଚାଷ ଯୋଜନା,ମତ୍ସ୍ୟ ପୋଖରୀ ଯୋଜନା,ପଞ୍ଚାୟତ ପୋଖରୀରେ ମାଛଚାଷ,ଫାର୍ମପଣ୍ଡ,ପ୍ରଧାନମନ୍ତ୍ରୀ ମତ୍ସ୍ୟଚାଷ ଯୋଜନା,ବାୟୋଫ୍ଲକ,ଛାତ୍ରବୃତ୍ତି ଆବର୍ତ୍ତନ ପାଣ୍ଠି,ବାୟୋ ସିକ୍ୟୁରିଟି,ଯାଆଁଳା ଚାଷ ଓ ଯାଆଁଳା ବିକ୍ରି ଆଦି ଯୋଜନା ସଂପର୍କରେ ଆଲେଚନା କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପାଣ୍ଡିଆ ସଭାରେ ଅଧ୍ୟକ୍ଷତା କରି କହିଥିଲେଯେ, ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ୪ ନମ୍ବର ସ୍ଥାନରେ ରହିଥିବାବେଳେ ବୌଦ୍ଧଜିଲାରେ ମତ୍ସ୍ୟ ଚାଷ ପାଇଁ ବ୍ୟାପକ ଭିତିଭୂମି ରହିଛି । ବିଶେଷ ଭାବରେ ବୌଦ୍ଧ ଜିଲା ଦେଇ ମହାନଦୀ ୧୧୨ କିଲୋମିଟର ପ୍ରବାହିତ ହେଉଅଛି । ଏଥିସହିତ ଫାର୍ମପଣ୍ଡ,ବାୟୋଫ୍ଲକ(ଜୈବକୁଣ୍ଡ)ର ସୁବିଧା ରହିଛି । ଏଥିରୁ ସ୍ୱୟଂସହାୟକ ଗୋଷ୍ଠୀ ଓ ମତ୍ସଚାଷୀମାନେ ଉାଭବାନ ହେବାକୁ ପରାମର୍ଶ ଦେଇଥିଲେ । ବୌଦ୍ଧ ବ୍ଲକ କଣ୍ଟୁଆଣି ଗ୍ରାମରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସଫଳ ମାଛଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତପନ କୁମାର ଦାଶ ଉନ୍ନତ ମାଛଚାଷର ବିଭିନ୍ନ ପ୍ରଣାଳୀ ଉପରେ ଆଲୋଚନା କରିଥିଲେ । ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ମତ୍ସ୍ୟଚାଷୀମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ତାଲିମ ପ୍ରଦାନ କରିବା ପାଇଁ ମତପ୍ରକାଶ କରିଥିଲେ । ଏହି ଅବସରରେ କମଳପୁର ମତ୍ସ୍ୟ ଚାଷୀ ମାରୁତୀ ନନ୍ଦନ ତ୍ରିପାଠୀ ନିଜର ଉଦ୍ୟମ ଫଳରେ ଜଣେ ସଫଳ ମାଛ ଚାଷୀ ହୋଇପାରିଥିବାବେଳେ ତାଙ୍କର ଅଭିଜ୍ଞତା ସଂପର୍କରେ ଆଲୋଚନା କରିଥିଲେ । ସେହିପରି ପୋଡାବଲସ ଗ୍ରାମର ଜିତେନ୍ଦ୍ର ବେହେରା,ବାମଣ୍ଡାର ଶାନ୍ତନୁ ପ୍ରଧାନ,ରାମଗଡର ପ୍ରମୋଦ ବିଶି,କଣ୍ଟୁଆଣିର ରଶ୍ମିତା ମହାକୁଡ,ବେଲପଦର ର ଭଗବାନ ମହାକୁଡ, ଓ ପଲଶାକୁଟୁଣିର ଗୌତମ ଗାଈଗୌରିଆ ପ୍ରମୁଖ ମତ୍ସ୍ୟ ଚାଷ ସଂପର୍କରେ ନିଜର ଅଭିଜ୍ଞତା ସଂପର୍କରେ ଜଣାଇଥିଲେ । । ଏହି ଅବସରରେ ସରକାରଙ୍କ ପକ୍ଷରୁ ମତ୍ସ୍ୟଚାଷୀମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଏକ ତଥ୍ୟଭିତିକ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଥିଲା । ମତ୍ସ୍ୟ ଦିବସ ଅବସରରେ ଶ୍ରେଷ୍ଠ ମତ୍ସ୍ୟଚାଷୀ ଭାବରେ ହରଭଙ୍ଗା ବ୍ଲକ ବଲଣ୍ଡା ଗ୍ରାମର ସୁଷେଣା ପ୍ରଧାନ,ଶ୍ରେଷ୍ଠ ବାୟୋଫ୍ଲକ ଚାଷୀ ବୌଦ୍ଧ ବ୍ଲକ ବାଉଁଶୁଣୀର ଧିରେନ୍ଦ୍ର ମିଶ୍ର,ଶ୍ରେଷ୍ଠ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଭାବରେ ମା ମାହେଶ୍ୱରୀ ଏସଏଚଜି ଦନ୍ତାପାଲି ଏବଂ ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ମା ମାହେଶ୍ୱରୀ ଓ ମା ଭୈରବୀ ସ୍ୱୟଂହାୟକ ଗୋଷ୍ଠୀଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । କନିଷ୍ଠ ମତ୍ସ୍ୟ ବୈଷୟିକ ଅଧିକାରୀ ବିଶ୍ୱମ୍ବର ପ୍ରଧାନ ସଭାକୁ ପରିଚାଳନା କରିଥିବାବେଳେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ମାନା ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟଚାଷ କରୁଥିବା ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ଓ ମତ୍ସ୍ୟ ଚାଷୀମାନେ ଯୋଗ ଦେଇଥିଲେ ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପଛୁଆ ବର୍ଗ ଙ୍କ ପାଇଁ ଶିକ୍ଷା ଓ ବୃତ୍ତି ରେ ୨୭ ପ୍ରତିଶତ ସଂରକ୍ଷଣ ଦାବୀ

Sunil Chandra Nayak

ବରିଷ୍ଠ ବିଜେପି ନେତା ଙ୍କ ଅକାଳ ବିୟୋଗ

Sunil Chandra Nayak

କଂଗ୍ରେସ କର୍ମୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କଂଗ୍ରେସ କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!