ବାଲେଶ୍ଵର,୨୧/୧୧/୨୨- ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଶିରିପୁର ଠାରେ ବାବା ତାରକେଶ୍ୱର ଯଜ୍ଞ ମହୋତ୍ସବ କମିଟିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ଖୁବ୍ ଧୁମଧାମରେ ପାଳିତ ହେବ ବୋଲି କମିଟି ଦ୍ବାରା ସ୍ଥିରୀକୃତ ହୋଇଛି । ଏଥି ପାଇଁ ଯଜ୍ଞ କମିଟି ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଥିବା କଥା ପ୍ରକାଶ କରିଛି । ଏହା ଆସନ୍ତା ୧୧/୨/୨୩ ରିଖରେ ଆରମ୍ଭ ହୋଇ ୫ଦିନ ବ୍ଯାପୀ ଚାଲିବ । ନାମ ଯଜ୍ଞ ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ଧର୍ମସଭା ଓ ସମ୍ବର୍ଦ୍ଧନା ସଭାର ଆୟୋଜନ ହେବ ବୋଲି କମିଟି ସ୍ଥିର କରିଛି । ଏଥିରେ ବିଭିନ୍ନ ସ୍ଥାନରୁ ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ ଓ ବ୍ରହ୍ମ ସମାଜର କର୍ମକର୍ତ୍ତା ମାନେ ଉପସ୍ଥିତ ରହିବେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛି କମିଟି । ଏଥିରେ ସମ୍ପାଦକ ମୁକ୍ତିକାନ୍ତ ପାଢ଼ୀ, ସଭାପତି ଶଶିକାନ୍ତ ବେହେରା, ଉପ-ସଭାପତି ମହେନ୍ଦ୍ର ବେହେରା, ସହ-ସମ୍ପାଦକ ବିଶ୍ବମ୍ବର ବେହେରା, କୋଷାଧ୍ୟକ୍ଷ ଦାମୋଦର ବେହେରା, ସଭ୍ୟ ଭଗବାନ ସାହୁ, କେଶବ ବେହେରା, ଭଞ୍ଜ କିଶୋର ବେହେରା, ବିକାଶ ସାମଲ ଓ ଭାସ୍କର ରାଉତ ପ୍ରମୁଖ ୩୦ଜଣ ସଭ୍ୟ ଉପସ୍ଥିତ ଥିଲେ ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ