ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାବା ତାରକେଶ୍ୱର ଯଜ୍ଞ ମହୋତ୍ସବ ନିମନ୍ତେ ସାମ୍ବାଦିକ ସମ୍ମିଳନୀ 

ବାଲେଶ୍ଵର,୨୧/୧୧/୨୨- ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଶିରିପୁର ଠାରେ ବାବା ତାରକେଶ୍ୱର ଯଜ୍ଞ ମହୋତ୍ସବ କମିଟିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ଖୁବ୍ ଧୁମଧାମରେ ପାଳିତ ହେବ ବୋଲି କମିଟି ଦ୍ବାରା ସ୍ଥିରୀକୃତ ହୋଇଛି । ଏଥି ପାଇଁ ଯଜ୍ଞ କମିଟି ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଥିବା କଥା ପ୍ରକାଶ କରିଛି । ଏହା ଆସନ୍ତା ୧୧/୨/୨୩ ରିଖରେ ଆରମ୍ଭ ହୋଇ ୫ଦିନ ବ୍ଯାପୀ ଚାଲିବ । ନାମ ଯଜ୍ଞ ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ଧର୍ମସଭା ଓ ସମ୍ବର୍ଦ୍ଧନା ସଭାର ଆୟୋଜନ ହେବ ବୋଲି କମିଟି ସ୍ଥିର କରିଛି । ଏଥିରେ ବିଭିନ୍ନ ସ୍ଥାନରୁ ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ ଓ ବ୍ରହ୍ମ ସମାଜର କର୍ମକର୍ତ୍ତା ମାନେ ଉପସ୍ଥିତ ରହିବେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛି କମିଟି । ଏଥିରେ ସମ୍ପାଦକ ମୁକ୍ତିକାନ୍ତ ପାଢ଼ୀ, ସଭାପତି ଶଶିକାନ୍ତ ବେହେରା, ଉପ-ସଭାପତି ମହେନ୍ଦ୍ର ବେହେରା, ସହ-ସମ୍ପାଦକ ବିଶ୍ବମ୍ବର ବେହେରା, କୋଷାଧ୍ୟକ୍ଷ ଦାମୋଦର ବେହେରା, ସଭ୍ୟ ଭଗବାନ ସାହୁ, କେଶବ ବେହେରା, ଭଞ୍ଜ କିଶୋର ବେହେରା, ବିକାଶ ସାମଲ ଓ ଭାସ୍କର ରାଉତ ପ୍ରମୁଖ ୩୦ଜଣ ସଭ୍ୟ ଉପସ୍ଥିତ ଥିଲେ । 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଟେମରା ଗାଁ ଦାଣ୍ଡ ରେ ଲହଡି ମାରୁଛି ବର୍ଷା ପାଣି, ନିଷ୍କାସନ ପାଇଁ ଦାବି କଲେ ଗ୍ରାମବାସୀ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ,ସାଙ୍ଗରେ ଯିବେ ପାଞ୍ଚ ଆଇଏଏସ ଅଧିକାରୀ

Sunil Chandra Nayak

ଗୋଲାମୁଣ୍ଡା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର୍ ନାଏକ,ବିଜେଡି ଛାଡ଼ିଲେ

Sunil Chandra Nayak

Leave a Comment

error: Content is protected !!