ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

ନବରଙ୍ଗପୁର ୨୧/୧୧ ରାଇଘର ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୨ ଜଣଙ୍କର ଆପତି, ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୮ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ୨୪ ଗୋଟି ବ୍ୟକ୍ତିଗତ ଆପତ୍ତି, ଅଭିଯୋଗ ରହିଥିଲା। ଏଥିରେ ରାସ୍ତା ନିର୍ମାଣ,ପାନୀୟ ଜଳ ର ସୁବିଧା ପାଇଁ ଆବଶ୍ୟକ ନଳ କୂପ ଖନନ, ଭତା, ଚାକିରୀରେ ପୁନଃ ଅବସ୍ଥାପିତ କରିବା, ପୋଲିସ କେଶ୍, ଜମି ବିବାଦ ସଂକ୍ରାନ୍ତୀୟ ଇତ୍ୟାଦି ର ଆପତ୍ତି, ଅଭିଯୋଗ ଶୁଣାଣୀ କରାଯାଇ ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ନିର୍ଦ୍ଦେଶ ଦେଇଥିଲେ।ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଗୋଟିଏ ହୁଇଲ ଚୈର, ଦୁଇ ଗୋଟି ଆଶା ବାଡ଼ି, ତିନି ଟି ଶ୍ରବଣ ଯନ୍ତ୍ର, ଓ ଦୁଇ ଟି ଅନ୍ଧ ବାଡ଼ି ଜିଲ୍ଲାପାଳ ଡକ୍ଟର ମିଶ୍ର ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହି ଯୁଗ୍ମ ଜନ ଶୁଣାଣୀ ଶିବିରରେ, ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣ ଲତା ବିଶ୍ୱାସ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ କର , ପଞ୍ଚାୟତ ସମିତି ଅଧ୍ୟକ୍ଷା ନବିନା ନାୟକ , ଜିଲ୍ଲା ପରିଷଦ ସଭ୍ୟା, ସଭ୍ୟ,ତହସିଲଦାର ମାନସ ଘଡେଇ, ବ୍ଲକ୍ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ।

କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶିକ୍ଷକ ଙ୍କ ମାଡ଼ ରେ ଭାଙ୍ଗିଲା ଛାତ୍ର ର ହାତ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜିଲ୍ଲାପରିଷଦ ପଦ ପାଇଁ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଜା ଚାଲିଛି

Sunil Chandra Nayak

ଲୋକସଭା ସାଂସଦଙ୍କ ପ୍ରତିନିଧି ହେଲେ ଲକ୍ଷ୍ମୀଧର ସନ୍ତୋଷରାୟ

Sunil Chandra Nayak

Leave a Comment

error: Content is protected !!