ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧାମରା ସଂଘ ତରଫରୁ ” ବର୍ଷାର ନୀଳ ନୂପୁର” ଉନ୍ମୋଚନ ଓ ଶୀତ କବିତା ଆସର

ରାଉରକେଲା/ ଛେଣ୍ଡ ସ୍ଥିତ ଧାମରା ସଂଘ ପକ୍ଷରୁ କବିତା ପୁସ୍ତକ ” ବର୍ଷାର ନୀଳ ନୂପୁର ” ର ଉନ୍ମୋଚନ ଓ ଶୀତ ଆସର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀ, ସମ୍ମାନିତ ଅତିଥି ଭାବେ ଆକାଶବାଣୀ, ରାଉରକେଲା ର ମୁଖ୍ୟ କାର୍ଯ୍ୟାଧକ୍ଷ ଜୟଦେବ ଭୁଏ,ସ୍ବତନ୍ତ୍ର ଅତିଥି ଭାବେ  ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ରାଜୀବ ପାଣି, ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରା , ସାଧାରଣ ସମ୍ପାଦକ ଭଗବାନ ରାଉତ, ଆବାହକ ସୁଶାନ୍ତ କୁମାର ନାୟକ, ଆବାହିକା ନିରୁପମା ପତି, ସଂଯୋଜକ ରଞ୍ଜନ କୁମାର ମହାନ୍ତି ଯୋଗଦାନ କରିଥିଲେ। ଏହି ଅବସରରେ ସୁଶାନ୍ତ କୁମାର ନାୟକ ଙ୍କ ରଚିତ “ଉତ୍ତମ ସ୍ୱାସ୍ଥ୍ୟ ର ସୂତ୍ର”କୁ ମଧ୍ୟ ଅତିଥି ମାନେ ଉନ୍ମୋଚନ କରିଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ଯରେ ସାହିତ୍ୟ ସମାଜର ଉପବନକୁ କିପରି ସୁରଭିତ କରିଥାଏ ସେ ସଂପର୍କରେ ଆଲୋଚନା କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟ ରେ ଶୀତ, ବିଭୋର ପଣର ଗୀତ ଉପରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ପର୍ଯ୍ୟାୟ ଶୀତ କବିତା ଆସରରେ ଡଃ ଉମାକାନ୍ତ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ କବି ଅଶୋକ ରାଉତ, ମୋନାଲିସା ମିଶ୍ର ଓ ରଞ୍ଜନ କୁମାର ମହାନ୍ତି ଙ୍କ ସଂଯୋଜନାରେ ସହରର ୬୦ ରୁ ଉର୍ଦ୍ଧ୍ବ କଵିମାନେ ନିଜ ନିଜ ର ସ୍ବରଚିତ କବିତାମାନ ପାଠ କରି ଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗାଳ୍ପିକା, କଵି, ବୁଦ୍ଧିଜୀବୀ, ସାହିତ୍ୟିକ,ସଂଗଠକ ଉପସ୍ଥିତ ଥିଲେ। ପ୍ରଥମେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ, ଗୁରୁ ଜ୍ୟୋତି ମୟ ଆଚାର୍ଯ୍ୟ,ଗୀତାରାଣୀ ବେହେରା,ଭାଓଲିନ ରେ ସହାୟତା ପ୍ରଦାନ କରିଥିଲେ,ଵିକ୍ରମ ମୁର୍ମୁ, ତବଲା ବାଦକ ଥିଲେ ଚିନ୍ମୟ ବିଦ୍ୟାଳୟର ଏକାଦଶ ଶ୍ରେଣୀ ର ଛାତ୍ର ରୁଦ୍ଧିକିଶୋର ଦାସ। ଆବାହିକା ନିରୁପମା ପତି ପ୍ରାରମ୍ଭିକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ସୁଶାନ୍ତ କୁମାର ନାୟକ ଓ ଦ୍ୱିତୀୟ ପର୍ଯ୍ୟାୟରେ ଶମ୍ବୁନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପୂର୍ବତନ୍ ମୁଖ୍ୟମନ୍ତ୍ରୀ ଡକ୍ଟର୍ ସଦାଶିବ ତ୍ରିପଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

Sunil Chandra Nayak

ଦୁଇ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଲା ବାମନଘାଟୀ ସାନ୍ତାଳୀ ଏବଂ କୋହ୍ଲ ସମାଜ ଓ୍ବେଲଫେୟାର ଟ୍ରଷ୍ଟ ଆଦିବାସୀ 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!