ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁ ରେ ବୁଲୁଛି ଭାଲୁ, ସ୍ଥାନୀୟ ଲୋକେ ଭୟଭୀତ

ନୂଆପଡ଼ା, / ନୂଆପଡ଼ା ସଦର ବ୍ଳକ ଗୋଡଫୁଲା ଗାଁ ଦାଣ୍ଡରେ ବୁଲୁଛି ଭାଲୁ। ଶୁକ୍ରବାର ସକାଳୁ ଏକ ଭାଲୁ ଖାଦ୍ୟ ଅନ୍ଵେଷଣରେ ଆସି ଗାଁରେ ରହିଯାଇଛି। ଭାଲୁଟିକୁ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଭାଲୁକୁ ଦେଖିବା ପାଇଁ ଗାଁ ଲୋକମାନେ ରୁଣ୍ଡ ହୋଇଛନ୍ତି।ସୂଚନାନୁଯାୟୀ, ଶୁକ୍ରବାର ଭୋର ସକାଳୁ ସାଲିହା ଜଙ୍ଗଲରୁ ଏକ ଭାଲୁ ଖାଦ୍ୟ ଅନ୍ଵେଷଣରେ ଗୋଡଫୁଲା ଗାଁକୁ ଚାଲି ଆସିଥିଲା । ଭାଲୁଟିକୁ ଦେଖି ଗାଁ ଲୋକମାନେ ରୁଣ୍ଡ ହେବାରୁ ଭାଲୁଟି ଗାଁ ଦାଣ୍ଡରେ ଅଟକି ରହିଯାଇଛି। ତେବେ ଗ୍ରାମବାସୀମାନେ ଭାଲୁକୁ ନଡ଼ିଆ, କଦଳୀ ଖାଇବାକୁ ଦେଉଛନ୍ତି। ଯୁବକଙ୍କ ହାତରୁ ଭୋକିଲା ଭାଲୁ ଖାଦ୍ୟ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ସେପଟେ ଭାଲୁଟିକୁ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି।

ସୂଚନା ଥାଉକି, ସାଲିହା ଜଙ୍ଗଲକୁ ବନ ବିଭାଗ ଭାଲୁ କରିଡର ଘୋଷଣା କରିଛନ୍ତି । ଏହି ଜଙ୍ଗଲକୁ କଣ୍ଟାତାରରେ ପାଚେରୀ କରାଯାଇଥିଲା । ଏବେ ପାଚେରୀ ଭାଙ୍ଗି ଯାଇଥିବାରୁ ଭାଲୁ ସହଜରେ ବାହାରକୁ ଆସି ଗାଁ ମୁହାଁ ହେଉଛନ୍ତି । ଜଙ୍ଗଲରେ ବନ ବିଭାଗ ତରଫରୁ ଭାଲୁର ଖାଦ୍ୟ ପାଇଁ ବ୍ୟବସ୍ଥା କରାଯାଇ ନଥିବାରୁ ସେମାନେ ଗାଁରେ ପଶି ଖାଦ୍ୟ ସଂଗ୍ରହ କରୁଛନ୍ତି। ଏଭଳି ଅନେକ ସମୟରେ ନିକଟ ଗୋଡଫୁଲା ଗାଁକୁ ଭାଲୁ ପଶୁଥିବାର ନଜିର ରହିଛି । ତେବେ ଭାଲୁ ଲୋକଙ୍କ ହାତରୁ ଖାଦ୍ୟ ଖାଇ କାହାରି କିଛି କ୍ଷତି କରୁନଥିଲେ ମଧ୍ୟ କେତେବେଳେ ବି ଭାଲୁ ହିଂସ୍ର ହେବାର ଭୟ ରହୁଛି । ଏବେ ଭାଲୁ ଆକ୍ରମଣ ଭୟରେ ଲୋକଙ୍କ ଜୀବନ ପ୍ରତି ବିପଦ ରହୁଛି । ତେଣୁ ଭାଲୁକୁ ଖାଦ୍ୟ ଯୋଗାଇ ଦେବା ସହ ଭାଲୁ ଓ ଗାଁ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗାଁ ଲୋକେ ଦାବି କରିଛନ୍ତି ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ 

Related posts

ରବୀନ୍ଦ୍ରକୁମାର ବେହେରା ଙ୍କ କବିତା ଆଗଚ୍ଛନ୍ତୁ ମହାମୟୀ ଲକ୍ଷ୍ମୀ

Sunil Chandra Nayak

ଖାତିଗୁଡା ପୋଲିସ ର ୨ ଜୁଆ ଅଡ୍ଡା ଚଢ଼ାଉ : ୫୮୦୦ ଓ ତାସ କଟା ଜବତ

Sunil Chandra Nayak

ବାଘ ଛାଲ ସହ ଶିକାରୀ ଜବତ

Leave a Comment

error: Content is protected !!