ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ରେ ପୁଣି ମାତିଲେ ମାଓବାଦି..ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଘରୁ ଉଠାଇ ନେଇ ମାରିଦେଲେ ନକ୍ସଲ

ମାଓବାଦୀଙ୍କ ବର୍ବରତା, ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

କିଛି ଦିନର ନିରବତା ପରେ ପୁଣି ରକ୍ତମୁଖା ହୋଇ ପଡ଼ିଛି ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା ।

ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାରେ। ମୃତକଙ୍କ ନାଁ ଲାଲବତି ମାଝୀ (୪୮)। ତାଙ୍କ ଘର ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ଦୁର୍ଗମ ତଳ ପଞ୍ଚକୁଲ ଗାଁରେ।

ନକ୍ସଲମାନେ ଲାଲବତିଙ୍କୁ ଘରୁ ଉଠାଇ ନେଇ କମଳାଙ୍ଗ ଗାଁରେ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ନକ୍ସଲମାନେ କିଛି ପୋଷ୍ଟର ମାରିଛନ୍ତି। ପୁଲିସ୍‌କୁ ଖବର ଦେଉଥିବାରୁ ଲାଲବତିଙ୍କୁ ଦଣ୍ଡ ଦିଆଯାଇଥିବା ସେମାନେ ସେଥିରେ ଉଲ୍ଲେଖ କରିଛନ୍ତି। ଏହା ସହିତ ସେହି ଅଞ୍ଚଳରେ ଆଉ କିଛି ଲୋକ ପୁଲିସ୍ ଇନଫର୍ମର ଭାବେ କାମ କରୁଛନ୍ତି ବୋଲି ନକ୍ସଲମାନେ ଉଲ୍ଲେଖ କରିବା ସହିତ ସେମାନଙ୍କୁ ଦଣ୍ଡ ମିଳିବ ବୋଲି ଉଲ୍ଲେଖ କରିଛନ୍ତି।  ବାଘୁନା ସିପିଆଇ ମାଓବାଦୀ ଡିଭିଜନ (ବାଶଧରା _ଘୁମୁସର _ନାଗାବଳୀ ଡିଭିଜନ)ପକ୍ଷରୁ ଏହି ପୋଷ୍ଟର ମାରି ଚେତାବନୀ ଦିଆଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରାଯାଇଛି।ସୂଚନାଯୋଗ୍ୟ, ଗତକାଲି ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ମହିଳା ନକ୍ସଲ ନିହତ ହୋଇଥିଲେ। ଆଉ ତିନି ଜଣ ନକ୍ସଲ ସେଠାରୁ ଖସି ପଳାଇ ଯାଇଥିଲେ।

କଳାହାଣ୍ଡି ଜିଲ୍ଲା ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆଲୋକ ର ପର୍ବ ପାଇଁ ଦୀପ ପ୍ରସ୍ତୁତ , ଆଶା ଭଲ ବିକ୍ରି ର 

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା  ଉଠ ମଣିମା

କଳାହାଣ୍ଡିରେ ୧୦୦ଟି ରୂପାନ୍ତରିତ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!