ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା “ଷଣ୍ଢ ଲଢ଼lଇ”

“ଷଣ୍ଢ ଲଢ଼lଇ”

(ବ୍ୟଙ୍ଗ )

ଜୟ କୁମାର ମିଶ୍ର 

 

ଦୁଇ ଷଣ୍ଢଙ୍କର, ହୋଇଲା ଲଢେଇ 
ଗର୍ଜନ ତର୍ଜନ ବେଶି, 
ଏକକୁ ଆରେକ, ଦିଏ ରଣ ଡାକ
ବିବାଦ ହୁଙ୍କାରେ, ହସି ll
ଦିନେ ଥିଲେ ମିତ୍ର, ଚାଲୁଥିଲେ ପଥ
କଳ୍ପନା ଜଳ୍ପନା ନିତି , 
ଏକାଠି ବୁଲିବା, ଏକାଠି ଚାଲିବା 
ସଭା ସମିତିରେ ସାଥି ll
ଜଣେତ ସ୍ଥାନୀୟ , ଗୁଣି ଜ୍ଞାନୀ ଶ୍ରେୟ
ଅତି ଜଣାଶୁଣା ସିଏ, 
ଆଉ ଜଣେ ଆସି, ନୂତନେ ପ୍ରବେଶି
ଏଠି ବାସ କରି ରୁହେ ll
କ୍ଷମତା ଲଢ଼ାଇ, ବୃଥା ହାଇଁଫାଇ
ଆଶାନ୍ତିରେ ଦିନ ଯାଏ, 
ବାଦ ବିବାଦଟି , ମନ ଫଟାଫଟି 
ଚରମ ସୀମାକୁ ଛୁଏଁ ll
କିଏ ଖାଇଦେଲା, ସୁନାର ଫସଲ 
କିଏ ଖାଏ ବିଲ ବାଡ଼, 
କିଏ ପଶିଥିଲା, କାହାର ବାଡ଼ିରେ 
କିଏ ତାଡି ଦେଲା ହିଡ଼ ll
କରନ୍ତି ପ୍ରଚାର, ସୀମା ନାହିଁ ତାର 
ଗର୍ଜନ ତର୍ଜନ ହୁରି, 
ଏହା କରି ଦେବି, ତାହା କରିଦେବି 
କେତେ ଯେ ଆକ୍ଷେପ କରି ll
ଜଣକର ଛାଇ, ଡିଏଁ ଅନ୍ୟ ନାହିଁ 
ବିଷ ଓ ବିଷାକ୍ତ ସେହି, 
ବୁଲେଇ ବଙ୍କେଇ, କୁ ବାକ୍ୟକୁ କହି
ବୁଲୁଥାନ୍ତି ସାହି ସାହି ll
କିଏ କହେ ମୁହିଁ, ନିଦା ବିଷ୍ଣୁ ହୋଇ 
କାଟୁ ଅଛି ଦିନ କାଳ, 
ପର ସେବା ବ୍ରତ, ମୋହର ଶପଥ
ସେଥି ପାଇଁ ହୁଏ ଭୋଳ ll
ଯାଉ ସରିଯାଉ, ବଳବପୁ ଯାଉ 
ମାଟିର ସମ୍ମାନ ରହୁ, 
ଦୁଃଖୀ, ଦରିଦ୍ରଙ୍କ, ପ୍ରତିଭା ଧରଙ୍କ 
ନିତ୍ୟ ବିକାଶ ହେଉ ll
ଆଉ ଜଣେ କୁହେ, ମୋର ମନ ଚାହେଁ 
ଗାଆଁ, ମାଆ ଭଲ ଥାଉ, 
ମାଟିପାଇଁ ବଂଚି, ତ୍ୟାଗ ମୁଁ କରୁଛି 
ମୋର ମଳ ମୂତ୍ର ଦେଇ ll 
ନିରୀହ କୋମଳ, ବଛାଙ୍କର ବଳ
ଦୁର୍ବଳ, ଶଙ୍କିତ ସବୁ, 
ଭୟରେ ଭକତି, ଦେଇକେ ସମ୍ମତି 
ଡାକଥାନ୍ତି ପ୍ରଭୁ ପ୍ରଭୁ ll
ସ୍ୱାଧୀନ ଇଚ୍ଛାଟି, ଡରି, ମରେଏଠି 
ସମର୍ଥନ ପାଇଁ ଭୟ 
ଏଣେ ଗୋ ହତ୍ୟା, ତେଣେ ବ୍ରହ୍ମ ହତ୍ୟା 
ଏକ ଘରକିଆ, ରାୟ ll
କିଏ ବୁଝୁ ଅଛି, କାହା ଭବିଷ୍ୟତ 
ଆପଣା ସ୍ୱାର୍ଥଟି ବଡ଼, 
କେବଳ ବାହାନା, କରନ୍ତି ଛଳନା 
ଏ ଗୁଢ଼ ବୁଝେକି ମୂଢ଼ ll
କିଛି ମେଣ୍ଢା ଛେଳି, କରନ୍ତି ବୋବାଳି 
ଆନନ୍ଦେ ଉଡାଇ ଧୂଳି, 
ନବରଙ୍ଗ କଥା, ନଘେନି କା ମଥା 
ଦିଏ ସରାଗର ଝଳି ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା-ଗଜପତି ଓଡିଶା, 761206, 

Related posts

ଆର.ଏମ.ସି ପରିସର ମଧ୍ୟରେ ଧାନ ମଣ୍ଡି ଉଦଘାଟିତ                   

Sunil Chandra Nayak

ଇସ୍ପାତ କଳା ପରିଷଦର ୪୪ତମ ବାର୍ଷିକୋତ୍ସବ ସଂପନ୍ନ

କେସିଙ୍ଗା ଉପଖଣ୍ଡ ଥାନା ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

Leave a Comment

error: Content is protected !!