ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅରୁଣ ବଞ୍ଚାଅ ଅଭିଯାନ ର ଶେଷ ସୋପାନ

ଢେ଼ଙ୍କାନାଳ (ମସୀହା)ଅଦ୍ଯ ୨୫/୧୧/୨୨ ରିଖ ଶୁକ୍ରବାର ଦିବା ୧୨ଘଟିକା ସମୟରେ ସଞ୍ଜିବନୀ ବୃଦ୍ଧାଶ୍ରମ(ବାଲିଅନ୍ତା,ଭୁବନେଶ୍ବର) ର ପ୍ରତିଷ୍ଠାତା ତଥା ସଭାପତି ଲିଙ୍କୁନ ମହାନ୍ତି ଙ୍କର ଅନୁମତି ପ୍ରାପ୍ତି ପରେ ଅସହାୟ ଅନାଥ ଅରୁଣ ନାୟକ_୩୫,ପିତା-ମାନ ନାୟକ,ଗ୍ରାମ/ଥାନା-ରାସୋଳ, ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ତଥା ଜନ ମଙ୍ଗଳ(ରାସୋଳ) ସଂଗଠନ ର ଉପଦେଷ୍ଟା ଡାକ୍ତର ଦୟାନିଧି ପୃଷ୍ଟି ଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଇ ସ୍ବାସ୍ଥ୍ୟ ର ଉନ୍ନତି ନିମିତ୍ତ ଉତ୍ତମ ପରିବେଶ ର ଆବଶ୍ୟକତା କୁ ଉପଲବ୍ଧି କରି ବାଲିଅନ୍ତା,ଭୁବନେଶ୍ବର ସ୍ଥିତ ସଞ୍ଜିବନୀ ବୃଦ୍ଧାଶ୍ରମ ରେ ଆଶ୍ରୟ ର ଥଇଥାନ ନିମିତ୍ତ ଅନୁମତି ପ୍ରଦାନ କରିଥିଲେ। ଆଗେଇବା ପରିବାର(ଢେଙ୍କାନାଳ)ପ୍ରଦତ୍ତ ଜନ ମଙ୍ଗଳ ସଂଗଠନ ଦାୟୀତ୍ବ ରେ ଥିବା ସ୍ବାସ୍ଥ୍ୟ ସେବା ଯାନ ଦ୍ବାରା ଅସହାୟ ଅରୁଣ କୁ ଦେୟମୁକ୍ତ ସେବା ପ୍ରଦାନ ପୂର୍ବକ ସଞ୍ଜିବନୀ ବୃଦ୍ଧାଶ୍ରମ କୁ ନିଆଯାଇ ଆଶ୍ରୟ ର ବ୍ୟବସ୍ଥା କରାଯାଇଛି।ସେଠାରେ ଆଶ୍ରମ ର ପ୍ରତିଷ୍ଠାତା ତଥା ସଭାପତି ଲିଙ୍କନ୍ ମହାନ୍ତି ସାଦରେ ଗ୍ରହଣ କରି ତାର ସମସ୍ତ ପ୍ରକାର ସୁବିଧା କରାଯିବା ସହିତ ସ୍ବାସ୍ଥ୍ୟ ସେବା ର ଯତ୍ନ ନିଆଯିବ ବୋଲି ନିର୍ଭର ପ୍ରତିଶୃତି ପ୍ରଦାନ କରିବା ସହିତ ଜନ ମଙ୍ଗଳ ରାସୋଳ ସଂଗଠନ କୁ ସାଧୁବାଦ ଜଣାଇ ଥିଲେ।ସଭାପତି ବିଭୁପ୍ରସାଦ ଶତପଥୀ,କୋଷାଧ୍ୟକ୍ଷ ଭରତ ମହାରଣା,ସେବକ ଅନିଲ ସାହୁ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଉକ୍ତ ମାନବବାଦୀ ସେବା କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦିତ ହୋଇଥିବା ବେଳେ ଆଞ୍ଚଳିକ ସ୍ତରରେ ଏତାଦୃଶ କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇ ଛନ୍ତି।ଆଗାମୀ ଦିନରେ ଯଦି ଏମିତି କେହି ଆପଣଙ୍କ ଆଖ ପାଖରେ ଥିବାର ସୂଚନା ପ୍ରଦାନ କରାଗଲେ ସଂଗଠନ ନିଶ୍ଚୟ ତତ୍ପରତା ଦେଖାଇବ ବୋଲି ମତବ୍ଯକ୍ତ କରିଛନ୍ତି ନିଜେ ସଭାପତି ବିଭୁପ୍ରସାଦ ଶତପଥୀ ।  ପ୍ରକାଶ ଥାଉକି ସଂଗଠନ ଦ୍ବାରା ଆରମ୍ଭ ହୋଇଥିବା ଅରୁଣ ବଞ୍ଚାଅ ଅଭିଯାନ ଆଜି ଶେଷ ସୋପାନ ରେ ଉପନୀତ ହୋଇ ଥିବା ବେଳେ ପୂର୍ବ ରୁ ପରିଚୟ ବିହୀନ ଅରୁଣ ନାୟକ ର ପ୍ରମାଣ ପତ୍ର ଆଧାର କାର୍ଡ ସହ,ବ୍ୟାଙ୍କ ପାସବୁକ,ବିକଳାଙ୍ଗ ପ୍ରମାଣ ପତ୍ର ସହ ଭତ୍ତା ପାଇଁ ଆବେଦନ ଏବଂ ପରିଶେଷ ରେ ସଂଜୀବନୀ ବୃଦ୍ଧା ଶ୍ରମ ରେ ଆଶ୍ରୟ ର ବ୍ୟବସ୍ଥା କରାଯାଇଛି।

ଢେ଼ଙ୍କାନାଳ ରୁ ଅକ୍ଷୟ ନାୟକ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ପାର୍ବଣେ ନବଦୁର୍ଗା 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ନନ୍ଦିଘୋଷ

Sunil Chandra Nayak

ଉତ୍କେଲା ସରସ୍ବତୀ ଶିଶୁ ମନ୍ଧିର ରେ ଜନ୍ମାଷ୍ଟମି ପାଳିତ

Sunil Chandra Nayak

Leave a Comment

error: Content is protected !!