ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ ସ୍କୁଟି ଧକ୍କା – ମହିଳା ଶିକ୍ଷୟତ୍ରୀ ଓ ମହିଳା କିରାଣୀ ୨ ଜଣଙ୍କର ମୃତ୍ୟୁ

 ଜି.ଉଦୟଗିରି ଥାନା ଅନ୍ତର୍ଗତ ନିଲୁଙ୍ଗିଆ ଠାରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଦୁଇ ମହିଳା ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଦୁଇ ଜଣ ମହିଳା ଜଣେ ଶିକ୍ଷୟତ୍ରୀ ଅନ୍ୟ ଜଣେ କିରଣୀ ସ୍କୁଟି ଯୋଗେ ସ୍କୁଲ ଯାଉଥିବା ବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଓଡ଼ି ୧୨ ସି ୨୫୯୭ ୨୨୦ ପଲସର ବାଇକ ସହ ସ୍କୁଟି ନିଲୁଙ୍ଗିଆ ଗାଁ ନିକଟରେ ମୁଁହାମୁହି ଧକ୍କା ହୋଇଥିଲା। ଧକ୍କା ହେବା ଫଳରେ ସ୍କୁଟିରେ ଯାଉଥିବା ଦୁଇ ଜଣ ମହିଳା ଜଣେ ଶିକ୍ଷୟତ୍ରୀ ଓ ଜଣେ କିରାଣୀ ଗୁରୁତର ଆହତ ହୋଇଥିଲେ। ଆହତ ବ୍ୟକ୍ତି ମାନଙ୍କୁ ଚିକିତ୍ସା ନିମନ୍ତେ ଅଟୋରିକ୍ସା ଯୋଗେ ସ୍ଥାନୀୟ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଦୁଇ ମହିଳା ଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଦୁର୍ଘଟଣା ରେ ମୃତ ମହିଳା ଦ୍ୱୟ ଲିଙ୍ଗାଗଡ଼ କନ୍ୟାଶ୍ରମ ବିଦ୍ୟାଳୟ ର ଶିକ୍ଷୟତ୍ରୀ ପ୍ରଦୀପ୍ତା ସାହୁ ୩୪,ନୟାଗଡ଼ ଅଞ୍ଚଳ ର ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ମହିଳା କିରାଣୀ ଜଣକ ବିମଳା ପ୍ରଧାନ ୪୭ ସ୍ଥାନୀୟ ମାଲିକପଡି ପଞ୍ଚାୟତ କୁପାଗୁଡା ଗ୍ରାମର ବୋଲି ଜଣାପଡିଛି। ଦୁଇଟି ଅମୂଲ୍ୟ ଜୀବନ ଚାଲିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବା କୁ ମିଳିଥିଲା। ଦୁର୍ଘଟଣା ର ଖବର ପାଇ ଜି. ଉଦୟଗିରି ଥାନା ପୋଲିସ ମେଡ଼ିକାଲ ରେ ପହଞ୍ଚି ଦୁଇ ମହିଳା ଙ୍କର ଶବ ଜବତ କରିବା ସହ ସ୍କୁଟି ଓ ବାଇକ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଗୁରୁତର ବାଇକ ଚାଳକ ନାବାଳକ ନିପ୍ରେସ ନାୟକ ସାମାନ୍ୟ ଆହତ ହୋଇଥିବା ରୁ ପୋଲିସ ନିଜ ଅଧୀନରେ ରଖି ଚିକିତ୍ସା କରିଥିବା ବେଳେ ତଦନ୍ତ ଜାରି ରଖିଥିବା ଜି.ଉଦୟଗିରି ଥାନା ଅଧିକାରୀ ଅଜୟ ସ୍ବାଇଁ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

କବିତା – ପୋଡ଼ା ତରକାରୀ ହେବକି ରୁଚି

Sunil Chandra Nayak

ଡେଙ୍ଗାଗୁଡାରେ ବୁଢାରଜାଙ୍କ ବାର୍ଷିକ ଦଶହରା ପୂଜା ଅନୁଷ୍ଠିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!