ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିନାଥ ମନ୍ଦିର ନିକଟସ୍ଥ ବଟ ବୃକ୍ଷ କଟା ନେଇ ଉତ୍ତେଜନା ଓ ହିନ୍ଦୁ ମହାସଂଘ ହସ୍ତକ୍ଷେପ ରେ ସମାଧାନ ଉଦ୍ୟମ

ତେନ୍ତୁଳିଖୁଣ୍ଟି -୨୬/୧୧/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ତ୍ରିନାଥ ମନ୍ଦିର ପରିସର ରେ ବର୍ଷିୟନ ବଟ ବୃକ୍ଷ କୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉକ୍ତ ବୃକ୍ଷ ତଥା ମନ୍ଦିର ପାର୍ଶ୍ଵ ଓ ପଛରେ ଥିବା ଘର ଡିହ ବିକ୍ରିବଟା ପରେ କ୍ରେତା ଗୃହ ନିର୍ମାଣ ବେଳେ ବେଆଇନ ତଥା ଧର୍ମୀୟ ଭାବନା କୁ ଆଘାତ କରି ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଥିବା ବଟ ବୃକ୍ଷ ର କିଛି ଶାଖା ତଥା କିଛି ଶାଖା ମୂଳ କୁ କାଟି ଦେଇଛନ୍ତି। ଏପରିକି ଉକ୍ତ ବୃକ୍ଷ ନିକଟସ୍ଥ ତ୍ରିନାଥ ମନ୍ଦିର ର ସଫେଇ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ କିଛି ସ୍ଥାନ ନ ଛାଡି ଗୃହ ନିର୍ମାଣ କରୁଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ନବରଙ୍ଗପୁର ଜିଲ୍ଲା ହିନ୍ଦୁ ମହାସଂଘ କର୍ମକର୍ତ୍ତା ଓ ସ୍ଥାନୀୟ ହିନ୍ଦୁ ମହାସଂଘ କର୍ମକର୍ତ୍ତା ତଥା ତ୍ରିନାଥ ମନ୍ଦିର ଭକ୍ତ ମଣ୍ଡଳୀ ଖାତିଗୁଡା ଥାନା ର ଦ୍ୱାରସ୍ଥ ହୋଇଥିଲେ। ଥାନା ଆଇ ଆଇ ସି ଦୀପକ ଲେଙ୍କା ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କର ଙ୍କ ସହ ଯୋଗାଯୋଗ କରି ଉକ୍ତ ଉତ୍ତେଜନା ସୃଷ୍ଟି ହୋଇଥିବା ସ୍ଥାନ କୁ ଯାଇ ସମାଧାନର ଉଦ୍ୟମ କରିଥିଲେ। କ୍ରେତା ବନ ବିଭାଗ ର ବିନା ଅନୁମତି ରେ ବୃକ୍ଷ କାଟି ଥିବାରୁ ତାଗିଦ କରିଥିଲେ ତହସିଲଦାର । ଏବଂ ଉକ୍ତ ବୃକ୍ଷ କୁ ନେଇ କିଛି ନିର୍ମାଣ କାର୍ଯ୍ୟ ନ କରିବାକୁ କହିବା ସହ ଉକ୍ତ ବୃକ୍ଷ କୁ ନାଲି ରିବନ ବାନ୍ଧି 144 ଧାରା ଲଗାଇ ଛନ୍ତି। ଆସନ୍ତା କାଲି ଖାତିଗୁଡା ଥାନା ଆଇ ଆଇ ସି ଙ୍କ ଉପସ୍ଥିତି ରେ ଗ୍ରାମବାସୀ ଭକ୍ତ ତଥା କ୍ରେତା ଙ୍କୁ ନେଇ ଏକ ବୈଠକ କରାଯାଇ ସମସ୍ୟା ର ସ୍ଥାୟୀ ସମାଧାନ କରାଯିବ ବୋଲି ଜଣା ପଡ଼ିଛି। ଆଜି ଶୁଶାନ୍ତ କୁମାର ଶତପଥୀ ନବରଙ୍ଗପୁର ହିନ୍ଦୁ ମହାସଂଘ ର ବରିଷ୍ଟ କର୍ମକର୍ତ୍ତା ଅକ୍ଷୟ ମହାନ୍ତି ,ଅମିତ ନାୟକ ହିନ୍ଦୁ ମହାସଂଘ ଶ୍ରୀରାମ ସେନା ସମନ୍ୱୟ ସମିତି ସଂଯୋଜକଙ୍କ ନେତୃତ୍ବରେ ଜୟନ୍ତ କୁମାର ପାତ୍ର ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ, ନରସିଂହ ତ୍ରିପାଠୀ ହିନ୍ଦୁ ମହାସଂଘ ସଂଯୋଜକ, ଶ୍ୟାମସୁନ୍ଦର କବିରାଜ ହିନ୍ଦୁ ମହାସଂଘ ପ୍ରବକ୍ତା, ଉମାକାନ୍ତ ବିଷୟୀ ରାଜ୍ୟ ସଂପାଦକ, ଗୋରା ହରିଜନ ସାମାଜିକ ଗଣମାଧ୍ୟମ ପ୍ରଭାରୀ, ସ୍ବାଗତୀକା ସାମନ୍ତରାୟ ଦକ୍ଷିଣ ଓଡ଼ିଶା ଯୁବ ହିନ୍ଦୁ ମହାସଂଘ ପ୍ରମୁଖ, ବବିତା ସାହୁ ଉପ ସଭାନେତ୍ରୀ ଭବାନୀ ବାହିନୀ, ମିନତୀ ପଟ୍ଟନାୟକ ସାଧାରଣ ସଂପାଦିକା, ତେନ୍ତୁଳିଖୁଣ୍ଟି ବ୍ଲକ ଯୁବ ହିନ୍ଦୁ ମହାସଂଘ ସଭାପତି ରଘୁନାଥ ପୂଜାରୀ, ହିନ୍ଦୁ ମହାସଂଘ ବ୍ଲକ ପ୍ରଭାରୀ ବିରାଜ ବସନ୍ତ ସାହୁ ପ୍ରମୁଖ ହିନ୍ଦୁ ଭାବନା କୁ ଆଘାତ କରୁଥିବା କାର୍ଯ୍ୟକ୍ରମ ରେ ରୋକ ଲଗାଇବାକୁ ଦାବୀ କରି ଏକ ଦାବିପତ୍ର ଦେବା ସହ ସମାଧନ ଉଦ୍ୟମ କରିଛନ୍ତି। ଖାତିଗୁଡା ବରିଷ୍ଠ ବ୍ୟବସାୟୀ ସୁରେନ୍ଦ୍ର ରାଉତ,ଶିବ ଶଙ୍କର ସାହୁ, ବାବୁଲା ଦଳେଇ ,ପ୍ରଦୀପ ସାହ, ବାପି ରାଉତ ବିଦ୍ୟା ଭୋଳ ପ୍ରମୁଖ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ

Sunil Chandra Nayak

ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ଦାବୀ

Sunil Chandra Nayak

ଦୁନ୍ଦେଲମାଲ ପଞ୍ଚାୟତକୁ ବସୁଧା ଜଳ ଯୋଗାଣ କେବେ ?

Sunil Chandra Nayak

Leave a Comment

error: Content is protected !!