ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଙ୍କୁ ନେ଼ଇ ତାଲିମ ଶିବିର ଅନୁଷ୍ଠିତ

ରାଇଘର/, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତ ଅନ୍ତର୍ଗତ କୁସୁମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଅନ୍ତର୍ନିବେଶି ଶିକ୍ଷା ବିଭାଗ ଦ୍ଵାରା ଗୋଷ୍ଟି ଶିକ୍ଷା ଆନୁକୁଲ୍ୟରେ ଏକ ଦିବସୀୟ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମ କୁ ରାଇଘର ବ୍ଲକ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ସୋନା ମାଝୀ ଉଦଘାଟନ କରିଥିଲେ । ଏହି ପରିପେକ୍ଷିରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନେ ସମାନ ସ୍ରୋତ ରେ ସାମିଲ ହୋଇପାରିବେ ତାହା ଉପରେ ଆଲୋକ ପାତ କରିଥଲେ। ଏଵଂ ଦିବ୍ୟାଙ୍ଗ ହେବାର କାରଣ ତାହାର ପ୍ରତିକାର ସେମାନଙ୍କ ର ସମାଜରେ କଣ ଭୂମିକା କଣ, ସରକାର ଙ୍କ ତରଫରୁ ସୁବିଧା ସୁଯୋଗ , ସହାୟକ ଉପକରଣ ବିଷୟ ରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସାଧନା କର୍ମୀ ଶୁକଦେବ ମଲିକ ଏବଂ ଶିକ୍ଷକ ଶିବରାମ ସାହୁ ପରିଚାଳନା କରିଥିଲେ। ତାସହ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରି ହର୍ଷ ମହାପାତ୍ର, ସି ଆର ସି ସି ଗୋପୀନାଥ ବିଶ୍ୱାସ, ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ କେତେକ ସି ଆର ସି ସି କର୍ଯ୍ୟକର୍ମ କୁ ସହଯୋଗ କରିଥିଲେ। ତାସହ 48ଜଣ ଦୁବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଉପସ୍ଥିତ ଥିଲେ। ଏହି ପରି ଦଶଟି ସ୍ଥାନରେ ଯଥା ଭାରଣ୍ଡ ଖୁଣ୍ଟ, ଉପ୍ରା ବିଦ୍ୟାଳୟ, ଦେବାଙ୍ଗା ଉପ୍ରା ବିଦ୍ୟାଳୟ, ବିରିପୁର ଉପ୍ରା ବିଦ୍ୟାଳୟ, ଯୋଡିଙ୍ଗା ଉପ୍ରା ବିଦ୍ୟାଳୟ, କୁମୁଲି ଉପ୍ରା ବିଦ୍ୟାଳୟ, କନ୍ଦାଚୁଆ ଉପ୍ରା ବିଦ୍ୟାଳୟ, କେବି କଂଗା ଉପ୍ରା ବିଦ୍ୟାଳୟ, ସରଗୁଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଗୋନା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଆଦି ସ୍ଥାନରେ 400ଉର୍ଦ୍ଧ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ତାଲିମ ଦେବାର କର୍ଯ୍ୟକର୍ମ୍ ରହିଥିବା ସୂଚନା ଦେଇଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯୌତୁକ ନିର୍ଯ୍ୟାତନା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ: ୩ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ଧର୍ମଗଡ଼ କୋର୍ଟ

Sunil Chandra Nayak

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ଅବସରରେ ଅଟଳ ଟିଙ୍କରିଁ ଦିବସ -୨୦୨୨ ପାଳିତ  

Sunil Chandra Nayak

ସାମ୍ବାଦିକ ରୁ ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!