ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟରସାଇକେଲ ଓ ସାଇକେଲ ଦୁର୍ଘଟଣା ୨ଆହତ

ଡାବୁଗାଁ, 26/11 (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପାଖରେ ଶୁକ୍ରବାର ସନ୍ଧ୍ୟା ସମୟରେ ଏକ ମୋଟରସାଇକେଲ ଓ ସାଇକେଲ ଧକ୍କା ହେବା ଫଳରେ ୨ ଜଣ ଆହତ ହୋଇଛନ୍ତି । ସୂଚନା ଯୋଗ୍ୟ :- ଡାବୁଗାଁ ଥାନା ଅଧୀନ ଝାଲିଆଗୁଡ଼ା ଗ୍ରାମର ଜଗଦୀଶ ଭତ୍ରା (୨୫) ମୋଟର ସାଇକେଲ ନଂ ଓଡ଼ି ୨୪ସି ୦୬୨୦ ଯୋଗେ କୌଣସି କାମରେ ଡାବୁଗାଁ ଆସୁଥିବା ସମୟରେ ସେହି ଦିଗରୁ ଆଦର୍ଶ ବିଦ୍ୟାଳୟ ରୁ ନିଜ ଘର ଭେଲୁଆବାଡି କୁ ଏକ ସାଇକଲ ଯୋଗେ ଫେରୁଥିବା ସୁନିତା ସୌରା (୩୮) ଧକ୍କା ହେବା ଫଳରେ ସୁନିତା ଓ ଜଗଦୀଶ ଉଭୟେ ରାସ୍ତା ଉପରେ ପଡ଼ିରହିଥିଲା । ପରେ ଡାବୁଗାଁ ଅଗ୍ନିଶମ ବିଭାଗ ଖବର ପାଇ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କହିଥିଲେ । ଉକ୍ତ ଘଟଣା କୁ କେନ୍ଦ୍ର କରି ଡାବୁଗାଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶକ୍ତିଦା ବିଷୋୟୀ ଙ୍କ କବିତା ଅକ୍ଷୟ ତୃତୀୟା

ସମାଜସେବୀ ମିହିର ସାହୁ ଙ୍କ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ପଦଯାତ୍ରା ଓ ରକ୍ତଦାନ ଶିବିର ପାଇଁ କୋକସରା ବ୍ଲକ ବିଜେଡିର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!