ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିପିଏଲ୍‌ଏଫ୍ ମିଶନଶକ୍ତି କର୍ମୀ ସଂଘର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ 

ଲାଞ୍ଜିଗଡ଼,୨୭/୧୧(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଲାଞ୍ଜିଗଡ଼ ବ୍ଲକ ଜିପିଏଲ୍‌ଏଫ୍ କର୍ମୀ ସଂଘର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଜିପିଏଲ୍‌ଏଫ୍ କର୍ମୀ ସଂଘର ସଭାନେତ୍ରୀ ସୁଶ୍ରୀ ସବିତା ନାଗ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସଂଘର ସଂପାଦିକା ଜ୍ୟୋତିର୍ମୟୀ ସାହୁ, ଏମ୍‌ବିକେ ଭାରତୀ ବୁଦ୍ଧିଆ, ସିଆର୍‌ପି ସଂଯୁକ୍ତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଲାଞ୍ଜିଗଡ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତର ବିଭିନ୍ନ ଅଞ୍ଚଳରୁ ଦୁଇଶହରୁ ଉର୍ଦ୍ଧ୍ୱ ଏମ୍‌ବିକେ, ସିଆର୍‌ପି, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଉଦ୍ୟୋଗ ମିତ୍ର ଯୋଗ ଦେଇ ନିଜ ନିଜର ବିଭିନ୍ନ ସମସ୍ୟା ସଂପର୍କରେ ଉପସ୍ଥାପନ କରିଥିଲେ । ଏହାସହିତ ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା ଏହି କର୍ମୀମାନଙ୍କ ପାରିଶ୍ରମିକ ବୃଦ୍ଧି କରିବା, ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଭଳି ଦାବିଗୁଡିକ ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ସଂଘ ତରଫରୁ ଏ ସଂପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଆଜିର ବୈଠକରେ ଶତାଧିକ ସଦସ୍ୟା ନିଜର ମତାମତ ଦେଇଥିଲେ । ଅନୁଷ୍ଠିତ ସଭା ପରିଚାଳନା କରିଥିଲେ ସିଆର୍‌ପି ସନ୍ତୋଷିନୀ ଗଉଡ଼ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ତ୍ରିଲୋଚନ ପାଢ଼ୀ ଙ୍କ କବିତା ବିଦ୍ୟାଦାତା ଶ୍ରୀଗଣେଶ

Sunil Chandra Nayak

ଗୁରୁଦିବସ ସମାରୋହ …

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଏକା ତୁଣ୍ଡେ, ଉଆ ଉଷୁନା

Sunil Chandra Nayak

Leave a Comment

error: Content is protected !!