ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଚିଆ ଗ୍ରାମରେ ତ୍ରିନାଥ ମେଳା ମହୋତ୍ସବ ଆୟୋଜିତ

ଟେମରି ୨୭/୧୧(ମ. ନି. ସ.):-ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଗ୍ରାମ ର ହରିଜନ ପଡ଼ା ବଟବୃକ୍ଷ ମୂଲରେ ଶିବ ଶକ୍ତି ସାଂସ୍କୃତିକ ଅନୁଷ୍ଠାନ ଜରିଆରେ ତ୍ରିନାଥ ମହାପ୍ରଭୁ ଙ୍କ ୫୨ ମେଳା ପୂଜା ମହୋତ୍ସବ ଆୟୋଜିତ ହୋଇଯାଇଛି। ଦୀର୍ଘ ଦିନ ଧରି ଏହି ବଟବୃକ୍ଷ ମୂଳେ ବିଭିନ୍ନ ଦିନ ମାନଙ୍କରେ ସୃଷ୍ଟି କର୍ତ୍ତା ବ୍ରହ୍ମା, ପାଳନ କର୍ତ୍ତା ବିଷ୍ଣୁ, ସଂହାର କର୍ତ୍ତା ଶିବ ଙ୍କୁ ପୂଜା କରାଯାଉ ଥିବାବେଳେ ଗତ ନଭେମ୍ବର ୨୪ ତାରିଖ ଠାରୁ କଳସ ଯାତ୍ରା କରି ମହୋତ୍ସବ ଆରମ୍ଭ ହୋଇ ଗତ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲି ରହି ଅଛି। ନିର୍ଦ୍ଧାରିତ ଦିନ ଗୁଡ଼ିକରେ ସିନାପାଲି ଫୁରସୁଣ୍ଡ ଗ୍ରାମର ସାବତ ମା ର କୂଟ ଚକ୍ରାନ୍ତ ବା ଶ୍ୱେତ ବସନ୍ତ , ଛିଲିପା ଗ୍ରାମର ପତିକୁ ଛୁଇଁଲେ ପାପ ନାଟକ, ନୃତ୍ୟ ପ୍ରତିଯୋଗିତା ଆଦି ସାଂସ୍କତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ହୋଇ ଯାଇଛି। ଏଥିରେ ଚିଚିଆ ଗ୍ରାମର ଶିବ ଶଙ୍କର ବାଗ ଓ ତାଙ୍କ ଧର୍ମ ପତ୍ନୀ କବିତା ବାଗ କର୍ତ୍ତା ଭାବରେ କାର୍ଯ୍ୟ ତୁଲାଇ ଥିବା ବେଳେ ପୂଜକ ଭାବରେ ପଣ୍ଡକୁଲ ଗ୍ରାମର ଦିଲ୍ଲୀପ ଦାସ ପୂଜକ ଭାବରେ ପୂଜା କାର୍ଯ୍ୟ ତୁଲାଇ ଥିଲେ । ଏହି କାର୍ଯ୍ୟକ୍ରମ ଗ୍ରାମବାସୀ ସହଯୋଗ କରିଥିବା ବେଳେ ଏହି ଅଞ୍ଚଳର ଭକ୍ତ ବୃନ୍ଦଙ୍କ ଭିଡ ଲାଗି ରହିଥିଲା।

ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ଜାତୀୟସ୍ତରର କୁଇଜ୍‌ ପ୍ରତିଯୋଗିତାରେ ରାଉରକେଲା ଛାତ୍ରଙ୍କ ସଫଳତା

Sunil Chandra Nayak

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ଚନ୍ଦାହାଣ୍ଡି ସାମ୍ବାଦିକ ସଂଘ  

Sunil Chandra Nayak

ଓବିସି-ଏସଟି-ଏସସି ମିଳିତ ମହାସଂଘ ର ସମ୍ବିଧାନ ଅଧିକାର ଯାତ୍ରା

Sunil Chandra Nayak

Leave a Comment

error: Content is protected !!