ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚଳିତ ବର୍ଷର ଖରିଫ୍ ଧାନ ସଂଗ୍ରହ ନିମନ୍ତେ ନର୍ଲା ବ୍ଲକ୍ ରେ ୩୦ ତାରିଖରୁ ଖୋଲିବ ମଣ୍ଡି

ମଣ୍ଡି ଖୋଲିବା ପାଇଁ ରୁପ୍ରା ପେକ୍ସ୍ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ରୁପ୍ରା, ୨୮/୧୧ (ମନିସ ) : ଚଳିତ ବର୍ଷର ଖରିଫ୍ ଋତୁରେ ଧାନ ସଂଗ୍ରହ ନିମନ୍ତେ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିବା ବେଳେ ଚାଷୀ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନର୍ଲାବ୍ଲକ୍ ଅଧିନ ବିଭିନ୍ନ ପଞ୍ଚାୟତରେ ପ୍ରାୟ ୭୦ ପ୍ରତିଶତରୁ ଉର୍ଦ୍ଧ୍ଵ ଧାନ ଅମଳ ହୋଇସାରିଥିବା ବେଳେ ମଣ୍ଡି ଖୋଲିବାରେ ବିଳମ୍ବ ହେବାରୁ ଚାଷୀ ଅଭାବୀ ବିକ୍ରୀର ଶିକାର ହେଉଥିବା ଜଣାପଡିଛି। ସରକାରୀ ଧାର୍ଯ୍ୟ ଦର କ୍ୱିଣ୍ଟାଲ ପିଛା ୨୦୪୦ ଟଙ୍କା ଥିବାବେଳେ ପ୍ରତ୍ୟେକ ଗ୍ରାମରେ ଦଲାଲ୍ ସକ୍ରିୟ ରହି କ୍ୱିଣ୍ଟାଲ ପିଛା ୧୪ ଶହରୁ ୧୫ ଶହ ଟଙ୍କାରେ ଧାନ କିଣୁଥବା ଦେଖାଯାଉଛି। ତେବେ ଚଳିତ ମାସ ୩୦ ତାରିଖରୁ ନର୍ଲାବ୍ଲକ୍ ରେ ମଣ୍ଡି ଖୋଲିବା ନିଶ୍ଚିତ ହୋଇଥିବା ବେଳେ ଏଥିପାଇଁ ଆଜି ରୁପ୍ରା ପ୍ରାଥମିକ କୃଷି ସମବାୟ ସମିତି ଠାରେ ଏକ ପ୍ରସ୍ତୁତି ବୈଠକ ପେକ୍ସ୍ ସଭାପତି ସରୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପେକ୍ସ୍ କାର୍ଯ୍ୟ ନିର୍ବାହୀ କୁମୁଦ ଚନ୍ଦ୍ର ମହାନନ୍ଦ ମଣ୍ଡି ଖୋଲିବା ବାବଦରେ ସୂଚନା ଦେଇଥିଲେ। ରୁପ୍ରା ପେକ୍ସ୍ ଅଧିନରେ ରୁପ୍ରା, ମୁସ୍କୁଟି ଓ କର୍ମେଗାଁ ପଞ୍ଚାୟତର ୧୧୨୬ ଜଣ ଚାଷୀ ଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜିକରଣ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୪,୨୦୦ କ୍ୱିଣ୍ଟାଲର ଟାର୍ଗେଟ ଆସିଥିବା ସହ ୪ ଟି ମିଲର୍ସ୍ ନିଗାନିଆ ଉଦ୍ୟୋଗ କେସିଙ୍ଗା, ଶ୍ରୀ ରାମାନୁଜନ୍ ଏଗ୍ରୋ ବୁଢିପଦର, ଏମ୍. ଏସ୍ ବିଟ୍ରାକ୍ ଟ୍ରେଡର୍ସ୍ କେସିଙ୍ଗା ଓ ଜୈନ୍ ଏସ୍. କେ. ପି ଭେନଚର୍ କେସିଙ୍ଗା ଟ୍ୟାଗ୍ ହୋଇଥିବା ପେକ୍ସ୍ ଡିଇଓ ଭବାନୀ ଶଙ୍କର ସେନାପତି ସୂଚନା ଦେଇଛନ୍ତି। ଉକ୍ତ ବୈଠକରେ ମୁଖ୍ୟତଃ ଧାନ ଆଣିବାରେ ବସ୍ତା ସମସ୍ୟା, କଟନି ଛଟନି ଓ ଜରି ବସ୍ତାକୁ ନେଇ ଉପସ୍ଥିତ ଚାଷୀ କମିଟିର ସଦସ୍ୟ ଓ ଡାଇରେକ୍ଟର୍ ମାନେ ମତବ୍ୟକ୍ତ କରିଥିଲେ। ଖାଲି ଜରି ବସ୍ତାର ଓଜନ ୧୦୦ ରୁ ୧୫୦ ଗ୍ରାମ୍ ଥିବାବେଳେ ମିଲର୍ସ୍ ଦ୍ୱାରା ନିଯୁକ୍ତ ଏଜେଣ୍ଟ୍ ଜରିବସ୍ତା ବାବଦରେ ୧ କେଜି କାଟୁଥିବାରୁ ଯେପରିକି ଏହାର ପୁନରାବୃତ୍ତି ନ ହେବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ସର୍ବ ସମ୍ମତି ମତ ପ୍ରକାଶ କରିଥିଲେ। ଉକ୍ତ ବୈଠକରେ ଆର୍. ଏମ୍. ସି କର୍ମଚାରୀ ଟଙ୍କଧର ଖମାରୀ, ରୁପ୍ରା ସରପଞ୍ଚ ପ୍ରତିନିଧି ସୁଶାନ୍ତ ସେନାପତି, କର୍ମେଗାଁ ପଞ୍ଚାୟତ ସରପଞ୍ଚ ମନୋଜ ମହାନନ୍ଦ, ରୁପ୍ରା କୃଷି କର୍ମଚାରୀ ତିଳୋତ୍ତମା ସାଗର ଟିନା, ଚାଷୀ ପ୍ରତିନିଧି ବିଜୟ କୁମାର ସେନାପତି, ଅକୃର ସାହୁ, ବିକ୍ରମ ଭୋଇ, ସୁମନ୍ତ ସାହୁ ଓ କ୍ଷମାନିଧି ସାହୁ, ପେକ୍ସ୍ ଡାଇରେକ୍ଟର୍ ହରେକୃଷ୍ଣ ବେହେରା, ହୀରାଧର ସାହୁ, ଚୁଡାମଣି ବିଶ୍ୱାଳ, ଗୋବିନ୍ଦ ସାହୁ, ଅଜୟ କୁମାର ସେନାପତି, ବନମାଳୀ ସାହୁ, କବିରାଜ ସାହୁ ଓ ଜୟଦେବ ଖମାରୀଙ୍କ ସମେତ ଚାଷୀ ହରେକୃଷ୍ଣ ସାହୁ, ତେଜରାଜ ସାହୁ, ଭରତ ଚନ୍ଦ୍ର ନାଏକ, ବିକାଶ ସେନାପତି ଓ ଅକ୍ଷୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତବର୍ଷ ଚାଷ ଅନୁକୁଳ ବର୍ଷା ହୋଇଥିବାରୁ ବମ୍ପର ଚାଷ ଅମଳ ହୋଇଥିବା ବେଳେ ଧାନ ବିକ୍ରୟ ପାଇଁ ଯେପରି ଚାଷୀ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ପେକ୍ସ୍ ସଭାପତି ଶ୍ରୀ ରାଉତ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସୂଚନାଯୋଗ୍ୟ ନର୍ଲାବ୍ଲକ୍ ରେ ବ୍ଲକ ଅଧିନ ୭ଟି ପେକ୍ସ୍ ରୁପ୍ରା, ରୁପ୍ରାରୋଡ୍, ନର୍ଲା, ପଲମ, ଭାନପୁର, ଶାନ୍ତପୁର ଓ ତୁଲାପଡା ସମେତ ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଭାନପୁର, ଦିବ୍ୟଦୃଷ୍ଟି ସ୍ୱୟଂ ସହାୟକ ଗୋଷ୍ଠୀ ଶାନ୍ତପୁର ଓ ମା’ ମଙ୍ଗଳାଦେବୀ ସ୍ୱୟଂ ସହାୟକ ଗୋଷ୍ଠୀ ତୁଲାପଡା ତରଫରୁ ୨୪ଟି ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି ନିୟନ୍ତ୍ରିତ ବଜାର କମିଟି ଭବାନୀପାଟଣା ତରଫରୁ ସୂଚନା ମିଳିଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଙ୍କୁ ନେ଼ଇ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ମୟୂରଭଞ୍ଜ ପୂର୍ବତନ ସାଂସଦ ତଥା ଆଦିବାସୀ ସେଙ୍ଗେଲ ଅଭିଯାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଲଖାନ ମୁର୍ମୁଙ୍କ ରାଇରଙ୍ଗପୁର ସ୍ଵସ୍ତି ପାଲାସ ହୋଟେଲରେ ଖବରଦାତା ସମ୍ମିଳନୀ

Sunil Chandra Nayak

ମହାରାଷ୍ଟ୍ରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା, ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଙ୍କ ଦାବୀ

Sunil Chandra Nayak

Leave a Comment

error: Content is protected !!