ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜେକେଏନଏସଏସ କ୍ରିକେଟ ପ୍ରତିଯୋଗିତାରେ ଆରସିସି ଦଳ ଚମ୍ପିୟାନ

ଚନ୍ଦାହାଣ୍ଡି-୨୮/୧୧(ମ ନି ସ ), ନବରଙ୍ଗପୁର ଜିଲ୍ଲା ର ପଡୋଶୀ ଛତିଶଗଡ ଗରିଆବନ୍ଧ ଜିଲା ଦେଓଭୋଗ ବ୍ଲକ ଅନ୍ତର୍ଗତ ଝିରିପାଣି, ଖୋକସରା,ନିଶ୍ଟିଗୁଡା,ସୁପେବେଡା ଓ ସେନମୁଡା ଏହି ପାଞ୍ଚ ଗ୍ରାମ ପଞ୍ଚାୟତ ମିଳିତ ଆନୁକୂଲ୍ୟରେ ଘନରାମ ସାହୁ ଷ୍ଟାଡିୟମ ଠାରେ ଆୟୋଜିତ ଜେକେଏନଏସଏସ ଅନ୍ତଃରାଜ୍ୟ କ୍ରିକେଟ ପ୍ରତିଯୋଗିତାରେ ରୋୟାଲ କ୍ରିକେଟ କ୍ଳବ(ଆରସିସି) ଚମ୍ପିୟାନ ହୋଉଛି | ରବିବାର ଦିନ ଫାଇନାଲ ମ୍ୟାଚ ଆରସିସି ବନାମ ଅଭନପୁର ଡକ୍ଟର ଏକାଦଶ(ଛତିଶଗଡ ) ମଧ୍ୟରେ ଖେଳାଯାଇଥିଲା | ଏଥିରେ ଅଭନପୁର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୨ ଓଭରରେ ୧o୯ ରନ ସଂଗ୍ରହ କରିପାରିଥିଲା | ୧୧o ରନର ବିଜୟ ଲକ୍ଷକୁ ପିଛାକରି ଆରସିସି ଦଳ ପୂର୍ଣ୍ଣ ମାଝୀଙ୍କ ବିସ୍ପୋରକ ୧୩ ବଲରେ ୪୪ ରନ ସହାୟତାରେ ୮ ଓଭରରେ ବିଜୟ ଲକ୍ଷ୍ୟ ପୂରଣ କରି ଚମ୍ପିୟାନ ହୋଇଥିଲା | ଏହି ପ୍ରତିଯୋଗିତାରେ ଛତିଶଗଡ ଓ ଓଡିଶାର ୧୬ଟି ଦଳ ଭାଗ ନେଇଥିଲେ | ଉଦଯାପନୀ ମ୍ୟାଚରେ ମୁଖ୍ୟଅତିଥି ଭାବେ ଧମତରି ଜିଲ୍ଲା ଆଇଟିଆଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଲୋକେନ୍ଦ୍ର ସିଂ କୋମର୍ରା ଯୋଗଦେଇଥବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦେଇଥିଲେ | ସେହିଭଳି ସାମ୍ନାନିତ ଅତିଥିଭାବେ ଧର୍ମଗଡ଼ ବ୍ଲକ ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ,ଦେଶବନ୍ଧୁ ନାୟକ,ଖୀରଲାଲ ନାଗେଶ,ଭୂପେନ୍ଦ୍ର ମାଝୀ,ବଳରାମ ପଟ୍ଟନାୟକ, ସୁରଜ ମାଝୀ ପ୍ରମୁଖଙ୍କ ସହ ଝିରିପାଣି, ନିଷ୍ଟିଗୁଡା, ଖୋକସରା, ସୁପେବେଡା ଓ ସେନମୁଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଯୋଗଦେଇଥିଲେ | ବିଜେତା ଦଳକୁ ୫୧ ହଜାର ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୩୧ ହଜାର ଟଙ୍କା ସହ ଟ୍ରଫି ସେହିପରି ଫାଇନାଲ ମ୍ୟାଚରେ ସର୍ବଶେଷ୍ଠ ପ୍ରଦର୍ଶନ ପାଇଁ ପୂର୍ଣ୍ଣ ମାଝୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ପ୍ରତିଯୋଗିତାରେ ସର୍ବଶେଷ୍ଠ ପ୍ରଦର୍ଶନ ପାଇଁ ଆରସିସି ଦଳର ଅଧିନାୟକ ଅମିତ ଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ଅତିଥିମାନେ ପ୍ରଦାନ କରିଥିଲେ | ଫାଇନାଲ ମ୍ୟାଚରେ ଗୋପବନ୍ଧୁ ସାହୁ ଓ କମଳ ନାୟକ ଅମ୍ପୟାର ଭାବେ ଶୈଳେଶ ନାୟକ,କ୍ଷେମରାଜ ୟାଦବ ସ୍କୋରର ଭାବେ ବିନୟ ସାହୁ, ତେଜରାଜ ଠାକୁର,ଜୟନ୍ତ ବାରିକ,ଭୱର ମରକାମ ଭାଷ୍ୟକାର ଭାବେ ଦାୟିତ୍ୱ ତୁଲାଇଥିଲେ | ପାଞ୍ଚୋଟି ପଞ୍ଚାୟତ ବାସୀ ମିଳିତ ଭାବେ ଏହି ପ୍ରତିଯୋଗିତାର ସଫଳ ଆୟୋଜନ କରିଥିବା ବେଳେ ପଡୋଶୀ କଳାହାଣ୍ଡି ଓ ଚନ୍ଦାହାଣ୍ଡି ଅଞ୍ଚଳରୁ ମଧ୍ୟ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା |

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଓଡିଶାର ପୂର୍ବତନ ପ୍ରଥମ ବାଚସ୍ପତିଙ୍କ ୧୩୬ତମ ଜନ୍ମ ଦିବସ ପାଳିତ

Sunil Chandra Nayak

ଏଲ୍ ଏଣ୍ଡ ଟି କଂପାନୀର କର୍ମଚାରୀଙ୍କୁ ଆକ୍ରମଣ ଓ ରାସ୍ତା ଅବରୋଧ ଅଭିଯୋଗ, ଯୁବକଙ୍କୁ କୋର୍ଟଚାଲାଣ

Sunil Chandra Nayak

ଦୁର୍ଗାପୂଜା ପାଇଁ ଚିଲିଗୁଡା ଗାଁ ଉତ୍ସବ ମୁଖର

Sunil Chandra Nayak

Leave a Comment

error: Content is protected !!