ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତଲାଗାଁ ଠାରେ ନୂତନ ଧାନ ମଣ୍ଡି ଉଦଘାଟନ କଲେ ଜନ ପ୍ରତିନିଧି ଓ ଅଧିକାରୀ

କୋକସରା,୨୮/୧୧-  (ମ ନି ସ) କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ତଲାଗାଁ ଠାରେ ରବିବାର ନୂତନ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି। ନୂତନ ମଣ୍ଡିକୁ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ , ଆମପାଣି ପେକ୍ସ ସଭାପତି ବିରଞ୍ଚି ନାରାୟଣ ପଣ୍ଡା, ପେକ୍ସ ଉପ ସଭାନେତ୍ରୀ ତିଲୋତ୍ତମା ନାଏକ, ପୋଡ଼ାଗୁଡା ସରପଞ୍ଚ ଯମୁନା ନାଏକ, ସମିତି ସଭ୍ୟା ଉମା ନାଏକ,କୃଷକ ମଞ୍ଚ ସଭାପତି ଟଙ୍କଧର ପୁଝାରି, ଉପ ସଭାପତି ବିଭୁ ନାଏକ, ସମ୍ପାଦକ ହରିଶ୍ଚନ୍ଦ୍ର ନାଏକ, ବ୍ଲକ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ପେକ୍ସ ସମ୍ପାଦକ ବିକାଶ ପଣ୍ଡା, ସରପଞ୍ଚ ପ୍ରତିନିଧି ଧର୍ମାନନ୍ଦ ନାଏକ, ମନୋଜ ଦାସ, ଲାଲସିଂ ବାଗ, ଧନବଲ ମାଝୀ, ଗରୁଡ଼ ଦଳପତି, ଜଗଦୀଶ ନାଏକ ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ବଡ଼ ପୋଡ଼ାଗୁଡା ପଞ୍ଚାୟତ ଅଞ୍ଚଳର ଚାଷି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଛି। ଚାଷି ଙ୍କ ଦୀର୍ଘ ଦିନର ମଣ୍ଡି ଦାବି ପୁରଣ ହୋଇଥିବାରୁ ସ୍ଥାନୀୟ ଚାଷି ବ୍ଲକ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ। ଗଜିନ୍ଦ୍ର ପ୍ରସାଦ ନାଗ ମଞ୍ଚ ପରିଚାଳନା କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ମହିଳା ଆରୋଗ୍ଯ ସମିତି ସମ୍ମେଳନ ୨୦୨୨ ଅନୁଷ୍ଠିତ

Sunil Chandra Nayak

ବିବେକ ଚୂଡାମଣି ଭାବାନୁବାଦ ପୁସ୍ତକର ଲୋକାର୍ପଣ

ମହମ୍ମଦ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!