ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାବିଦ୍ୟାଳୟରେ ଅନୁଷ୍ଠିତ ହେଲା ସ୍ବାଗତ ସମ୍ବର୍ଦ୍ଧନା ସଭା 

ବାଲେଶ୍ଵର,୩୦/୧୧/୨୨- ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଔପଦା ଠାରେ ଥିବା ଔପଦା ସ୍ନାତକ(ଡିଗ୍ରୀ) ମହାବିଦ୍ୟାଳୟ ପରିସରରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂସ୍କୃତ ବିଭାଗର ବରିଷ୍ଠ ଓ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଦ୍ବାରିକା ନାଥ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଖଇରା କଲେଜର ଅବସରପ୍ରାପ୍ତ ଅଧ୍ଯକ୍ଷ ଉମେଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଓଡ଼ିଆ ବିଭାଗ ମୁଖ୍ୟ କମଳାକାନ୍ତ ଦାସ, ସମ୍ମାନିତ ବକ୍ତା ଶିକ୍ଷା ବିଭାଗ ଲକ୍ଷ୍ମୀନାରାୟଣ ଦାସ, ରାଜନୀତି ବିଭାଗ ଅଧ୍ଯାପକ ହରିହର ପଣ୍ଡା, ଇତିହାସ ବିଭାଗ ଅଧ୍ଯାପିକା ସବିତା ମହାରଣା, ସଂସ୍କୃତ ବିଭାଗ ଅଧ୍ଯାପିକା ରଶ୍ମିଶ୍ରୀ ବୈଶାଖ, ଅର୍ଥନୀତି ବିଭାଗ ଅଧ୍ଯାପକ ପୂର୍ଣ୍ଣ ଚନ୍ଦ୍ର ନାୟକ, ଓଡ଼ିଆ ବିଭାଗ ଅଧ୍ଯାପିକା ବନିସା ମୁଦୁଲି, ସମ୍ମାନିତ ଅତିଥି ଭାବେ ଆଦିତ୍ୟ କୁମାର ଆଚାର୍ଯ୍ୟ ଓ ଅଧ୍ଯକ୍ଷ ପ୍ରଫେସର ମୋହନ ଚରଣ ସାହୁ ଯୋଗଦେଇ ମଞ୍ଚାସୀନ ହୋଇଥିଲେ । ଏଥିରେ ପ୍ରଥମ ବର୍ଷର ନବାଗତ ଏବଂ ନବାଗତା ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନେ । ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଦ୍ବିତୀୟ ବର୍ଷର ଛାତ୍ର ମଧୁସୂଦନ ମହାପାତ୍ର, ଛାତ୍ରୀ ସୁଚିତ୍ରା ସାଉ ଓ ଗୀତାରାଣୀ ରାଉଳ ଏବଂ ତୃତୀୟ ବର୍ଷର ଛାତ୍ରୀ କାଞ୍ଚନବାଳା ପଣ୍ଡା ଓ ଗାୟତ୍ରୀ ଘୋଡ଼ା ବକ୍ତବ୍ୟ ରଖିଥିଲେ । ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ଜଣ ଜଣ କରି ପରିଚୟ ଦେବା ସହିତ ବକ୍ତବ୍ୟ ରଖିଥିଲେ । ବେଦପାଠ କରିଥିଲେ ଛାତ୍ରୀ କବିତା ବେହେରା । ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଓ ପୁରାତନ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ସଭା ପାଳନ ଅବସରରେ ମଞ୍ଚାସୀନ ଅତିଥିମାନଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନେ ବେଶ ଆନନ୍ଦ ଅନୁଭବ କରିଥିବା ଦେଖାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଅତିଥି ମାନଙ୍କ ସୁନ୍ଦର ଓ ଶିକ୍ଷଣୀୟ ବକ୍ତବ୍ୟ ସଭାକୁ ଆନନ୍ଦ ମୁଖରିତ କରିଥିଲା । ଅଧ୍ଯାପକ ଶ୍ରୀ ଶତପଥୀଙ୍କ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ଯାପକ, ଅଧ୍ଯାପିକା, ଶିକ୍ଷା କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କ ସଂସ୍କୃତ ସମ୍ବନ୍ଧୀୟ ବକ୍ତବ୍ୟ ଏତେ ସୁନ୍ଦର, ଶିକ୍ଷଣୀୟ, ହିତୋପଦେଶ ଥିଲା ଯେ ସଭାପରିସର ପ୍ରକମ୍ପିତ ହୋଇ ଉଠିଥିଲା । ଶେଷରେ ସଭାପତିଙ୍କ ଅଭିଭାଷଣ ପରେ କରିସ୍ମିମା ବେହେରାଙ୍କ ଧନ୍ୟବାଦ ପରେ ସଭା କାର୍ଯ୍ୟକ୍ରମ ଶେଷ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶସ୍ତା ହେଲା ଖାଇବା ତେଲ,ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି

Sunil Chandra Nayak

ନର୍ଲା ବ୍ଲକ୍ ଅଧିନ ରୁପ୍ରାରେ ଶାନ୍ତି ପୂର୍ଣ୍ଣ ଭାବରେ କୋଶଲ ମହାବନ୍ଦକୁ ମିଳିଛି ସମର୍ଥନ 

Sunil Chandra Nayak

ବେଦାନ୍ତ କମ୍ପାନୀର ଲାଞ୍ଜିଗଡ଼ ପ୍ଲାଣ୍ଟ ଉପରେ ୨୫ କୋଟିର ଫାଇନ

Leave a Comment

error: Content is protected !!