ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ବାଙ୍କେଲ ର ଡ୍ରାଗନ୍ ଫଳଚାଷ କୁ ନାବାର୍ଡ ର ମୁଖ୍ୟ ମହାପ୍ରବନ୍ଧକ ଓ ୩୦ ଗୋଟି ଜିଲ୍ଲାର ଡିଡି ଏମ ଙ୍କ କ୍ଷେତ୍ର ପରିଦର୍ଶନ 

ମ.ରାମପୁର,୦୧/୧୨(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ର ବାଙ୍କେଲ୍ ଗ୍ରାମରେ ଡ୍ରାଗନ୍ ଫଳ ଚାଷ କରି ନିଜର ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରିଥିବା ଚାଷୀ ବୈଷ୍ଣବ ସାହୁ ଙ୍କୁ ମିଳିଛି ନୂତନ ଯୋଜନା । ନିଜ ଅଞ୍ଚଳ ରେ ଆଉ ୧୦୦ ଜଣ ଚାଷୀ ଙ୍କୁ ନିଜ ଜ୍ଞାନ କୌଶଳ ଉପରେ ପ୍ରଶିକ୍ଷଣ ଦେଇ ସେମାନଙ୍କ ଆୟ ବୃଦ୍ଧି କରିବା ପାଇଁ ମିଳିବ ସୁଯୋଗ । ମଙ୍ଗଳବାର ନାବାର୍ଡ ର ମୁଖ୍ୟ ମହା ପ୍ରବନ୍ଧକ ସି. ଉଦୟ ଭାସ୍କର ବୈଷ୍ଣବ ଙ୍କ କୃଷି କ୍ଷେତ୍ର ପରିଦର୍ଶନ କରି ଏହି ପରାମର୍ଶ ଦେଇଛନ୍ତି। ଜିଲ୍ଲା ରେ ଏଫ୍.ପି.ଓ ଯୋଜନା ରେ ସାମିଲ ହେବ ଏହି ଚାଷ ଓ ସମସ୍ତ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ନାବାର୍ଡ ଓ ମହାଶକ୍ତି ଫାଉଣ୍ଡେସନ ମାଧ୍ୟମରେ ଚାଷୀ ମାନଙ୍କୁ ପ୍ରଦାନ କରିବ । ସରକାର ଙ୍କ ତରଫରୁ ଥିବା ବିଭିନ୍ନ ଯୋଜନା କୁ ମଧ୍ୟ ଚାଷୀ ମାନଙ୍କ ପାଖରେ ପହଞ୍ଚିବା ବ୍ୟବସ୍ଥା କରାଯିବ । ବ୍ଲକ ରେ ଗଠିତ ହେବାକୁ ଯାଉଥିବା ନୂତନ କୃଷି ଉତ୍ପାଦକ କମ୍ପାନୀ ରେ ଅଗ୍ରଣୀ ଚାଷୀ ଭାବେ ସାମିଲ ହେବେ ବୈଷ୍ଣବ ସାହୁ । ନିଜ ବ୍ୟକ୍ତିଗତ ଉଦ୍ୟମରେ ଆଧ୍ୟାତ୍ମିକ ଜ୍ଞାନ ଆହରଣ ଅନ୍ୱେଷଣରେ ଦ୍ବାରିକା ଯାଇ ଡ୍ରାଗନ ଫଳ ଚାଷ ମାଧ୍ୟମ ରେ ଚିରନ୍ତନ ରୋଜଗାର ର ପନ୍ଥା କୁ ଆପଣାଇ ଥିବା ବୈଷ୍ଣବ ସାହୁ ଙ୍କ ଉଦ୍ୟମ କୁ ନାବାର୍ଡ ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ଭାସ୍କର ପ୍ରଶଂସା କରିଥିଲେ । ଓଡ଼ିଶାର ୩୦ ଗୋଟି ଜିଲ୍ଲା ରୁ ଆସିଥିବା ଡି.ଡି.ଏମ. ମାନଙ୍କୁ ସେ ଏହି ଅର୍ଥ ଉପାର୍ଜନ କାରୀ ଚାଷ କୁ ନିଜ ଜିଲ୍ଲା ରେ ଚାଷୀ ମାନଙ୍କ ସହ ପ୍ରୋତ୍ସାହନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ବାଙ୍କେଲ୍ ଗ୍ରାମର ଅଗ୍ରଣୀ ଚାଷୀ ମାନଙ୍କ ସହ ନାହାର୍ଡ ର ୩୦ ଗୋଟି ଜିଲ୍ଲା ରୁ ଆସିଥିବା ଡି.ଡି.ଏମ, ଜି.ଏମ, ଏ.ଜି.ମ ଙ୍କ ସହ ମହାଶକ୍ତି ଫାଉଣ୍ଡେସନ ର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ନିର୍ଦ୍ଦେଶକ ମୋହନ ବଳିୟାର ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ପତ୍ରରୁ ଫୁଟିଲା ଫୁଲ ନା ତାର ବ୍ରହ୍ମକମଳ 

Sunil Chandra Nayak

ଖଡ଼ିଆଲ ପୋଲିସ ଦ୍ବାରା ନିରୁଦିଷ୍ଠ  ଉଦ୍ଧାର

ଜଙ୍ଗଲ ରୁ ମିଳିଲା ନିଖୋଜ ବୃଦ୍ଧ ଙ୍କ ଗଳିତ ମୃତ ଦେହ,ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

Sunil Chandra Nayak

Leave a Comment

error: Content is protected !!