ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆଁରେ ଜଳି ଗଲେ ସ୍ତ୍ରୀ, ସ୍ୱାମୀ ଗୁରୁତର 

ଲଙ୍ଗଳେଶ୍ଵର 30/11/22 / ନିଆଁରେ ପୋଡ଼ି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅନ୍ତର୍ଗତ କସାଫଳ ପଞ୍ଚାୟତ ତରଡ଼ାବୁଧିଆ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ରିନା ଖଣ୍ତା। ତାଙ୍କୁ ୨୧ ବର୍ଷ ହୋଇଥିବା ବେଳେ ରିନାଙ୍କ ସ୍ୱାମୀ ଶିବାନନ୍ଦଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ଶିବାନନ୍ଦ ନିଜ ଗ୍ରାମର ଛକ କୁ ବୁଲିବାକୁ ଯାଇଥିଲେ! ଛକ ରୁ ଆସି ତାଙ୍କ ସ୍ତ୍ରୀ ରୀନା ଖଣ୍ଡା କୁ ଖାଇବା ପାଇଁ ମାଗିଥିଲେ! ଶିବାନନ୍ଦ ଗୋଡ ଧଇ ଦେଖିଲାବେଳକୁ ରିନାଙ୍କ ଦେହରେ ନିଆଁ ଲାଗିଯାଇଛି। ଶିବାନନ୍ଦ ଦୌଡ଼ି ଆସି ସ୍ତ୍ରୀକୁ ବଞ୍ଚାଇବାକୁ ଚେଷ୍ଟା କଲା ବେଳେ ସେ ମଧ୍ୟ ନିଆଁରେ ପୋଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ରିନାଙ୍କୁ ମୃତଘୋଷଣା କରିଥିଲେ। ଶିବାନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ରିନାଙ୍କ ଦେହରେ କିପରି ନିଆଁ ଲାଗିଲା, ସେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ କି ତାର କାରଣ ଜଣାପଡ଼ିନାହିଁ। ପାରିବାରିକ କଳହ ନା ଆଉ କିଛି କାରଣ ଅଛି ତାହା ମଧ୍ୟ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ରେ କୋଶଳ ରାଇଜ ଦାବି ,ବନ୍ଦ ପାଳନ ଆଂଶିକ ସଫଳ

Sunil Chandra Nayak

ଥୁଆମୂଳ ରାମପୁର ଠାରେ ଦିନିକିଆ ବୈଠକରେ ସଚେତନ କାର୍ଯ୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ସାମ୍ବାଦିକ ସଂଘ ର ପରିବର୍ଦ୍ଧିତ ସାଧାରଣ ପରିଷଦ ବୈଠକ ଏବଂ ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

Leave a Comment

error: Content is protected !!