ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ

ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ
ଜୟ ମାଆ ବିଷ୍ଣୁ ଘରଣୀ 
କୋଟି ପ୍ରଣିପାତ ସଦା ମଥାନତ
ରକ୍ଷା କର ନାରାୟଣୀ…..(0)
ବରୁଣ ନନ୍ଦିନୀ ଜଗତ ଜନନୀ
ଜୟ ଜୟ ପଡ଼ିଦାତ୍ରୀ
କୀଟ ଠାରୁ ବ୍ରହ୍ମ ସବୁକୁ ସକ୍ଷମ 
କରି ଥାଉ ମାତା କ୍ଷିତି 
ତୋ ଆଶିଷ ବଳେ ଏ ମହୀ ମଣ୍ଡଳେ
ସୌଭାଗ୍ୟ ଲଭନ୍ତି ପୁଣି….(୧) 
ଦୟା ରଖିଥିବୁ କରୁଣା ଢ଼ାଳିବୁ
ସ୍ଥିର ରହି ମୋର ଘରେ
ସକଳ ଧନକୁ ତୁହି ଯାଚି ଦେବୁ
ରଖିଥିବୁ ସଦାଚାରେ
ତୋର ପାଦେ ଲୟ ରଖିବୁ ଅକ୍ଷୟ
ସୁଖ ଶାନ୍ତି ପ୍ରଦାୟିନୀ ….(୨)
ମାଗୋ ହରି ପ୍ରିୟା କରିଥିବୁ ଦୟା
ଯେତେ ଦିନ ବଞ୍ଚିଥିବି
ତୋର ଚରଣର ମଥା ଓ ଅନ୍ତର
ରଖି ତୋତେ ପୂଜୁଥିବି
ସୁଖ ଶାନ୍ତି ପ୍ରୀତି ଢାଳି ନିତି ନିତି
ସାହା ହୋଇବୁ ଜନନୀ….(୩)

ଫୁଲବାଣୀ, କନ୍ଧମାଳ

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବାଃ ବାଃ ରେ ପୁଂଜିବାଦ

Sunil Chandra Nayak

ତରବୋଡ ସମ୍ଭବ ଗୃହ ପରିସର ରେ ଜିଲ୍ଲା ସାମ୍ୱାଦିକ ସମନ୍ବୟ ସମିତି ର ଜରୁରୀ ବୈଠକ

Sunil Chandra Nayak

କବି ଦୀନକୃଷ୍ଣ ଦାସଙ୍କ ସ୍ମୃତି ଚାରଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!