ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ କଳାକାର ମହାସଂଘର ଶୋକସଭା

ବାଲେଶ୍ଵର,୦୨/୧୨/୨୨- କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ପକ୍ଷରୁ ସ୍ଥାନୀୟ ସୁବାରାଓ ଛକ ସ୍ଥିତ ଶ୍ରୀଜଗନ୍ନାଥ ଚିତ୍ରାଳୟ ପରିସରରେ ଓଡ଼ିଶାର ଜନୈକ ପ୍ରାଜ୍ଞ ପୁରୁଷ ପ୍ରଫେସର୍ ଡ଼ଃ. ସୁଦର୍ଶନ ଆଚାର୍ଯ୍ୟ ଏବଂ ବରିଷ୍ଠ ସିନେ, ଆକାଶବାଣୀ ଓ ମଞ୍ଚ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ଏକ ଶୋକସଭା କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ କ୍ରମରେ ଦୁଇ ଦିବଂଗତ ମହାନ ବ୍ୟକ୍ତିତ୍ଵଙ୍କ ନିଜ ନିଜ କ୍ଷେତ୍ରରେ ଥିବା ଅନତିକ୍ରମଣୀୟ କୃତିତ୍ୱ ସମ୍ପର୍କରେ ସିଂହାବଲୋକନ କରିଥିଲେ । ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ସୁଦାମ ପଟ୍ଟନାୟକ, ସାରସ୍ଵତ ସାଧକ ତପନ କୁମାର ପଟ୍ଟନାୟକ, ମଞ୍ଚ ଅଭିନେତା ହିମାଂଶୁ ଶେଖର ବେହେରା, ସଂସ୍କୃତିପ୍ରାଣା ବ୍ୟକ୍ତିତ୍ଵ ମନୋଜ କୁମାର ଆଚାର୍ଯ୍ୟ, ଲୋକକଳା ନିର୍ଦ୍ଦେଶକ ହରିଶ୍ଚନ୍ଦ୍ର ବରଡ, କଳାକାର ବିଜୟ ଚନ୍ଦ୍ର ପଲେଇ, ବାବୁ ନାୟକ ପ୍ରମୁଖ ଦିବଂଗତ ପ୍ରତିଭା ଦ୍ବୟଙ୍କ ସ୍ମୃତି ଚାରଣ ସହିତ ନିଜ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଆନୁଷ୍ଠାନିକ ଶୋକ ବ୍ୟକ୍ତ କରିବା ସହ ସେମାନଙ୍କ ବିୟୋଗ ଓଡ଼ିଆ କଳା-ସାହିତ୍ୟ ଜଗତ ପ୍ରତି ଏକ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ । ସର୍ବ ପ୍ରଥମେ ପ୍ରୋକ୍ତ ଦ୍ବୟ ଦିବଂଗତ ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ପ୍ରଦୀପ କୁମାର ସାହୁ, କୁନୁ ବେହେରା, କିଶୋର କପୁର୍, ପ୍ରଫୁଲ୍ଲ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଅନଲାଇନ୍ ମାଧ୍ୟମରେ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ତଥା ସଂଘର ଜଣେ ସକ୍ରିୟ ସଦସ୍ୟ ନରେନ୍ଦ୍ର ପ୍ରସାଦ ବେହେରା ଶୋକସଭାରେ ସାମିଲ ହୋଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅମୃତ ସରୋବର ପାଇଁ ଭୂମି ପୂଜନ

Sunil Chandra Nayak

ଗଣପର୍ବ ନୁଆଁ ଖାଇ ଧୁମଧାମରେ ହେଲା ପାଳିତ:ଡାବୁଗାଁ

Sunil Chandra Nayak

ଦିନେ ମାଓ ନୀତିରେ ଅନୁପ୍ରାଣିତ ହୋଇ ହାତରେ ବନ୍ଧୁକ ଧରି ହାର୍ଡକୋର ମାଓବାଦୀ ସାଜିଥିଲେ , ଏବେ ସେମାନେ ସାଜିଛନ୍ତି ଜୀବନ ସାଥୀ

Sunil Chandra Nayak

Leave a Comment

error: Content is protected !!