ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜପୁର ସରସ୍ବତୁ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

 ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ସରସ୍ୱତୀ ଶିଶୁ ବିଦ୍ୟ।ମନ୍ଦିର ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା ।ଆଜିର ଉଦଯାପିତ ବାର୍ଷିକ କ୍ରୀଡା ଏବଂ ପୁରସ୍କାର ବିତରଣ ଉତ୍ସବରେ ରାଜପୁର ସରପଞ୍ଚ ଗଜିନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ସମ୍ମାନିତ  ଅତିଥି ଭାବରେ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ବ୍ୟମାକେଶ ପୁରୋହିତ ,ସମାଜସେବୀ କାମାକ୍ଷା ପ୍ରସାଦ ଗୁରୁ ,ସରୋଜ ପ୍ରହରାଜ ଏବଂ ଗଗନେଶ୍ୱର ନେଗି ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଆଚାର୍ଯ୍ୟ ଧର୍ମେନ୍ଦ୍ର ନ।ଏକ ସଭାପତିତ୍ୱ କରିଥିଲେ ।ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇ ଥିଲା ।ଏହି କାର୍ଯ୍ୟ କ୍ରମରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଗୁରୁଜୀ ସୌମ୍ୟରଂଜନ ବାରିକ ,ବୈଷ୍ଣବ ନ।ଏକ ,ଲିପନ ଯୋଶୀ ଏବଂ ଗୁରୁମା ଅନିତା ପାଣିଗ୍ରାହୀ ,ଦୀପିକା କୁମାର ,କ।ଳିନ୍ଦ୍ରୀ ଛତ୍ରିଆ ,ଜୋସନ।ରାଣୀ ଦୂର୍ଗା , ଯ।ଜ୍ଞସିନୀ ନ।ଏକ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ଗୁରୁଜୀ ବସନ୍ତ ଲହଜଳ ।ଏଥିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଅଭିଭାବକ ମାନେ ଯୋଗଦାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଧାନ ଆଚାର୍ଯ୍ୟ ଧର୍ମେନ୍ଦ୍ର ନାଏକ।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ବାଙ୍ଗିରିପୋଷିରେ ଆମ୍ ଆଦମୀ ପାର୍ଟିର ସମାବେଶ: ଭ୍ରଷ୍ଟାଚାର ବିରୁଦ୍ଧରେ ଆପ୍ ଏକମାତ୍ର ବିକଳ୍ପ 

Sunil Chandra Nayak

କଳିଙ୍ଗ ବୈଶ୍ୟ ସମାଜ ସଙ୍ଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଶୈବପିଠ ସଫେଇ ଓ ଉନ୍ନତୀକରଣ କାର୍ଯ୍ୟ

Sunil Chandra Nayak

କବିତା – କମଳ ଓ କଇଁ

Sunil Chandra Nayak

Leave a Comment

error: Content is protected !!