ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଧର୍ମଗଡ:୨/୧୨/୨୨: ଧର୍ମଗଡ ବାଳିକା ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ସଂସ୍କୃତ ଶିକ୍ଷକ ଦେବେନ୍ଦ୍ର ନାଥ ମହାନ୍ତି ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଛନ୍ତି । ଏହି ପରୀପେକ୍ଷୀ ରେ ବିଦ୍ୟାଳୟ ପରିସର ରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇ ଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ନଳିନୀ ଠାକୁର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭା ରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ମୂଖ୍ୟ ବକ୍ତା ଭାବେ ଧର୍ମଗଡ ଗୋଷ୍ଠି ଶିକ୍ଷା ଅଧିକାରୀ ନବ କିଶୋର ସାହୁ, ସମ୍ମାନିତ ଅତିଥି ଭାବେ ଥୁଆମୁଲ ରାମପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଲୋକନାଥ ବେହେରା, ବିଦ୍ୟାଳୟ ର ପ୍ରତିଷ୍ଠାତା ସମ୍ପାଦକ ଘନଶ୍ୟାମ ଅଗ୍ରୱାଲ, ହୃଷୀକେଶ ମିଶ୍ର, ଭବାନୀ ଶଙ୍କର ଯୋଷୀ, ଜୟନ୍ତ ମୁଣ୍ଡ ପ୍ରମୁଖ ଯୋଗ ଦେଇ ଅବସର ପ୍ରାପ୍ତଶିକ୍ଷକ ଶ୍ରୀ ମହାନ୍ତି ଙ୍କ ଦୀର୍ଘ ୩୬ ବର୍ଷ କାଳ ଧରି ଧର୍ମଗଡ ବାଳିକା ଉଚ୍ଚ ବିଦ୍ୟାଳୟ ରେ କର୍ମମୟ ଜୀବନୀ ଉପରେ ଆଲୋଚନା କରିବା ସହ ବିଦ୍ୟାଳୟ ଜଣେ ନିଷ୍ଠାପର, ସମୟାନୁବର୍ତ୍ତି, ଛାତ୍ର ବାତ୍ସଳ ଶିକ୍ଷକ ଙ୍କୁ ହରାଇଲା ବୋଲି କହିଥିଲେ । ତାଙ୍କର ଅବସର ଜୀବନ ସୁଖମୟ ହେବା ନେଇ କାମନା କରାଯାଇ ଥିଲା । ସହକାରୀ ଶିକ୍ଷକ ଶଶିକାନ୍ତ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦେବେଶ ପଣ୍ଡା, ଝଙ୍କାର ନିଆଲ, ବୀଣାପାଣି ନାଏକ, କବିତା ରାଣୀ ଦୀପ, ନିରଞ୍ଜନ ମୁଦୁଲି, ତୁଷାର ବୋଡକିଆ, ଗାୟତ୍ରୀ ମୁଣ୍ଡ, ସରୋଜ ପଣ୍ଡା, ରମେଶ ନାୟକ, ଯୋଗେଶ ପ୍ରହରାଜ, ପ୍ରଭାତୀ ପଟ୍ଟନାୟକ, ରିକିରାମ ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଶ୍ରୀ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ରବି ଚାଷ ପାଇଁ ଇନ୍ଦ୍ରାବତୀ କେନାଲ ରେ ପାଣି ଛାଡ଼ିବା କୁ ଦାବୀ କଲେ ଚାଷୀ

Sunil Chandra Nayak

ଧର୍ମଗଡ ରେ ବିଜେଡ଼ି ର ଜନ ସମ୍ପର୍କ ପଦ ଯାତ୍ରା 

Sunil Chandra Nayak

ଗୁଣୁପୁର ରେ ସମୀର ମହାନ୍ତି ଙ୍କ ରୋଡ ସୋ

Sunil Chandra Nayak

Leave a Comment

error: Content is protected !!