ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡିକୋଟିଙ୍ଗ ଲିଡରସିପ କାର୍ଯ୍ୟକ୍ରମ

ରାଉରକେଲା/ କୁଆରମୁଣ୍ଡା ସ୍ଥିତ ସାଇ ଭେଲି ୱାଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ ମେନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜୀ ଆନୁକୂଲ୍ୟରେ ଡିକୋଟିଙ୍ଗ ଲିଡରସିପ ( ତତ୍କାଳ ନିଷ୍ପତ୍ତି ନେଇପାରୁଥିବା ନେତୃତ୍ଵ) ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ଗଣେଶ୍ବର ପଟ୍ଟନାୟକଙ୍କ ଅଧ୍ୟକ୍ଷତା, ଅଧ୍ୟକ୍ଷ ଡଃ ଶୁଭେନ୍ଦୁ ପଣ୍ଡାଙ୍କ ଆବାହକତ୍ବ ଓ ରିୟା ମୁଖାର୍ଜୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂ ଅଜିତ ମୋହନ ପୂଜାରୀ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ବିବିଏ ଓ ବିସିଏ ର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହା ସହ ଛାତ୍ରଛାତ୍ରୀ ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଇଂ ପୁଜାରୀ ଉତ୍ତର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସହାୟକ ପ୍ରଫେସର ଲକ୍ଷ୍ମୀ ବେଉରା,ସୁଧୀର କୁମାର ବେହେରା,କମଳ ଲୋଚନ ପଙ୍ଗଲ,ମନୋଜ କୁମାର ପାଣି, ବସନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲା ବେଳେ ଅଧ୍ୟକ୍ଷ ଡଃ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ । ଅଧ୍ୟକ୍ଷତା କରୁଥିବା ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ବିଷୟବସ୍ତୁର ମୁଳଲକ୍ଷ୍ୟ ଓ ଗୁରୁତ୍ବ ଉପରେ ଆଲୋଚନା କରିଥିଲେ । ଶେଷରେ ଶ୍ରୀମତୀ ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜଳ ଛତ୍ର ର ଶୁଭାରମ୍ଭ

Sunil Chandra Nayak

ଗାଁରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ବ୍ଲକ ଉପାଧ୍ୟକ୍ଷ ଙ୍କ ଦ୍ୱାରସ୍ଥ ହେଲେ ପୁଝାରିପଡା ଗ୍ରାମବାସୀ

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ସମ୍ପର୍କର ଡୋରୀ

Sunil Chandra Nayak

Leave a Comment

error: Content is protected !!