ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଦେଖି ତୋର ରୂପ ମନ ମୋ ବଳିଲା
     ମୋ ଆଖି ତୋ ଆଖି ମିଶି
ଭାବରେ ଗାଇଲି ତୋହରି ଭଜନ
    ବିଶ୍ବ ବାସୀ ରଖ ଖୁସି।
ସରବ ମଙ୍ଗଳ ହେଉ ହେ କୁଶଳ
     ଜଗତର ହସଖୁସି
ଖୁସିରେ ରହିବା ଶାନ୍ତିରେ ଚଳିବା 
     ଆନନ୍ଦ ମୋ ବିଶ୍ବବାସୀ।
କେମିତି କହିବି ଜଗତର କଥା
  ବେଳୁ ବେଳ ବଢେ ଦୁଃଖ
ପ୍ରକୃତି ବିପଦ ଭାଙ୍ଗୁଛି ସଂପଦ
   ଧରା ଜନ ନାହିଁ ସୁଖ।
ଜନ ଗଢ଼ା ଶତ୍ରୁ ଧ୍ବଂସ କରି ଦିଏ
      ଦେଶ ହିଂସା ବାଦ ପାଇଁ
ହୃଦୟ ମଧ୍ୟରେ ଶାନ୍ତି ବାର୍ତ୍ତା ଭରୁ
      ଜଗତ ହିତେ ଗୋସାଇଁ।
ନିଜ ହାତେ ହତ୍ୟା ପ୍ରକୃତି ସଂପଦ
    କାହାକୁ କରିବି ଦାୟୀ
ବୁଧି ଦିଅ ପ୍ରଭୁ ବାଟକୁ ଆସନ୍ତୂ
    ରକ୍ଷା କର ମହାମାୟୀ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ୍‌: ରେଳମନ୍ତ୍ରୀ

Sunil Chandra Nayak

ନେଟୱର୍କ ନଥିବା ଦୁର୍ଗମ ଅଂଚଳରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ବଣ୍ଟନ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ଓ ପୋଲିସ ପାଳିଲେ ଗାନ୍ଧୀ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!