ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଦେଖି ତୋର ରୂପ ମନ ମୋ ବଳିଲା
     ମୋ ଆଖି ତୋ ଆଖି ମିଶି
ଭାବରେ ଗାଇଲି ତୋହରି ଭଜନ
    ବିଶ୍ବ ବାସୀ ରଖ ଖୁସି।
ସରବ ମଙ୍ଗଳ ହେଉ ହେ କୁଶଳ
     ଜଗତର ହସଖୁସି
ଖୁସିରେ ରହିବା ଶାନ୍ତିରେ ଚଳିବା 
     ଆନନ୍ଦ ମୋ ବିଶ୍ବବାସୀ।
କେମିତି କହିବି ଜଗତର କଥା
  ବେଳୁ ବେଳ ବଢେ ଦୁଃଖ
ପ୍ରକୃତି ବିପଦ ଭାଙ୍ଗୁଛି ସଂପଦ
   ଧରା ଜନ ନାହିଁ ସୁଖ।
ଜନ ଗଢ଼ା ଶତ୍ରୁ ଧ୍ବଂସ କରି ଦିଏ
      ଦେଶ ହିଂସା ବାଦ ପାଇଁ
ହୃଦୟ ମଧ୍ୟରେ ଶାନ୍ତି ବାର୍ତ୍ତା ଭରୁ
      ଜଗତ ହିତେ ଗୋସାଇଁ।
ନିଜ ହାତେ ହତ୍ୟା ପ୍ରକୃତି ସଂପଦ
    କାହାକୁ କରିବି ଦାୟୀ
ବୁଧି ଦିଅ ପ୍ରଭୁ ବାଟକୁ ଆସନ୍ତୂ
    ରକ୍ଷା କର ମହାମାୟୀ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବିଦୁଲତା ବେହେରା ଙ୍କ କବିତା ଦେବେ କରନ୍ତି ସ୍ତୁତି ବିଘ୍ନ ନାଶହେ ଗଣପତି

Sunil Chandra Nayak

ସାମ୍ବାଦିକଙ୍କୁ ଏଏସପିଙ୍କ ଦୁର୍ବ୍ୟବହାର ସହ ମାଡ଼ ମାରା ଘଟଣା, ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ନାବାଳିକା ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!