ଢେଙ୍କାନାଳ(ମସୀହା ) ୦୩/୧୨_ ଗତକାଲି ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ)ରାସୋଳ ର ସଭାପତି ବିଭୁପ୍ରସାଦ ଶତପଥୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କୋଷାଧ୍ୟକ୍ଷ ଭରତ ମହାରଣା,ସଂଯୋଜକ ନିରାକାର ବୈଦ୍ୟ,ସେବକ ଭାଇ ଚନ୍ଦନ ସାହୁ,ମିଥୁନ୍ ବେହେରା,ସଞ୍ଜିବ ମହାପାତ୍ର,ସତ୍ଯବ୍ରତ ସାହୁ ଙ୍କର ଏକ ମିଳିତ ଟିମ୍ ର ସହଯୋଗ ରେ ମାଧପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ସମେତ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତି ରେ ସର୍ବସମ୍ମତି କ୍ରମେ ମାଧପୁର ଗ୍ରାମର ସୁବ୍ରତ ସାହୁ(29) ପିତା ଶିବରାମ ସାହୁ ଆଜକୁ ପ୍ରାୟ ଏକ ବର୍ଷ ରୁ ଉର୍ଦ୍ଧ୍ବ ହେବ ଅନାହାର ଜନିତ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସଂଗଠନ ଦାୟୀତ୍ବ ରେ ଥିବା ଆଗେଇବା ପରିବାର(ଢେଙ୍କାନାଳ)ପ୍ରଦତ୍ତ ନୀଳକଣ୍ଠ ସ୍ବାସ୍ଥ୍ୟ ସେବା
ଯାନରେ ଦେୟମୁକ୍ତ ସେବା ପ୍ରଦାନ ପୂର୍ବକ ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇ ସଂଗଠନ ର ଉପଦେଷ୍ଟା ତଥା ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦୟାନିଧି ପୃଷ୍ଟି ଙ୍କ ନିରୀକ୍ଷଣ ପରେ ସାଲାଇନ ଦିଆ ଯାଇଥିଲା ଏବଂ ପରାମର୍ଶ କ୍ରମେ ଉନ୍ନତ ଚିକିତ୍ସା ନିମିତ୍ତ ଶଶିଭୂଷଣ ମେମୋରିଆଲ ହସପିଟାଲ୍ ପ୍ରାଇଭେଟ ଲିମିଟେଡ୍ କୁ ସ୍ଥାନାନ୍ତର କରାଯାଇ ବିଜୁ ସ୍ବାସ୍ଥ୍ୟ କାର୍ଡ ଦ୍ବାରା ଆଇ:ସି:ୟୁ ରେ ନିଶୁଳ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଆବଶ୍ୟକ ସ୍ଥଳେ ପୀଡ଼ିତ ସୁବ୍ରତ ସାହୁ ଙ୍କର ଭାଇ ରାଜେଶ ସାହୁ ତାଙ୍କ ପାଖରେ ଉପସ୍ଥିତ ରହିବେ।ସଂଗଠନ ତରଫରୁ ଏତାଦୃଶ ଜନକଲ୍ଯାଣ କାରୀ କାର୍ଯ୍ୟ ଆଞ୍ଚଳିକ ସ୍ତରରେ ଏକ ନୂଆ ଆଶା ସଂଚାର କରିଥିବା ବେଳେ ସଂଗଠନ କୁ ଶୁଭାଶ୍ରୀବାଦ ର ସୁଅ ଛୁଟିଛି। ସଂଗଠନ ତରଫରୁ ପୀଡିତ ସୁବ୍ରତ ସାହୁ ଙ୍କର ଆଶୁ ଆରୋଗ୍ଯ କାମନା ସହିତ ପରବର୍ତ୍ତୀ ସମୟରେ ସଂଗଠନ ର ଶକ୍ତି ଅନୁଯାୟୀ ସମସ୍ତ ପ୍ରକାର ର ସାହାଯ୍ୟ ସହଯୋଗ କରାଯିବାର ନିର୍ଭର ପ୍ରତିଶୃତି ପ୍ରଦାନ କରିଛନ୍ତି ସଂଗଠନ ର ସଭାପତି ବିଭୁପ୍ରସାଦ ଶତପଥୀ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

