ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ଦାଶ ଙ୍କ କବିତା ଟିକି ନାଆ ମୋର ଭାସି ଯାଆ

ଟିକି ନାଆ ମୋର ଭାସି ଯାଆ 

 

           କବିତା ଦାଶ 

ଯାଆ ରେ ଯାଆ ମୋ ଟିକି ନାଆ
       ଭାସି ଭାସି ତୁ ଯାଆ 
ସାତ ସାଗର ତେର ନଈ କୁ 
     ପାରି ହୋଇ ତୁ ଯାଆ ।
ଏଇ ଆମରି ଟିକି ଗାଆଁର 
         ଛୋଟିଆ ଏକ ନଈ 
ଅଙ୍କା ବଙ୍କା ଏ ପଥରେ ସିଏ 
       ଯାଉ ଅଛି ତ ବହି ।
ସେ ନଈ ସୁଏ ଢଳି ଢଳିକା 
           ନାଆ ତୁ ଭାସି ଯାଆ 
ଡରିବୁ ନାହିଁ ଝଡ଼ ବତାସେ
         ସାହା ଜଗତ ନାହା ।
ଉପରେ ତୋର ଭରି ଦେଇଛି
           ପାନ ,ଗୁଆ ଖଇର
ଧାନ ,ମୁଗ ଓ ବିରି ଇତ୍ୟାଦି
             ଫସଲ ଏମାଟିର।
ଅତୀତରେ ଏ ଦରବ ସବୁ 
       ଥିଲା ପରା ବେଉଷା
ଓଡ଼ିଆ ପୁଅ ଆଖିର ସେତ 
      ଆଶା ଆଉ ଭରସା ।
କଟକର ସେ ସୁନା ରୂପାର 
      ତାରକସି ଗହଣା
ପୁଣି କ’ଣ୍ଟିଲୋ ପିତ୍ତଳ କାମ
      କାରିଗରୀ ନମୁନା ।
 ମାଣିଆ ବନ୍ଧ ପାଟ ଶାଢ଼ି କୁ 
       ଚାନ୍ଦୁଆ ପିପିଲିର  
ବୋଇତେ ଭରି ବାଛି ବାଛିକା 
     ଦରବ ଓଡ଼ିଶାର ।
ସାଧବ ପୁଅ ଦୂର ବିଦେଶେ 
    ଯାଏ ବଣିଜ କରି 
ବନ୍ଦାଣ କରେ ସାଧବ ବୋହୂ 
     ଶୁଭ କାମନା କରି ।
ସେଇ ଅତୀତ କଥାକୁ ହେଜି 
    ନାଆ ତୁ ଭାସି ଯାଆ 
ଏଇ ମାଟିର ଗରବ ଗାଥା 
    ପବନେ ଗାଉ ଥାଆ ।
ଜାଭା ସୁମାତ୍ରା ବାଲି ଦ୍ଵୀପରେ 
      ନାଆ ଯାଇ ଲାଗିବୁ
ଏଇ ମାଟିର କଥାକୁ ଟିକେ 
     କାନେ କାନେ କହିବୁ ।
ଓଡ଼ିଆ ପୁଅ ଆମେରେ ପରା 
     ଭୁଲି ନାହୁଁ ଅତୀତ 
ଅତୀତ ସ୍ମୃତି ଖୋଜି ଖୋଜିକା 
    ଗଢ଼ୁ ନୂଆ ଜଗତ ।
ଆମ ସଂସ୍କୃତି ରୀତି ନୀତି କୁ
       ଯିଵାନି କେବେ ଛାଡି 
ଧରମ ସାଥେ କରମ କରି 
      ଆଗକୁ ଯିବା ମାଡ଼ି ।

               କବିତା ଦାଶ 

                    ନିରାକାର ପୁର

Related posts

ଡିସେମ୍ବର ୨ ରୁ ସପ୍ତଦଶ ବୌଦ୍ଧ ପୁସ୍ତକମେଳା

Sunil Chandra Nayak

ଜମିରେ ମାଟି ମାଡ଼ି ଆସି ଚାଷୀ ମୁଣ୍ଡରେ ଚଡ଼କ

Sunil Chandra Nayak

ଶ୍ରମିକଙ୍କ ପାଇଁ ଖୁସି ଖବର ,  ସର୍ବନିମ୍ନ ମଜୁରୀ ପରିମାଣକୁ ବୃଦ୍ଧି କଲେ ରାଜ୍ୟ ସରକାର

Sunil Chandra Nayak

Leave a Comment

error: Content is protected !!