ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ରେ ଓ ସି ଏ ଭିଜନ୍ ୨୪ ଜୁନିଅର ଆନ୍ତଃ ଜିଲ୍ଲା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଓସିଏ ଭିଜନ୍ ୨୪ ଜୁନିଅର ଅନ୍ତଃଜିଲ୍ଲା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି।୨ ତାରିଖ ଦିନ ଉଦଘାଟିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଟି ଆଗାମୀ ୧୧ ତାରିଖ ପର୍ଯ୍ଯନ୍ତ ଅନୁଷ୍ଠିତ ହେବ। ଓଡିଶା କ୍ରିକେଟ ଆସୋସିଏସନ ର ପୂର୍ବତନ ସଭାପତି ତଥା ପୂର୍ବତନ ଲୋକସଭା ସଦସ୍ୟ ଶ୍ରୀ ରାହାସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକଭାବେ ଟୁର୍ଣ୍ଣାମେଣ୍ଟ ଟିକୁ ଉଦଘାଟନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଳା କ୍ରୀଡ଼ା ସଂସ୍ଥା ର ସମ୍ପାଦକ ତଥା ଓଡିଶା ଅଲିମ୍ପିକ ଏସୋସିଏସନ ସଭାପତି ଶ୍ରୀ ଜଗମୋହନ ପଟ୍ଟନାୟକ କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିଲେ। ଯୁଗ୍ମସଂପାଦକ ସୁନୀଲ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କ୍ରିକେଟ ସମ୍ପାଦକ ସର୍ଦାର ସନ୍ତ ସିଂ ଖେଳାଳି ମାନଙ୍କ ସହ ଅତିଥି ଙ୍କ ପରିଚୟ ଆଦାନ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ରେ ସମ୍ପାଦକ ଯୁଗ୍ମ ସମ୍ପାଦକ କାଳୀ ପ୍ରସାଦ ପଟ୍ଟନାୟକ, ଫିଜିକାଲ ଇନ୍ସପେକ୍ଟର ମହେନ୍ଦ୍ର ପଣ୍ଡା, ଅନ୍ୟତମ ସଭ୍ଯ ତଥା ଘରୋଇ ବସ ଚାଳକ ସଙ୍ଘ ସଭାପତି ସୁବାସ ପଣ୍ଡା, ଶମ୍ଭୁ ପ୍ରସାଦ ରାଉତ, ଚକ୍ରଧର ସେଠି, ଅଶୋକ ପଟ୍ଟନାୟକ, ସର୍ଦାର ନିର୍ମଲ ସିଂ, BCCI କ୍ୟୁରେଟର ପଙ୍କଜ ପଟ୍ଟନାୟକ, ଭିକାରି ଚରଣ ମିଶ୍ର, ମହମ୍ମଦ ଅବଦୁଲ କାଦର, ଧୀରେନ୍ଦ୍ର ପଟ୍ଟନାୟକ, ଅଜୟ ପଟ୍ଟନାୟକ, ବିପିନ ମିଶ୍ର, ରବି କାନୁନଗୋ, ଜିତେନ୍ଦ୍ର ପଟ୍ଟନାୟକ, ଭବାନୀ ଶଙ୍କର ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିବସରେ ନବ ଦୂର୍ଗା କ୍ରିକେଟ କ୍ଲବ ଓ କଳାହାଣ୍ଡି ଜିଲ୍ଲା କ୍ରିକେଟ ଆସୋସିଏସନ ମଧ୍ୟରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟ ରେ କଳାହାଣ୍ଡି ଜିଲ୍ଲା କ୍ରିକେଟ ଆସୋସିଏସନ ୧୫୫ ରନ୍ ରେ ବିଜୟ ହାସଲ କରିଥିଲା।

ଅର୍ଜ୍ଜୁନ ପଟ୍ଟନାୟକ, ସହ ସଂପାଦକ ଙ୍କ ରିପୋର୍ଟ 

Related posts

ତୀର୍ଯ୍ୟକ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଯୋଗ ନବାକ୍ଷରୀ

Sunil Chandra Nayak

ସସ୍ମିତାରାଣୀ ନାୟକ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ

Sunil Chandra Nayak

Leave a Comment

error: Content is protected !!