ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୋଙ୍କ ପୋଲିସ ଦ୍ୱାରା ୩୪ ଜଣ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡା,ନୂଆପଡା ଜିଲ୍ଲା ଖରିଆର ରୋଡ ଜୋଙ୍କ ପୋଲିସ ଦ୍ୱାରା ୩୪ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରାଯାଇଛି |ଶୁକ୍ରବାର ସନ୍ଧ୍ୟା ବେଳେ ପେଟ୍ରୋଲିଙ୍ଗ ସମୟରେ ଏହି ଦାଦନ ଶ୍ରମିକ ମାନେ ରେଳ ଦ୍ୱାରା ଉତ୍ତର ପ୍ରଦେଶ ରାଜ୍ୟ ଅଯୋଧ୍ୟା କୁ ଇଟା ତିଆରି କରିବା ପାଇଁ ଯିବାର ଥିଲା । ଏକ ପିକଅପ ଭେନ ନମ୍ବର ଓଡ଼ି – ୨୬ – ସି ୪୬୪୨ ରେ ଯାଇଥିଲେ । ପିକଅପ ଭେନ ଉପରେ ଯାଉଥିବାର ଦେଖି ଜୋଙ୍କ ପୋଲିସ ଅଟକାଇଥିଲେ । ପିକଅପ ଉପରେ ୧୨ ଜଣ ପୁରୁଷ, ୯ ଜଣ ମହିଳା ଓ ୧୩ ଜଣ ଛୋଟ ଛୋଟ ଶିଶୁ ମାନେ ଥିଲେ |ପୋଲିସ ପିକଅପ କୁ ଜବତ କରିବା ସହିତ ଦାଦନ ଦଲାଲ ଅଶ୍ୱିନୀ ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପଠେଇ ଦିଆଯାଇଛି | ଦାଦନ ଶ୍ରମିକ ଉଦ୍ଧାର ବେଳେ ଥାନା ଅଧିକାରୀ କୈଳାଶ ଚନ୍ଦ୍ର ସେଠି, ସବ ଇନସିପେକ୍ଟର ଅରବିନ୍ଦ ମେହେର,ଏଏସଆଇ ପିକେ ପଣ୍ଡା ହାବିଲଦାର କେଏଚ ଭୋଇ, ରମେଶ ଚନ୍ଦ୍ରକାର, ଦୃପତି ସାହା ପ୍ରମୁଖ ଉପସ୍ଥିତ ଥିଲେ । ତଦନ୍ତ ଅଫିସର ଭାବରେ ସବ ଇନସିପେକ୍ଟର ଅରବିନ୍ଦ ମେହେର ଅଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଖଡ଼ିଆଳ

Related posts

ଭାଇସ ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କଲେ ଗୌତମ ତାଣ୍ଡି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଲକ୍ଷ

Sunil Chandra Nayak

ଧର୍ମଗଡ ଠାରେ ଅହିଂସା ରଥ କୁ ଭବ୍ୟ ସ୍ଵାଗତ

Sunil Chandra Nayak

Leave a Comment

error: Content is protected !!