ନୂଆପଡା,ନୂଆପଡା ଜିଲ୍ଲା ଖରିଆର ରୋଡ ଜୋଙ୍କ ପୋଲିସ ଦ୍ୱାରା ୩୪ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରାଯାଇଛି |ଶୁକ୍ରବାର ସନ୍ଧ୍ୟା ବେଳେ ପେଟ୍ରୋଲିଙ୍ଗ ସମୟରେ ଏହି ଦାଦନ ଶ୍ରମିକ ମାନେ ରେଳ ଦ୍ୱାରା ଉତ୍ତର ପ୍ରଦେଶ ରାଜ୍ୟ ଅଯୋଧ୍ୟା କୁ ଇଟା ତିଆରି କରିବା ପାଇଁ ଯିବାର ଥିଲା । ଏକ ପିକଅପ ଭେନ ନମ୍ବର ଓଡ଼ି – ୨୬ – ସି ୪୬୪୨ ରେ ଯାଇଥିଲେ । ପିକଅପ ଭେନ ଉପରେ ଯାଉଥିବାର ଦେଖି ଜୋଙ୍କ ପୋଲିସ ଅଟକାଇଥିଲେ । ପିକଅପ ଉପରେ ୧୨ ଜଣ ପୁରୁଷ, ୯ ଜଣ ମହିଳା ଓ ୧୩ ଜଣ ଛୋଟ ଛୋଟ ଶିଶୁ ମାନେ ଥିଲେ |ପୋଲିସ ପିକଅପ କୁ ଜବତ କରିବା ସହିତ ଦାଦନ ଦଲାଲ ଅଶ୍ୱିନୀ ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପଠେଇ ଦିଆଯାଇଛି | ଦାଦନ ଶ୍ରମିକ ଉଦ୍ଧାର ବେଳେ ଥାନା ଅଧିକାରୀ କୈଳାଶ ଚନ୍ଦ୍ର ସେଠି, ସବ ଇନସିପେକ୍ଟର ଅରବିନ୍ଦ ମେହେର,ଏଏସଆଇ ପିକେ ପଣ୍ଡା ହାବିଲଦାର କେଏଚ ଭୋଇ, ରମେଶ ଚନ୍ଦ୍ରକାର, ଦୃପତି ସାହା ପ୍ରମୁଖ ଉପସ୍ଥିତ ଥିଲେ । ତଦନ୍ତ ଅଫିସର ଭାବରେ ସବ ଇନସିପେକ୍ଟର ଅରବିନ୍ଦ ମେହେର ଅଛନ୍ତି ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଖଡ଼ିଆଳ