ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

ମୟୂରଭଞ୍ଜ- ୩/୧୨/୨୨(ମସିହା) ଆଜି ବିଶ୍ବ ଭିନ୍ନକ୍ଷମ ଦିବସ ।ସମାଜରେ ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରି ସେମାନଙ୍କର ସୃଜନଶୀଳତା ଓ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ସ୍ମୃତି ଚାରଣ ପାଇଁ ଦିନଟିଏ । ସମସ୍ତେ ଠାକୁରଙ୍କର ଅମୃତ ସନ୍ତାନ । ସେମାନଙ୍କର ବି ସମାଜରେ ବଂଚିବାର ଅଧିକାର ରହିଛି । ଭିନ୍ନକ୍ଷମ ଯୋଗୁଁ ସାଧାରଣ ଲୋକଙ୍କ ଭଳି ସୁଖ ସୁବିଧା ,ଗମନା ଗମନ, ଶିକ୍ଷା, ଚାକିରି, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ସମସ୍ତ ପ୍ରକାର ବାଧାବିଘ୍ନକୁ ଦୂର କରି ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜାତିସଂଘ ଆଜିର ଦିନକୁ ବିଶ୍ବ ଭିନ୍ନକ୍ଷମ ଦିବସ ଭାବେ ଘୋଷଣା କରିଛି ।

 ଏହି ଅବସରରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଆନୁକୁଲ୍ୟରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି ।ଆଜି ସକାଳେ ରାଇରଙ୍ଗପୁର ପିସିଏମ ସ୍କୁଲ ପରିସରରେ ଥିବା ଗୋଷ୍ଠୀ ସାଧନ କେନ୍ଦ୍ର ତରଫରୁ ଭିନ୍ନକ୍ଷମ ସଚେତନତା ନେଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ଚନ୍ଦ୍ର ପ୍ରଧାନ, ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ,ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ମହାନ୍ତି,ଶିକ୍ଷକ ଅଜୟ ବେହେରା,ବିଆରସିସି ମନୋରଂଜନ ମଣ୍ଡଳ, ଗୋଷ୍ଠୀ ସମ୍ବଳ ଅଧିକାରୀ ମହେଶ ଚନ୍ଦ୍ର ମହାପାତ୍ର ,ବିଆରଟି ସାଗରିକା ପଣ୍ଡା,ସେକ ଅକ୍ତାର ହୁସେନ, ଅଭିଭାବକ/ଅଭିଭାବିକା ଏବଂ ୫୦ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଛାତ୍ରଛାତ୍ରୀ , ଅଭିଭାବକ,ଅଭିଭାବିକା ହାତରେ ପ୍ଳାକାର୍ଡ ,ବ୍ୟାନର ଧରି ସଚେତନତା ସ୍ଳୋଗାନ ଦେଇ ସହର ପରିକ୍ରମା କରିଥିଲେ । ପରେ ଗୋଷ୍ଠୀ ସାଧନ କେନ୍ଦ୍ରରେ ଏକସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଡ଼ିଓ ଶ୍ରୀ ସାଗର ଚନ୍ଦ୍ର ମୁର୍ମୁ ଯୋଗଦେଇ ଚକୋଲେଟ ଓ ଉପହାର ବଣ୍ଟନ କରିବା ସହ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ଅଭିଭାବକ/ଅଭିଭାଵିକାମାନଙ୍କୁ ପ୍ରେରଣା ଓ ଉତ୍ସାହ ଦେଇଥିଲେ । ବିଡ଼ିଓ ସାଗର ମୁର୍ମୁ କହିଥିଲେ ରାଜ୍ୟ ଓ କେନ୍ଦ୍ର ସରକାର ଭିନ୍ନକ୍ଷମଙ୍କ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି । ତାହାର ସଦୁପଯୋଗ କଲେ ଭିନ୍ନକ୍ଷମମାନେ ଆତ୍ମ ନିର୍ଭରଶୀଳ ହେବାସହ ନିଜର,ପରିବାରର ଓ ସମାଜର ବୋଝ ହୋଇ ରହିବେ ନାହଁ । ସମାଜରେ ଭିନ୍ନକ୍ଷମ ମାନେ ଅଲୋଡା ନୁହନ୍ତି ଓ ଦୁର୍ବଳ ମନେ ନ କରନ୍ତୁ। ସେମାନଙ୍କ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭା ସୃଜନଶୀଳତା ଚେତନା ରହିଛି । ସେମାନଙ୍କ ମଧ୍ୟରେ ସୁନାମଧନ୍ୟ ଲେଖକ,କବି,କବୟିତ୍ରୀ,ଗାୟକ,, କ୍ରୀଡାବିତ ,ରାଜନେତା, ସମାଜସେବୀ ସମାଜରେ ନିଜ ନିଜ କ୍ଷେତ୍ରରେ ଗୌରବ ମଣ୍ଡିତ କରିଛନ୍ତି ।ଏହାର ଜ୍ୱଳନ୍ତ ଉଦାହରଣ ସନ୍ଥ କବି ଭୀମ ଭୋଇ ।ଯାହାଙ୍କ ଲେଖା ଜାତିସଂଘରେ ସ୍ଥାନିତ ହୋଇଛି ।ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନାଚ,ଗୀତ,ରଚନା,ମ୍ଯୁଜିକ ଚେୟାର,ଖେଳକୁଦ ଅନୁଷ୍ଠିତ ହୋଇଥିଲା ।ଅତିଥିଗଣ କୃତି ପ୍ରତିଯୋଗୀଙ୍କୁ ଚକୋଲେଟ ଦେବା ସହ ପୁରସ୍କୃତ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୋକସରା କୃଷି କାର୍ଯ୍ୟାଳୟରୁ ଗଡ଼ିଲା କୃଷି ଭିତ୍ତିକ ପ୍ରସାର ରଥ

Sunil Chandra Nayak

ମୁକ୍ତିରାଣୀ ଦେବତା ଙ୍କ ପ୍ରବନ୍ଧ ସାମାଜିକ ଗଣମାଧ୍ୟମ ଓ ଯୁବପିଢି

Sunil Chandra Nayak

ରାଇଘର ଅଞ୍ଚଳରେ ମାଓ ବେନର

Sunil Chandra Nayak

Leave a Comment

error: Content is protected !!